ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ହାଇଦ୍ରାବାଦର ସୀମାବର୍ତ୍ତୀ ମୁଚିନ୍ତାଳରେ “ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି”କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧୬ ଫୁଟ ଉଚ୍ଚର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଏକାଦଶ ଶତାବ୍ଦୀର ଭକ୍ତ ସାଧୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମିତ। ଏହି ପ୍ରତିମୂର୍ତ୍ତି ସୁନା, ରୂପା, ତମ୍ବା, ପିତ୍ତଳ ଏବଂ ଜିଙ୍କର ‘ପଞ୍ଚଧାତୁ’ର ମିଶ୍ରଣରେ ନିର୍ମିତ। ଏହା ବସିଥିବା ଅବସ୍ଥାରେ ଦୁନିଆର ସବୁଠାରୁ ଉଚ୍ଚ ଧାତୁ ପ୍ରତିମୂର୍ତ୍ତି। ଏହା ଏକ ୫୪ ଫୁଟ ଉଚ୍ଚ ଆଧାର ଭବନରେ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକର ଓଡଗାଁ ଏନ.ଏ.ସି.ରେ କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀ ଶ୍ୱାତି ମିଶ୍ର ଆଜି ନୟାଗଡ଼ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଣି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥିନିମନ୍ତେ ବିଦାୟୀ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ ନୂତନ ନିର୍ବାହୀ ଅଧିକାରୀ ତଥା ଓଡିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ଅଧିକାରୀ ଶ୍ୱାତି ମିଶ୍ରଙ୍କୁ ସ୍ୱାଗତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ପୌର ଯନ୍ତ୍ରୀ ରଞ୍ଜନ […]
ନୂଆଦିଲ୍ଲୀ,(ଓଡିଶା ଦର୍ପଣ): NEET PG ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, NEET PG ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏହି ପରୀକ୍ଷା ମାର୍ଚ୍ଚ 12 ତାରିଖରେ ଅନୁଷ୍ଠିତ ହେବାର ଥିଲା। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ NEET ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ୍ ଡି.ଇ […]
ନୂଆଦିଲ୍ଲୀ:(ଓଡିଶା ଦର୍ପଣ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ଗୌତମ ଆଦାନୀ ମଧ୍ୟ ଦୁନିଆର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୯୦.୧ ବିଲିୟନ ଡଲାର ଥିବାବେଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୮୯.୪ ବିଲିୟନ ଡ଼ଲାର ଅଟେ। ଗୌତମ ଆଦାନୀ କେବଳ ମୁକେଶ […]
ଭୁବନେଶ୍ବର,(ଓଡିଶା ଦର୍ପଣ): ଭୁବନେଶ୍ବର ମା’ ବିରଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହିଦନଗର୍ ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ରହୁଥିବା ଅଭାବୀ ଦିନହିନ ପୁରୁଷ ଓ ମହିଳା ବ୍ୟକ୍ତିମାନଙ୍କୁ ଟ୍ରଷ୍ଟ ତରଫରୁ ଶୀତବସ୍ତ୍ର, କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୌମ୍ୟକାନ୍ତ ବଳବନ୍ତରାୟଙ୍କ ଉଦ୍ୟମରେ ୟୁ.ଏସ୍.ବି.ଏମର ଅଧ୍ୟାପକ ପ୍ରଦୀପ କୁମାର ଦେ, ଅଧ୍ୟାପକ କୈଲାସ ଚନ୍ଦ୍ର […]
ଭୁବନେଶ୍ବର,(ଓଡିଶା ଦର୍ପଣ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍ କଟକଣାକୁ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦର୍ପଣ ପରିବାର ପକ୍ଷରୁ ‘ଓଡ଼ିଶା ଦର୍ପଣ’ ନାମକ ଏକ ୱେବ ପୋର୍ଟାଲ ନୂଆ ବର୍ଷରେ ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦର୍ପଣ ପରିବାରର ମୁଖ୍ୟ ପୁରୋଧା ତଥା କବି ଗୀତିକଳ୍ପ ହରିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, […]
ଆସନ୍ତୁ ଜାଣିବା ଆଇସ୍କ୍ରିମ୍ ବିଷୟରେ କିଛି ଜଣା ଅଜଣା କଥା–କୁହାଯାଏ ଆଇସ୍କ୍ରିମ୍ର ପ୍ରଚଳନ ଖ୍ରୀ.ପୂ ୪ର୍ଥ ଶତାବ୍ଦୀରୁ ହୋଇଥିଲା। ରୋମ୍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଆମେରିକାରେ ଏକ ନିର୍ଦ୍ଦିଷ୍ଟ ଭେରାଇଟିକୁ ଇସ୍କ୍ରିମ୍ କୁହାଯାଉଥିବା ବେଳେ ଇଟାଲୀରେ ସବୁପ୍ରକାରକୁ ସେଇ ଗୋଟିଏ ନାମ ଆଇସ୍କ୍ରିମ ଦିଆଯାଇଥାଏ । ବିଭିନ୍ନ ସ୍ୱାଦର ଆଇସ୍କ୍ରିମ ମଧ୍ୟରୁ ଭାନିଲା ଏବଂ ଚକୋଲେଟ୍ ଫ୍ଲେଭର ମୁଖ୍ୟଅଟେ। ୟୁରୋପ ଓ ବ୍ରିଟେନ୍ର […]
ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା। ସ୍ୱାସ୍ଥ୍ୟ:- ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍ କରିବାକୁ ଚାହୁଁଥିଲେ ଦିନକୁ ୩୦ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ଚାଲିବା ଦ୍ୱାରା ଷ୍ଟ୍ରେସ୍ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା […]