author

ପୁରୀ ବେଳାଭୂମି ହେବ ‘ଆଧ୍ୟାତ୍ମିକ ବେଳାଭୂମି’ – ମୁଖ୍ୟମନ୍ତ୍ରୀ

ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠର ସମ୍ପତ୍ତିର ସୁରକ୍ଷା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି […]

ରେଭେନ୍ସା ଶିକ୍ଷକ- ବିଧାୟକ ବିବାଦ ଘଟଣା: ବଦଳିଲେ କଟକ ରେଭେନସା ବିଶ୍ବବିଦ୍ୟାଳୟ ଚିଫ ୱାର୍ଡେନ

ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ବିବାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଯାଇଛି। ବିଧାୟକଙ୍କ ସହ ବିବାଦ ପରେ ଚିଫ ଓ୍ବାର୍ଡେନ, ଦୁଇ ଜଣ ଡେପୁଟି ଚିଫ ଓ୍ବାର୍ଡେନ ଓ ସବୁ ହଷ୍ଟେଲର ଓ୍ବାର୍ଡେନ, ଡେପୁଟି ଓ୍ବାର୍ଡେନମାନେ ଇସ୍ତଫା ଦେଇଥିଲେ। ତେବେ ଚିଫ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ନୂଆ ଚିଫ ୱାର୍ଡେନ ଭାବେ ନିଯୁକ୍ତ କରାଯାଇଛି। ଦୁଇଜଣ ଡେପୁଟି ଚିଫ ୱାର୍ଡେନଙ୍କର ମଧ୍ୟ ବଦଳାଯାଇଛି। ଅଧିକାଂଶ […]

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସଫଳତାର ସହ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଆଖିଆଗରେ ରଖି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୋଟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି । ଅଫିସ୍ କାର୍ଯ୍ୟ ପେପରଲେସ୍‌ କରିବାକୁ ପ୍ରସ୍ତାବ ପାରିତ ହୋଇଛି । ବ୍ଲକ ସ୍ତର ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ ପେପରଲେସ୍ […]

ନନ୍ଦନକାନନରେ ବାଘର ଲାଇଭ୍ ହରିଣ ଶିକାର ! ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ

ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ ଫଟୋ ଯାହାର ପ୍ରମାଣ ଦେଉଛି। ଯେଉଁଠି ଏକ ବାଘ ନିରୀହ ହରିଣକୁ ଖିନ୍‌ଭିନ୍‌ କରି ଖାଉଛି। ଏହି ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ପ୍ରାୟ ୪ ଦିନ ତଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଥିବା ବେଳେ, ଶିକାର ସମୟର ଦୃଶ୍ୟକୁ […]

ଡିଜି ଚୟନ ପ୍ରସଙ୍ଗ : ଭୁଲ କରୁଛନ୍ତି ସରକାର -ବିଧାୟକ ଧ୍ରୁବ ସାହୁ

ଡିଜି ଚୟନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲାକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା । ବିଜେପି ସରକାର ସବୁଥିରେ ବିଫଳ । ସୁପ୍ରିମକୋର୍ଟ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଜାଣିଶୁଣି ଭୁଲ କରୁଛନ୍ତି ସରକାର । ସୁପ୍ରିମକୋର୍ଟ କହିଛନ୍ତି ଡିଜି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ । ବିଜେପି ସରକାର ଆଇନ ବ୍ୟବସ୍ଥାକୁ ମାନିବାକୁ ନାରାଜ ବୋଲି ବିଧାୟକ ଧ୍ରୁବ ସାହୁ କହିଛନ୍ତି । ତେବେ ସୁପ୍ରିମ କୋର୍ଟରେ ରାଜ୍ୟ ଡିଜିପି ଚୟନ […]

କଳାହାଣ୍ଡିରେ ଲଜ୍ଜା: ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ

କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ସଦର ଥାନା ପାଷ୍ଟିକୂଡି ପଞ୍ଚାୟତ ଠେମରା ଗ୍ରାମର ପାଷ୍ଟର ଜିନେଶ କୁମାର ଗର୍ଭବତୀ ମହିଳା ଓ ସ୍ବାମୀ ଙ୍କୁ ଗତ ୭ ତାରିଖ ଦିନ ଘରକୁ ଡାକିଥିଲେ। ସ୍ବାମୀକୁ ମଦ ପିଆଇ ମହିଳାକୁ ପ୍ରାର୍ଥନା କରିଦେବି କହି ରୁମକୁ ନେଇ ୨ଘଣ୍ଟା ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା। ଯଦି କାହା ପାଖରେ କହିଲେ ଜୀବନରୁ ମାରିଦେବି ବୋଲି […]

୩ ଦିନର ରେସ୍କ୍ୟୁ ଅପରେସନ ପରେ ଜାଲରେ ଧରା ପଡିଲା ହଂସ ଖିଆ କୁମ୍ଭୀର

ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୁମ୍ଭୀରଟି ୯୦ରୁ ଅଧିକ ହଂସ ସହ ପୋଖରୀର ବହୁ ମାଛ ଖାଇଥିବା ନେଇ ଅଭିଯୋଗ ହୋଇଥିଲା । ବନ ବିଭାଗର ରାପିଡ ରେସପନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ସୁରକ୍ଷିତ ଭାବେ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଦୁଇ ଦିନ […]

ଆଜି ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି । ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି ।ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ର […]

ବିଚାରପତିଙ୍କ ଘରୁ  ବିପୁଳ ଟଙ୍କା ମିଳିବା ଘଟଣା, ସଂସଦରେ ଉପସ୍ଥାପିତ ହେଲା ତଦନ୍ତ ରିପୋର୍ଟ

ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ସହିତ ଜଡିତ ବିବାଦୀୟ ଘରେ ଟଙ୍କା ମିଳିବା ମାମଲାର ତଦନ୍ତ କମିଟିର ରିପୋର୍ଟ ବୁଧବାର ଲୋକସଭାରେ ଉପସ୍ଥାପିତ ହୋଇଛି। ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ଏକ ଅଂଶରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ସମୟରେ ସେଠାରେ ବହୁ ପରିମାଣର ପୋଡ଼ା ଓ ଅର୍ଦ୍ଧପୋଡ଼ା ନଗଦ ଟଙ୍କା ଥିବା […]

ଓଡ଼ିଶାରେ ବନ୍ୟା କ୍ଷୟକ୍ଷତି: ୨୪ ଜିଲ୍ଲାର ୧୩.୭୧ ଲକ୍ଷ ଲୋକ ପ୍ରଭାବିତ-ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ତେବେ କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ନେଇ ଆକଳନ ଚାଲିଛି । ବନ୍ୟାରେ କ୍ଷୟକ୍ଷତି ବାବଦରେ ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ […]

ଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ। ଏବେ ଚିଲିକାରୁ ଆସିବ କାଠ 

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଆଉ ରହିବନି କାଠର ସଙ୍କଟ। କାଠ ସଙ୍କଟକୁ ନେଇ  ତତ୍ପର ହୋଇଉଠିଛି ପ୍ରଶାସନ। କାଠ ସମସ୍ୟା କିଭଳି ଦୂର ହେବ ସେନେଇ ସୁଆର ମହାସୁଆର ନିଯୋଗ ସହିତ ବୈଠକ କରିଥିଲେ ପୁରୀ ଜିଲ୍ଲାପାଳ।ତେବେ କାଠ ସମସ୍ୟା ଦୂର ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଏକ ଟିମ୍ ଗଠନ କରାଯାଇଛି। ଶ୍ରୀମନ୍ଦିରକୁ ପର୍ଯ୍ୟାପ୍ତ କାଠ କିଭଳି ଯୋଗାଯିବ ସେନେଇ ବୈଠକରେ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ଅସ୍ତରଙ୍ଗରୁ କାଠ ଆସୁଥିବା […]

ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ, ଧରିଲା ଭିଜିଲାନ୍ସ

ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ। ସୂଚନାନୁଯାୟୀ, ଜଣେ ବ୍ୟକ୍ତି ନିଜ ଜେଜେ ବାପାଙ୍କ ନାମରେ ଜମିର ପଟ୍ଟା ପାଇଁ ଆବେଦନ କରିଥିଲେ । ଏ ସଂପର୍କରେ କ୍ଷେତ୍ର ପରିଦର୍ଶନ କରି ଆରଆଇ ତହସିଲକୁ ରିପୋର୍ଟ ପଠାଇବା କଥା । ମାତ୍ର ସେ ଉଦ୍ଦେଶ୍ୟମୂଳକ […]