author

ଅନଲାଇନ କ୍ୟାବ ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ ! ଜରୁରୀ ସେବା ପାଇଁ PCR ଗାଡ଼ି ଦେବ ସହାୟତା

ରାଜଧାନୀରେ ଓଲା ଏବଂ ଉବର ଭଳି ଅନଲାଇନ୍ କ୍ୟାବ୍ ସେବା ବନ୍ଦ ରହିଛି । ଯାହା ସାଧାରଣ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଆନ୍ଦୋଳନ […]

LPG ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ! e-KYC ଡେଡ୍‌ଲାଇନ୍ ୨୩ ଅଗଷ୍ଟକୁ ବଢ଼ିଲା

ଘରୋଇ LPG ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର। ଅନିବାର୍ଯ୍ୟ ଆଧାର ବାୟୋମେଟ୍ରିକ୍ e-KYC କରାଇବାର ସମୟସୀମା ବୃଦ୍ଧି ପାଇଛି। ପୂର୍ବରୁ ଏହାର ଶେଷ ତାରିଖ ୧୬ ଅଗଷ୍ଟ ଥିବା ବେଳେ ଏବେ ଏହାକୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଛି।ତେବେ ଡେଡ୍‌ଲାଇନ୍ ବଢ଼ିଥିଲେ ମଧ୍ୟ ଗ୍ରାହକଙ୍କ ଭୂମିସ୍ତରୀୟ ସମସ୍ୟା କମିନାହିଁ। ସର୍ଭର ଡାଉନ୍, ମୋବାଇଲ୍ ଆପ୍‌ରେ ବୈଷୟିକ ତ୍ରୁଟି ଏବଂ ବାରମ୍ବାର ସିଷ୍ଟମ୍ ଫେଲ୍ ହେବା କାରଣରୁ e-KYC ପ୍ରକ୍ରିୟା ଗ୍ରାହକଙ୍କ ପାଇଁ ଚ୍ୟାଲେଞ୍ଜ୍ ହୋଇଛି।ଅନେକ କ୍ଷେତ୍ରରେ ଗ୍ରାହକମାନେ […]

ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଅନ୍ତରୀଣ ଡିଜିପି

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ସହ ଓଡ଼ିଶାବାସୀଙ୍କ ସୁରକ୍ଷା ଦିଗରେ ବିନୟତୋଷ ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା ପ୍ରକାଶ କରାଯାଇଛି। ରାଜ୍ୟପାଳ ତାଙ୍କ ନୂତନ ଦାୟିତ୍ୱରେ ସଫଳତା କାମନା କରିବା ସହ ଓଡ଼ିଶାର ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଏକ ପୂର୍ଣ୍ଣ କାର୍ଯ୍ୟକାଳ କାମନା କରିଛନ୍ତି।ରାଜ୍ୟରେ […]

ୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ

ରାୟଗଡ଼ା, ୧୭/୮: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହାର ସିଏସଆର ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହଯୋଗରେ ସ୍ଥାନୀୟ ନୂଆପଡ଼ା ଟାଉନସିପ କ୍ଲବ୍ ହାଉସ୍‌ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ରକ୍ତ ଦାନ, ମହତ ଦାନ ଏହି ମହତ୍ ଉଦ୍ଦେଶ୍ୟ ନେଇ ଉକ୍ତଶିବିରରେ ସ୍ଥାନୀୟ ସମୁଦାୟ ଓ କମ୍ପାନୀ କର୍ମଚାରୀମାନଙ୍କର ଉତ୍ସାହଜନକ ସହଯୋଗ ପରିଲକ୍ଷିତ ହୋଇଥିବା ବେଳେ […]

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସାମ୍ନାକୁ ଆସିଲା ‘ଦିମାଗି ନକ୍ସଲ ଜନତା ପାର୍ଟି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ‘ଦିମାଗି ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ଜନତା ପାର୍ଟି’ (DNJP) ନାମରେ ଏକ ନୂତନ X ଆକାଉଣ୍ଟ ସାମ୍ନାକୁ ଆସିଛି । ଆକାଉଣ୍ଟର ପ୍ରାରମ୍ଭିକ ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ପୋଷ୍ଟରେ ଲେଖାଯାଇଛି, “ଆମେ ଭଗତ ସିଂହଙ୍କ ଅନୁଗାମୀ… ଯଦି ସେମାନେ ଆମ ଆକାଉଣ୍ଟକୁ ସସପେଣ୍ଡ କରିବାକୁ ଚେଷ୍ଟା କରନ୍ତି କିମ୍ବା ଆମକୁ ରାଷ୍ଟ୍ର-ବିରୋଧୀ ବୋଲି ଲେବଲ୍ କରିବାକୁ ଚେଷ୍ଟା କରନ୍ତି.. ତେବେ ଜାଣି […]

ଆଉ ଦୁଇଜଣ Air India ପାଇଲଟ୍ ଡ୍ରଗ୍ସ ପରୀକ୍ଷାରେ ଫେଲ୍‌ !

ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍‌ମାନଙ୍କ ଡ୍ରଗ୍‌ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚ ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍‌ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିନଥିବାରୁ ସୁରକ୍ଷା ଦୃଷ୍ଟିରୁ ଦୁଇ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି।ଅଗଷ୍ଟ ୧୩ ତାରିଖରୁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସେମାନଙ୍କର ସମସ୍ତ ପାଇଲଟଙ୍କ ପାଇଁ ନିୟାମକ ଆବଶ୍ୟକତାଠାରୁ ଅଧିକ ବ୍ୟାପକ ସ୍ତରରେ ନିଶାଦ୍ରବ୍ୟ […]

ଚୋରକୁ ଗୋଡାଇ ଗୋଡାଇ ନୟାନ୍ତ ୪ଟି ଥାନାର ପୋଲିସ!!ପୋଲିସକୁ ଚକମା ଦେଇ ଜେସିବି ଚୋର ଫେରାର

ଚୋର ଧରିବାକୁ ପୋଲିସ ନାକେଦମ୍। ଚୋରକୁ ଗୋଡାଇ ଗୋଡାଇ ନୟାନ୍ତ ହେଲେ ୪ଟି ଥାନାର ପୋଲିସ। ସିସିଟିଭିରେ କଏଦ ହୋଇଛି ପୂରା ଘଟଣାକ୍ରମ । ଘଟଣା ଗଞ୍ଜାମ ଜିଲ୍ଲାର । ଖଲ୍ଲିକୋଟ ଥାନା ଅଞ୍ଚଳରୁ ଚୋରି ହୋଇଥିଲା ଜେସିବି। ଖଲ୍ଲିକୋଟରୁ ଜେସିବିକୁ ନେଇ ପୁରୁଷୋତ୍ତମପୁର- କବିସୂର୍ଯ୍ୟନଗର ରାସ୍ତାରେ ଯାଉଥିଲା ଚୋର । ଖଳ୍ଲିକୋଟ ପୋଲିସ ଜାଣିବା ପରେ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନାକୁ ଜେସିବି ଚୋରକୁ ଧରିବା ପାଇଁ ସହାୟତା ମାଗିଥିଲେ ।ଚୋରକୁ କାବୁ କରିବା ପାଇଁ […]

କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାକ୍ତର

କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିବା ସୂଚନା। କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍ଟି ବିଭାଗରେ ଆସୁଥିବା ଅଜଣା, ନିରାଶ୍ରୟ ଏବଂ ଅସହାୟ ରୋଗୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ […]

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ

ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭିଜ୍ଞତା ଏବଂ ଉତ୍ସାହରେ ଭରା ନୂଆ ଟିମ ସଂଗଠନକୁ ଆଗକୁ ନେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ନୂଆ ଟିମ କାମ କରିବ। ବିକଶିତ ଭାରତ ଓ ଦେଶ ନିର୍ମାଣ ପାଇଁ ସଂଗଠନକୁ ଆହୁରି ମଜଭୂତ କରାଯିବ ବୋଲି ସଭାପତି ମତବ୍ୟକ୍ତି କରିଛନ୍ତି। ସୋମବାର […]

ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା

ଅଗଷ୍ଟ ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ଦିଆଯିବ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି । ବାଦ୍ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ୫ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ: ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ସ୍ଥିତି ରହିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଏହି ୨ ନଦୀ। ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ। ବର୍ଷା କମିଥିବାରୁ ଯାଜପୁର, ଭଦ୍ରକରେ ନଦୀର ଜଳସ୍ତର କମୁଛି। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସୁବର୍ଣ୍ଣରେଖା ଓ ଜଳକାରେ ବନ୍ୟା ସ୍ଥିତି ନାହିଁ। ବର୍ଷା ହେଲେ ବନ୍ୟା ସ୍ଥିତି ବିଗିଡିପାରେ […]

ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ: ମୃତ୍ୟୁର ମାସକ ପରେ ଜଣାଇଲା ପରିବାର

ହିନ୍ଦୀ ସିନେମା ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେଭେନ ଆୱାର ଟୁ ଗୋ, ଦ ଫାଇନାଲ ଏଗଜିଟ, ଓ ଘୋଷ୍ଟ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରିବାର ପକ୍ଷରୁ ଅନନ୍ୟାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ଜୁଲାଇ ୧୫ ତାରିଖ ଭୋର ସମୟରେ ଅନନ୍ୟାଙ୍କ ଦେହାନ୍ତ ହୋଇଥିଲା। ପରିବାର […]