ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ କେନ୍ଦ୍ର ସରକାର ଓ ଏନ୍ଟିଏକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇଂରାଜୀ, କମର୍ସ ଓ ସୋସିଓଲୋଜି, ଏହି ୩ଟି ବିଷୟର ପରୀକ୍ଷା ବାତିଲ୍ ହୋଇ ପୁଣିଥରେ ପରୀକ୍ଷା ହେବାକୁ ଥିବାରୁ ସେ ଏନଟିଏର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।ରାହୁଲ ଗାନ୍ଧୀ କହିଛନ୍ତି ଯେ, UGC-NETର ଏହି ୩ଟି ପରୀକ୍ଷା ୨୨ରୁ ୩୦ ଜୁନ୍ ମଧ୍ୟରେ ହୋଇଥିଲା। ପ୍ରାୟ […]
ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦ ଦେଖାଦେଇଛି । ଖରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ସମୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କିଛି ଛାତ୍ରୀଙ୍କୁ ବୁର୍ଖା ପିନ୍ଧି ମଞ୍ଚରେ ନୃତ୍ୟ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓର ସତ୍ୟତା ଓ ଏହା ପଛରେ ଥିବା ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଥିବା ନଲେଜ୍ ବିମ୍ […]
ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର ।ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି ।ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ବର ପାଇଁ BJDର ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତି ମିଳିଛି । ଯାଜପୁର ପାଇଁ ପ୍ରଦୀପ ଅମାତ, ଭଦ୍ରକ ପାଇଁ […]
ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ତେବେ ସୋମବାର ସନ୍ଧ୍ୟା ୬ଟା ଠାରୁ ରାତିି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ହୋଇ ଦ୍ୱିତୀୟ ଭୋଗମଣ୍ଡପ […]
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରରେ ରହୁଥିବା ଏକ ଅଣ୍ଡିରା ବାଘ ଛୁଆର ମୃତ୍ୟୁ ଘଟିଛି ।ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ସାଧାରଣ ନାଲି ରଙ୍ଗର ଅଣ୍ଡିରା ଶାବକଟି ୯ମାସ ବୟସରେ ଆଖିବୁଜିଛି । ପ୍ରକାଶ ଯେ, ୨୦୨୫ ଡିସେମ୍ବର ୨୭ରେ ବାଘ ‘ଅମିତ’ ଓ ବାଘୁଣୀ ‘ଜୟଶ୍ରୀ’ର ମିଳନରେ ୩ଟି ଶାବକ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ୨ଟି ଶାବକର ମୃତ୍ୟୁ ହୋଇଥିଲା । […]
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୫ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ ରହିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୭ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। । ବର୍ତ୍ତମାନ ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ କ୍ଷେତ୍ର ସ୍ତରରେ ଉପସ୍ଥିତ ଅଛି, ଆବଶ୍ୟକୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିବା ସହିତ ପରିସ୍ଥିତି ଉପରେ ନଜର ରଖିଛି । ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଉଦ୍ଧାର ଓ ସହାୟତା କାର୍ଯ୍ୟର […]
ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼।ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।ଶ୍ରାବଣ ସୋମବାରରେ ଭକ୍ତି ଓ ନିଷ୍ଠାର ସହ ଭଗବାନ ଶିବଙ୍କ ଉପାସନା କଲେ ସୁଖ, ଶାନ୍ତି ଓ ସମୃଦ୍ଧି […]
ବର୍ଷୁଛି ଆହୁରି ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ଅବପାତର ରୂପ ନେଇ ପାରେ। ଉତ୍ତର ଓଡ଼ିଶା ପାଇଁ ବଡ଼ ବର୍ଷା ବିପଦ ରହିଛି। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ୪ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ।ଏହା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡ଼ ବର୍ଷା ସମ୍ଭାବନା […]
ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ମେଷ: ମନରେ ଧାର୍ମିକ ଭାବନା ଜାଗ୍ରତ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ଇନଭେଷ୍ଟିଗେସନ୍ ଏବଂ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଡଗ୍ ସ୍କ୍ବାଡ୍ ପ୍ରସ୍ତୁତ ।ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲାଗିଲା ବଡ଼ି କ୍ୟାମେରା । ରେଳବାଇ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଥିବା ଆର.ପି.ଏଫ କୁକୁର ବ୍ୟବାହର କରିବେ ବଡି କ୍ୟାମେରା । ରେଲୱେ ପ୍ଳାଟଫର୍ମର ବିଭିନ୍ନ ଅପହଞ୍ଚ ଓ ଅନ୍ଧାରିଆ ଜାଗା ମଧ୍ୟରେ ଯାଞ୍ଚ କରିବାରେ ସହାୟତା ହେବ ଏହି ଗୋ ପ୍ରୋ କ୍ୟାମେରା । ପ୍ରଥମ କରି ଖୋର୍ଦ୍ଧା ଡିଭିଜନ ପାଇଁ […]
