author

ଉପ-ନିର୍ବାଚନ ଭୋଟ ଗଣତି ଆରମ୍ଭ : ନନ୍ଦୀଗ୍ରାମ ଓ ନଗାଁଓ ଉପରେ ସମସ୍ତଙ୍କ ନଜର

ଶୁକ୍ରବାର ସକାଳ ୮ଟାରୁ ଆସାମର ନଗାଁଓ ଲୋକସଭା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀର ୫ଟି ବିଧାନସଭା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।ବିଭିନ୍ନ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ଫଳାଫଳ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱ ବହନ କରୁଛି ।ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଫଳାଫଳକୁ ନେଇ ବିଶେଷ ଉତ୍ସୁକତା ରହିଛି। ରାଜ୍ୟରେ ୧୫ ବର୍ଷ ଧରି ଶାସନ କରିଥିବା ତୃଣମୂଳ […]

ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠାରୁ ରାଜ୍ୟରେ ଦିନ ତାପମାତ୍ରା କମିବାର ସମ୍ଭାବନା ରହିଛି। ପୂର୍ବ ଭାରତ ଉପରେ ଦୁଇଟି ନିମ୍ନଚାପ ରେଖା ସକ୍ରିୟ ରହିଥିବାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିଛି । ଏହାର ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ସମେତ ୧୪ଟି ଜିଲ୍ଲାରେ ବଜ୍ରପାତ ଓ ଝଡ଼ପବନ ଆଶଙ୍କା ରହିଛି । ଏଥିପାଇଁ ଲୋକଙ୍କୁ ସତର୍କ […]

ଆଜି ବିଶ୍ୱ ଡାକ ଦିବସ

ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଡାକ ଦିବସ । ଡାକସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଦେଶ ଦେଶ ମଧ୍ୟରେ ଯୋଗାଯୋଗ ଓ ସହଯୋଗକୁ ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସୁଇଜରଲ୍ୟାଣ୍ଡର ବର୍ଣ୍ଣଠାରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’ (Universal Postal Union) ପ୍ରତିଷ୍ଠା ହୋଇଥିଲା। ଏହି ଦିନର ସ୍ମୃତିରେ ଏହା ପାଳନ କରାଯାଏ।ଅକ୍ଟୋବର ୧, ୧୮୫୪ରେ […]

ଆଜିର ରାଶିଫଳ(୯ ଅକ୍ଟୋବର, ୨୦୨୬)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ଡିସେମ୍ବରରେ ଏଲ୍ ନିନୋର ଭୟଙ୍କର ରୂପ

ଚଳିତ ବର୍ଷ ଏଲ୍‌ନିନୋ ଆହୁରି ଶକ୍ତିଶାଳୀ ହେବ ଏବଂ ଡିସେମ୍ବରରେ ଏହା ଚରମ ସ୍ତରରେ ପହଞ୍ଚିବ। ଏହା ୧୯୫୦ ପରଠାରୁ ଦେଖାଯାଇଥିବା ସବୁଠୁ ଶକ୍ତିଶାଳୀ ଏଲ୍‌ନିନୋ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଗୁରୁବାର ଚେତାବନୀ ଦେଇଛି। ଚଳିତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କେନ୍ଦ୍ରୀୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ରେକର୍ଡ ୩.୭ ଡିଗ୍ରୀ ସେଲସିୟସ୍ ଅଧିକ ରହିବା ନେଇ ଆକଳନ କରାଯାଇଛି। ବୈଜ୍ଞାନିକମାନଙ୍କ ମତରେ, ଏହି […]

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ । ବୋମା ମାଡ ପରେ ଛାତ୍ର ସଂସଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କଲେଜ ଅଧ୍ୟକ୍ଷ । ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ସାଇନ-ଏ-ଡାଏ ଘୋଷଣା କରାଗଲା । ଏଥି ସହ ଆସନ୍ତାକାଲି ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ଗତକାଲି ରାତିରେ ପ୍ରିନ୍ସପାଲଙ୍କ ଚାମ୍ବରରେ ବୋମାମାଡ ହୋଇଥିଲା ।ଏହି ଖବର ପ୍ରିନ୍ସପାଲ ତୁତନ୍ତ ଯାଜପୁର ରୋଡ ପୋଲିସକୁ […]

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅବଢ଼ା ଯୋଜନାରେ ୬୫୮ କୋଟି ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଢ଼ା ଯୋଜନା ଅଧୀନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ସୂଚନାଯୋଗ୍ୟ ଯେ, ପୁରୀରେ ଅବଢା (Augmentation Basic Amenities and Development of Heritage and Architecture) ଯୋଜନାରେ ଜଗନ୍ନାଥ ବଲ୍ଲଭ ପିଲ୍‌ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ଏହା ସହିତ ମୁସା ନଦୀର ସଂପ୍ରସାରଣ ଆଦି ବିଭିନ୍ନ […]

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଇଣ୍ଡିଆ ମେଣ୍ଟର ବନ୍ଦ ପାଳନ, ସମର୍ଥନ ପାଇଁ କଂଗ୍ରେସ ସଭାପତି କୃତଜ୍ଞତା ପ୍ରକାଶ କରିଛନ୍ତି

ନୟାଗଡ଼,(ଓଡିଶା ଦର୍ପଣ): ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ, ବ୍ୟାଙ୍କ ଇନ୍ସୁରାନ୍ସ, ପୋଷ୍ଟାଲ କର୍ମଚାରୀ ସଙ୍ଘ, ଘରୋଇ ବସ, ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ, ସର୍ବୋପରି ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା   ସଦସ୍ୟ ମାନଙ୍କ ମିଳିତ […]

ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର !ବଢ଼ିଲା ଫର୍ମ ଫିଲ୍‌ଅପ୍‌ ଅବଧି

ଏକ୍ସ-ରେଗୁଲାର୍ ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍‌ଅପ୍‌ ଅବଧି ବଢ଼ାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ଏଣିକି ବିନା କୌଣସି ଫାଇନ୍‌ରେ ଆସନ୍ତା ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଫର୍ମ ଫିଲ୍‌ଅପ୍‌ କରିପାରିବେ ।ପୂର୍ବରୁ ଫର୍ମ ଫିଲ୍‌ଅପ୍‌ର ଶେଷ ତାରିଖ ୯ ଅକ୍ଟୋବର ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ ଆଉ ୩ ଦିନ ବଢ଼ାଇ ୧୨ ଅକ୍ଟୋବର କରାଯାଇଛି ।କଳା, ବାଣିଜ୍ୟ ଓ ବିଜ୍ଞାନ ସହିତ ଭୋକେସନାଲ୍‌ ଏବଂ କରେସ୍ପଣ୍ଡେନ୍ସ କୋର୍ସର ଏକ୍ସ-ରେଗୁଲାର୍ […]

ସାହିତ୍ୟ ପାଇଁ ନୋବେଲ୍: ସାହସୀ ଏବଂ କଳ୍ପନାଶୀଳ ଲେଖନୀ ପାଇଁ ଆନ୍ କାର୍ସନଙ୍କୁ ସମ୍ମାନ

୨୦୨୬ ମସିହାର ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ତାଙ୍କୁ ଚଳିତବର୍ଷର ସାହିତ୍ୟ ନୋବେଲ୍ ବିଜେତା ଭାବେ ଚୟନ କରାଯାଇଛି ।ନୋବେଲ କମିଟି ଅନୁଯାୟୀ, କାନାଡିୟ ଲେଖିକା ଆନ୍ କାର୍ସନଙ୍କୁ ୨୦୨୬ରେ ଏହି ପୁରସ୍କାର ପ୍ରଦାନ କରାଯିବ । ତାଙ୍କୁ ତାଙ୍କର “ଶାସ୍ତ୍ରୀୟ ପରମ୍ପରା ସହିତ ସୃଜନଶୀଳ ଆଲୋଚନାରେ ସାମିଲ ହେବା ସହିତ ସମସାମୟିକ ସାହିତ୍ୟ ପାଇଁ […]

୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ ଅଧିକାରୀ

ସ୍କୁଲରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁରଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି।ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ […]

୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଲାଇସେନ୍ସ ନଥାଇ ଚାଲିଥିଲା ଔଷଧ ବିକ୍ରି

ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଯନ୍ତ୍ରପାତି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ।ସେହିପରି ପୁରୀ ଜିଲ୍ଲାର […]