author

ରାସନ ଦୋକାନରେ ନୂଆ ବ୍ୟବସ୍ଥା ଇ-ୱାଲେଟ୍‌ରେ ଆସିବ ସବସିଡି

ରାସନ ଦୋକାନରେ ଏଣିକି ଚାଉଳ-ଗହମ ସହ ଆସିବ ଡିଜିଟାଲ୍ ଟଙ୍କା ! ରାସନ ଚୋରି ଓ ଅନିୟମିତତାକୁ ରୋକିବା ପାଇଁ ସରକାର ଆଣିଛି ଏକ ନୂଆ ବ୍ୟବସ୍ଥା । ୧୪ ଅଗଷ୍ଟ ୨୦୨୬ରୁ ଚଣ୍ଡିଗଡ଼ ଏବଂ ଦାଦ୍ରା-ନଗର ହାଭେଲିରେ ହିତାଧିକାରୀଙ୍କୁ ମିଳିବ ଡିଜିଟାଲ୍ ରାସନ ସବସିଡି, ଯାହା ସିଧାସଳଖ ଇ-ୱାଲେଟରେ ଜମା ହେବ । କିନ୍ତୁ ଏହି ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରିହେବ ନାହିଁ QR କୋଡ୍ ସ୍କାନ୍ କରି କେବଳ ସରକାରୀ ରାସନ ଦୋକାନରୁ ଚାଉଳ […]

ଅଧିକାରୀଙ୍କ ଉପରେ ବର୍ଷିଲେ କେଭି ସିଂହଦେଓ: ଯିଏ କାମରେ ଅବହେଳା କରିବେ ସେ ଘରକୁ ଯିବେ

କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ ଖର୍ଚ୍ଚରେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଅଧିକାରୀମାନେ କ’ଣ ଶିଖିଲେ, କ’ଣ ଦେଖିଲେ ଏବଂ ତାହା ଓଡ଼ିଶାରେ କିପରି ପ୍ରୟୋଗ କରିବେ, ସେନେଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବେ।ଅଧିକାରୀମାନଙ୍କୁ ସିଧାସଳଖ […]

ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଶେଷ ହୋଇଛି ଲୋକସଭାର ସୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଯୋଗୁଁ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା। ଶେଷରେ ‘ବନ୍ଦେ ମାତରମ୍’ ଗାନ ପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ ଥିବାରୁ […]

ଏବେ ଭୁବନେଶ୍ୱରରେ ଆୟୁର୍ବେଦର ଚିକିତ୍ସା ସରକାରୀ ଭାବେ ମିଳିବ-ସ୍ୱାସ୍ଥ୍ୟ ମନ୍ତ୍ରୀ

ଏବେ ଭୁବନେଶ୍ୱରରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦର ଚିକିତ୍ସା ମଧ୍ୟ ସରକାରୀ ଭାବେ ମିଳିବ। ଆଜି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗିରେ ଭୁବନେଶ୍ୱର କୋର୍ଟ ନିକଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ତେବେ ଇନ୍‌ଡୋର୍‌ରେ ଥିବା ୪୩ଟି ଶଯ୍ୟା ସଂଖ୍ୟାକୁ ବଢ଼ାଇ ୧୦୦ ଶଯ୍ୟା କରାଯିବ । ଏହାଦ୍ଵାରା ଭୁବନେଶ୍ୱରବାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଆୟୁଷ ଚିକିତ୍ସା ମିଳିବ। ସବୁଠୁ ବଡ଼ କଥା ହେଲା, ଆୟୁଷ୍ମାନ […]

ପଞ୍ଜୁରୀ ଭିତରେ ନାଗ । ପକ୍ଷୀ ଖାଇବାକୁ ଆସି ଫସିଲା ନାଗ ସାପ

କଟକ ବାଙ୍କୀର ଇଲେଟ୍ରିକ୍ ଅଫିସ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଚଢ଼େଇ ପଞ୍ଜୁରୀ ଭିତରେ ନାଗ ସାପ ପଶିଯାଇଛି। ଦୁଇଟି ଚଢ଼େଇକୁ ଶିକାର କରିବା ସହ ପଞ୍ଜୁରୀ ଭିତରେ ପଶି ଫଁ ଫଁ କରି ରୌଦ୍ର ରୂପ ଦେଖାଇଛି। ସୂଚନା ଅନୁଯାୟୀ, ବାଙ୍କୀ ବଜାର ନିକଟସ୍ଥ ପ୍ରଶାନ୍ତ ମିଶ୍ରଙ୍କ ଘରେ ଗତକାଲି ଅପରାହ୍ନ ସମୟରେ ଏକ ୪ ଫୁଟର ନାଗ ସାପ ପଶି ଆସିଥିଲା । ଘର ବାରଣ୍ଡାରେ ଟଙ୍ଗା ଯାଇଥିବା ଚଢେଇ ପଞ୍ଜୁରୀ ଭିତରେ ସୁଯୋଗ […]

ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ! ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ

ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ଆରମ୍ଭ | ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କରେ ବୈଠକ ଆରମ୍ଭ କରିବା ମାତ୍ରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଲୋକେ ସ୍ପଷ୍ଟ ଭାବେ କହିଥିଲେ ଯେ, ସୋସାଇଟିର ପାର୍କ ଧାରଣା କିମ୍ବା ରାଜନୈତିକ କାର୍ଯ୍ୟକଳାପ ପାଇଁ ନୁହେଁ। ବିରୋଧ ବଢ଼ିବାରୁ ପୋଲିସକୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା। ଶେଷରେ ଦୀପକେ ତାଙ୍କ ସାଥୀମାନଙ୍କ ସହ ସେଠାରୁ […]

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି । ସନ୍ଧ୍ୟା ୬ଟାରୁ ଦର୍ଶନ କଟକଣା

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ପ୍ରସ୍ତୁତି ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ତେବେ ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗିର ଅସଲ ସମୟ ଧାର୍ଯ୍ୟ ହେବ ।ଏହି ବିଶେଷ ନୀତି ପାଇଁ ସନ୍ଧ୍ୟା୬ଟାରୁ […]

କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ

କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ୨ ନାବାଳକ ଗିରଫ ହୋଇଥିବା ଜଣାପଡିଛି। ଉଭୟ ଅଭିଯୁକ୍ତ ନାବାଳିକାର ସହପାଠୀ ହୋଇଥିବା ସୂଚନା ମିଳିଛି।କଟକରେ ଏକ କଲେଜ୍‌ରେ ଜଣେ ୧୬ ବର୍ଷୀୟା ନାବାଳିକା ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ନ୍ତି । ସେହି କଲେଜରେ ମର୍କତନଗର ଥାନା ସିଡିଏ ସେକ୍ଟର ୭ ବାଲିସାହିର ଜଣେ ୧୬ ବର୍ଷର ଯୁବକ […]

ଓଡ଼ିଶା DGP ଚୟନ ବିବାଦ, ଆଜି ସୁପ୍ରିମକୋର୍ଟରେ ଉଠିପାରେ ପ୍ରସଙ୍ଗ

ଓଡ଼ିଶାରେ ପୋଲିସ ଡିଜି ନିଯୁକ୍ତି ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଉଚ୍ଚତମ ନ୍ୟାୟାଳୟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ହେବ। ଆଜି ପିଟିସନରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ପୋଲିସ ସଂସ୍କାର ସଂକ୍ରାନ୍ତ ଐତିହାସିକ ‘ପ୍ରକାଶ ସିଂହ’ ମାମଲା ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଛି । ସୁପ୍ରିମକୋର୍ଟର ଆଜି ଦୈନିକ କାର୍ଯ୍ୟତାଲିକା ଅନୁସାରେ, ପ୍ରକାଶ ସିଂହ […]

ବଙ୍ଗୋପସାଗରରେ ଲଘୁଚାପ: ଅବପାତର ପରିଣତ ହେବ ଲଘୁଚାପ

ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ସମୟରେ ଅବପାତର ରୂପ ନେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି।ଗୁରୁବାର କେନ୍ଦୁଝରରେ ଭୀଷଣ ବର୍ଷା ହୋଇପାରେ। ବାଲେଶ୍ୱର,ଯାଜପୁର,କଟକ,ସୁନ୍ଦରଗଡ଼,ସମ୍ବଲପୁର,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର,ବରଗଡ଼,ସୋନପୁର,ବୌଦ୍ଧ,ବଲାଙ୍ଗୀର,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି କେନ୍ଦୁଝରକୁ […]

ଆଜିର ରାଶିଫଳ(୧୩ ଅଗଷ୍ଟ, ୨୦୨୬)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ଜିଲ୍ଲାପାଳଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ

ରାୟଗଡ଼, ୧୨ ଅଗଷ୍ଟ ୨୦୨୬ :ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଚଳିତ ବର୍ଷ ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଓ ସଫଳ କରିବା ଲକ୍ଷ୍ୟରେ ରାୟଗଡ଼ ଜିଲ୍ଲାରେ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ସମ୍ପର୍କରେ ଆଜି, ୧୨ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ନୂତନ […]