ଅପରେସନ ସିନ୍ଦୂରକୁ ନେଇ ଶନିବାର ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, “ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି। ସେ ଜୋର ଦେଇ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର ଆଭିମୁଖ୍ୟ ପୂର୍ବଭଳି ରହିଛି । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ସହିତ ମିଶି ଭବିଷ୍ୟରେ ହେବାକୁ ଥିବା ସମ୍ଭାବ୍ୟ ସ୍ଥିତି ପାଇଁ ସକ୍ରିୟ ଭାବେ ପ୍ରସ୍ତୁତି ଚାଲିଛି […]
କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ NTA ତୁରନ୍ତ ଏକ ଅପଡେଟ ଜାରି କରି ଏକ ସଂଶୋଧିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିଛି।ଏନ୍ଟିଏ ନୋଟିସ୍ରେ ପ୍ରକାଶ କରିଛି ଯେ, ସିୟୁଇଟି ୟୁଜି ପରୀକ୍ଷା ପରିଚାଳନା କରୁଥିବା ବୈଷୟିକ ଅଂଶୀଦାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ପକ୍ଷରୁ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହି ଯାନ୍ତ୍ରିକ ତ୍ରୁଟି […]
ଆୟୁଷ୍ମାନ କାର୍ଡକୁ ନେଇ ଏକ ବଡ଼ ଖବର । ଏଣିକି ହସ୍ପିଟାଲରେ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ କରିହେବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରିହେବ । ରୋଗୀ ହସ୍ପିଟାଲରେ ଆଡମିଟ ହେବାର ୩ ଦିନ ପୂର୍ବରୁ ଆୟୁଷ୍ମାନ କାର୍ଡରେ ପରୀକ୍ଷା ହେବ । ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ । […]
କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍ ବାହାର କରାଯାଇଛି। ସୂଚନା ଅନୁଯାୟୀ, ଶିଶୁର ଜୀବନ ରକ୍ଷା ହୋଇଛି। ୭ ମାସର ଏକ ଶିଶୁ ଖେଳୁଥିବା ବେଳେ ଏକ କ୍ଲିପ ଗିଳିଦେଇଥିଲା। କ୍ଲିପ୍ ଟି ତଣ୍ଟିରେ ଲାଗିଯିବାରୁ ଶ୍ବାସକ୍ରିୟାରେ ସମସ୍ୟା ହୋଇଥିଲା। ପରିବାର ଲୋକେ ଶିଶୁକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି […]
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅଞ୍ଚଳର ଏକ ଗ୍ରାମରେ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କିୟ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ, ନାବାଳିକା ଜଣଙ୍କ ରାଜସ୍ଥାନ ବାସିନ୍ଦା ହୋଇଥିବା ବେଳେ କିଛିଦିନ ପୂର୍ବରୁ ସେ ନିଜ ଆଇ ଘର ବାମରା ଅଞ୍ଚଳକୁ ଆସିଥିଲେ । ଗତ ୨୭ ତାରିଖ (ବୁଧବାର) ଦିନ ସକାଳେ ପରିବାର ଲୋକ କୌଣସି […]
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର – ୨୦୨୬ କାର୍ଯ୍ୟକ୍ରମ । ଜୁନ ୨୮ ପର୍ଯ୍ୟନ୍ତ ଓଡିଶାରେ ଚାଲିବ ଏସଆଇଆର କାର୍ଯ୍ୟକ୍ରମ । SIR 2026 ଶୁଭାରମ୍ଭ ପୂର୍ବରୁ ଆଜି ପୁରୀ ସମୁଦ୍ରତଟରେ ଆୟୋଜିତ ଭୋଟର ସଚେତନତା କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି । ଏକ ସଠିକ୍ […]
ଏବେ ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍ । ୨୦୨୫ -୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏଭଳି ନୋଟ୍ ସଂଖ୍ୟା ୫.୭% ବଢ଼ି ୨,୨୯,୭୪୬ ଖଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷରେ ଥିଲା ୨,୧୭,୩୯୬ । ତେବେ ବଜାରରେ ବୁଲୁଥିବା ଜାଲ ନୋଟ୍ଗୁଡ଼ିକ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ। ୨୦୨୫-୨୬ରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ୍ ମଧ୍ୟରୁ ୫୦୦ ଟଙ୍କିଆର ଅଂଶ ରହିଛି ୬୧.୮% । ୨୦୨୪-୨୫ […]
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି ।ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ହାଇ-ସିକ୍ୟୁରିଟି ‘ସିଚୁଏସନ୍ ରୁମ୍’ ରେ ପ୍ରାୟ ଦୁଇ ଘଣ୍ଟା ଧରି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ସିଚୁଏସନ୍ ରୁମରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଆଞ୍ଚଳିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତୁତ ଚୁକ୍ତିନାମାର ରୂପରେଖ ସମୀକ୍ଷା […]
IPL ଫାଇନାଲରେ ଗୁଜରାଟ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରି ୨ୟ ଥର ପାଇଁ ଆଇପିଏଲ ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ। ଶୁକ୍ରବାର ନ୍ୟୁ ଚଣ୍ଡୀଗଡ଼ରେ କ୍ବାଲିଫାୟର-2 ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ୨୧୫ ରନକୁ ପିଛା କରୁଥିବାବେଳେ ଗୁଜରାଟର ଦୁଇ ଓପନର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍ ଦମଦାର ପାଳି ଖେଳିଥିଲେ । ଆରମ୍ଭରୁ ଦୁଇ ବ୍ୟାଟ୍ସମ୍ୟାନ ବଡ଼ ବଡ଼ ସଟ୍ ଖେଳିଥିଲେ […]
ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।ଭୋଟରଙ୍କୁ ଦିଆଯାଉଥିବା ଫର୍ମରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଓ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। […]
ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼ ସଫଳତା ହାସଲ କରିପାରିଛି ।ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ରାଜା ଶିବାଜୀର ବଜେଟ୍ ୭୫ କୋଟି ବୋଲି ରିପୋର୍ଟ କରାଯାଇଛି । ରାଜା ଶିବାଜୀ ରିଲିଜ ହେବାର ୨୯ତମ ଦିନରେ ଭାରତରେ ୩.୫ ମିଲିୟନ୍ ରୋଜଗାର କରିଥିବାବେଳେ ୨୮ତମ ଦିନରେ ୪.୫ ମିଲିୟନ୍ ରୋଜଗାର କରିଥିଲା […]
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣି ଥରେ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୍ ୧ରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ୨୭ ତାରିଖରେ ଯେଉଁମାନେ ଅନଲାଇନ୍ ଯୋଗେ ନାମ ଓ ଅଭିଯୋଗ ବାବଦରେ ପଞ୍ଜିକରଣ କରିଥିଲେ, ସେହିମାନେ ହିଁ […]
