author

ନୟାଗଡ଼ର ୪ଟି କଲେଜରେ ନିର୍ବାଚନ ବାତିଲ 

ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, ଖଣ୍ଡପଡା ଏବଂ ବାଲୁଙ୍କେଶ୍ଵର କଲେଜ, ଭାପୁର । ତେବେ କଲେଜ ଆଗରେ ଉତ୍ତେଜନା ଦେଖାଦେଇଛି । ନିଷ୍ପତ୍ତିକୁ ନେଇ ଛାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।ବିଧାୟକ ଅରୁଣ ସାହୁ ଘଟଣାସ୍ଥଳରେ ପହଞ୍ଚି ସରକାର ଏବଂ ପ୍ରଶାସନ ହାରିଯିବା […]

ଜେକେପୁରରେ ଗୋପବନ୍ଧୁଙ୍କ ୧୪୯ତମ ଜୟନ୍ତୀ ପାଳିତମାଲ୍ୟାର୍ପଣ ସହ ଦେଶ ଓ ଜାତି ପ୍ରତି ତାଙ୍କର ଅବଦାନକୁ ସ୍ମରଣ

ଜେକେପୁର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଜେକେପୁରଠାରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜେକେ ପେପର ମିଲ୍ସର ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜେକେପୁର ବଣିକ ସଂଘର ସଭାପତି ଜଗନ୍ନାଥ ପରିଚ୍ଛା ତଥା ବିଜୁ ଜନତା ଦଳର ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି. ଗୌରୀଶଙ୍କ […]

ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ !ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ

ରାୟଗଡ, ୦୯।୧୦() : ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କ ଶିକ୍ଷା ,ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ଅବ୍ୟବସ୍ଥା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଗଲେ ଏବେ ଖୋଲାମ ଖୁଲା ମିଳୁଛି ଧମକ ! ଏମିତି କି ଗୋଟେ କେନ୍ଦ୍ରର ସୁରକ୍ଷା ପାଇଁ ଅନ୍ୟ କେନ୍ଦ୍ର ର ଅଙ୍ଗନବାଡି ଦିଦି ମାନେ ନିଜ କେନ୍ଦ୍ର ଛାଡି ସଂଘବଧ ରେ ସାମିଲ ହୋଇ ଧମକ ଦେଉଥିବା ଭଳି ଗୁରୁତର ଘଟଣା ସାମ୍ନାକୁ ଆସୁଛି ! ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର […]

ଓଡିଶା ସୂଚନା ସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାସ୍କ

 ଓଡିଶା ସୂଚନା ସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାସ୍କ । ଓଡିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି । ଏହାକୁ ଆଗକୁ ନେବାକୁ ସୋସିଆଲ ମିଡିଆରେ ଅଧିକ ଫୋକସ କରିବାକୁ ପରାମର୍ଶ । ଏଆଇ, ଚାଟ ଜିପିଟିର ସହଯୋଗ ନିଅନ୍ତୁ, କିନ୍ତୁ ତାର ସଦୁପଯୋଗ କରିବାକୁ କଣ୍ଟେଣ୍ଟ ଉପରେ ଫୋକସ କରିବାକୁ କହିଛନ୍ତି । ସକାରତ୍ମକ ଖବର ପ୍ରସାରଣକୁ ଗୁରୁତ୍ୱ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆହୁରି କହିଛନ୍ତି, ଖବର ସଠିକ, ଶୀଘ୍ର […]

ବାରଙ୍ଗ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିକଟରେ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ହଷ୍ଟେଲ ପାଖରେ ୧୦ ଫୁଟ ଲମ୍ବର ଅଜଗର । ଭୁବନେଶ୍ୱର ସ୍ଥିତ ବାରଙ୍ଗ ଅରିଲୋ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିକଟରୁ ପ୍ରାୟ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି ।ଏନେଇ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଅଜଗରଟିକୁ ଜନବସତିଠାରୁ ଦୂର ଏକ ସୁରକ୍ଷିତ ପ୍ରାକୃତିକ […]

ଆସନ୍ତା ୧୩ରେ ବଙ୍ଗୋପସାଗରରେ ଲଘୁଚାପ !

ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।ସୂଚନା ଅନୁଯାୟୀ, ଆସନ୍ତା ୧୧ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ […]

ରାଜ୍ୟରେ ବଢ଼ିଲା ସବୁ ବର୍ଗ ଶ୍ରମିକଙ୍କ ଦୈନିକ ମଜୁରି

ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଦର୍ଶାଇଛନ୍ତି, ସର୍ବନିମ୍ନ ମଜୁରି ଉପରେ ପ୍ରତ୍ୟେକ ଏପ୍ରିଲ ଓ ଅକ୍ଟୋବରରେ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଉଛି। ଚଳିତ ଅକ୍ଟୋବରରୁ ମହଙ୍ଗା ଭତ୍ତାରେ ଅତିରିକ୍ତ ଭାବେ ଦୈନିକ ୬ ଟଙ୍କା ବୃଦ୍ଧି କରାଯାଇଛି।ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, […]

ଓଡିଶା ଛବିକୁ ମଳିନ କରିସାରିଲେଣି ଡବଲ ଇଞ୍ଜିନ ସରକାର: ନବୀନ ପଟ୍ଟନାୟକ 

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି ।ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି,  ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର । ବିଜେଡି ବିକାଶ ଓ ସେବାରେ ବିଶ୍ବାସ କରେ ବୋଲି  କହିଲେ ନବୀନ  […]

ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ।ଇସ୍ରାଏଲ୍ ରାଷ୍ଟ୍ରପତି ଏନେଇ ଘୋଷଣା କରିବା ସହ ବିମାନରେ ଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପାଇଲଟ୍ ସ୍ମିତ ସମ୍ପୂର୍ଣ୍ଣ […]

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଇଡିର ଚଢ଼ାଉ

ଚର୍ଚ୍ଚିତ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢ଼ାଉ । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଇଡିର ଅଧିକାରୀମାନେ ଏକକାଳୀନ ରାଜ୍ୟର ୯ଟି ସ୍ଥାନରେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି ।ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ, ଏବେ ଇଡି ମଧ୍ୟ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ପରୀକ୍ଷା କେଳେଙ୍କାରୀ ସହ ଜଡ଼ିତ ଥିବା […]

ଭାରତୀୟ IT କର୍ମଚାରୀଙ୍କୁ ଟ୍ରମ୍ପଙ୍କ ଝଟକା, ଗ୍ରୀନ୍ କାର୍ଡ ଉପରେ କଟକଣା ଲାଗୁ

ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech, କଗ୍ନିଜାଣ୍ଟ, କ୍ୟାପ୍‌ଜେମିନି, ମାଇକ୍ରୋସଫ୍ଟ ଏବଂ ଆଡୋବ୍‌ ସମେତ ୮ଟି କମ୍ପାନୀକୁ ଗ୍ରୀନ୍ କାର୍ଡ ସହ ଜଡ଼ିତ PERM ଲେବର ସାର୍ଟିଫିକେସନ୍‌ ପ୍ରକ୍ରିୟାରୁ ସ୍ଥଗିତ ରଖିଛି ।ସୂଚନାନୁଯାୟୀ, କାଲି ଆମେରିକାର ଶ୍ରମ ସଚିବ କିଥ୍ ସଣ୍ଡରଲିଙ୍ଗ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ୮ଟି କମ୍ପାନୀ ପାଇଁ PERM ବା […]

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ 

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସୁନ୍ଦରଗଡ଼ରେ ବଡ଼ ଭିଜିଲାନ୍ସ ଚଢ଼ାଉ । ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ଓ ଉପ ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହିତ ଭୁନନେଶ୍ୱରରେ ରଖିଥିବା ୩ଟି ଫ୍ଲାଟରେ ଏକାସାଙ୍ଗରେ ଚଢ଼ାଉ କରୁଛି ଭିଜିଲାନ୍ସର ବିଭିନ୍ନ ଟିମ । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ […]