author

ଆଜିର ରାଶିଫଳ(୧୧ ଡିସେମ୍ବର, ୨୦୨୫)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଆନ୍ଧ୍ରରେ ୨ ପ୍ରଫେସରଙ୍କ ଦ୍ୱାରା ଓଡିଆ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଓଡ଼ିଶାର ଜଣେ ୨୭ ବର୍ଷୀୟ ବିଏଡ୍ ଛାତ୍ରୀ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ବ୍ଲାକମେଲ୍ ଅଭିଯୋଗ କରିବା ପରେ ତିରୁପତି ପୋଲିସ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (NSU)ର ଦୁଇ ଜଣ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି।ଅଭିଯୋଗ ଅନୁସାରେ ଡାକ୍ତର ଲକ୍ଷ୍ମଣ କୁମାର ସମ୍ପୃକ୍ତ ଛାତ୍ରୀଙ୍କୁ ମାନସିକ ଭାବରେ ଭୟଭୀତ କରିଥିଲେ ଏବଂ ତାଙ୍କୁ ଯୌନ ଶୋଷଣ କରୁଥିଲେ। ଆଉ ଲୁଚିକି ଏହାର ଭିଡିଓ ବନେଇଥିଲେ ଦ୍ୱିତୀୟ ପ୍ରଫେସର। ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସେ […]

ବେଆଇନ କଫ ସିରପ ରାକେଟ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ: ୧୮୧ ଗିରଫ

ସାରା ରାଜ୍ୟରେ କଫ ସିରପର ଅବୈଧ ଚାଲାଣ ଏବଂ ବାଣିଜ୍ୟ ବିରୋଧରେ ଓଡ଼ିଶା ପୋଲିସ ଅଭିଯାନକୁ ଜୋରଦାର କରିଛି। ଗତ କିଛି ଦିନ ଧରି କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ, ପୋଲିସ ଦଳଗୁଡ଼ିକ ୭୩,୧୮୧ ବୋତଲ ନିଶା ମିଶ୍ରିତ କଫ ସିରପ ଜବତ କରିଛନ୍ତି ଏବଂ ୧୮୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି, ମୋଟ ୬୧ ଟି ମାମଲା ରୁଜୁ କରାଯାଇଛି। STF, ଭୁବନେଶ୍ୱର ସର୍ବାଧିକ ୨୬,୬୫୮ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ […]

ଭୁବନେଶ୍ୱରରେ ୯ ହଜର ଏକରରେ ହେଉଛି ନୂଆ ଟାଉନ୍‌ ପ୍ଲାନିଂ

ରାଜଧାନୀରେ ବଡ଼ ପ୍ଲାନ କରୁଛନ୍ତି ସରକାର । ଶାସ୍ତାରେ ଘର ଆଉ ଜମି ପାଇବେ ସାଧାରଣ ଲୋକେ । ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ । ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ । ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀଙ୍କ କହିବା କଥା ଯେଉଁ […]

ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ପିଟିଲେ, ଲାଟିନ୍‌ ପାଣି ପିଆଇଲେ

ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏହି ରାଂଗି ଅଭିଯୋଗ ଆସିଛି । ନିଶା ନ ଖାଇବାରୁ ପାଇଖାନା ପାଣି ପିଆଇଲେ ସିନିଅର ଓ କ୍ଲାସମେଟ୍‌ । ଏନେଇ ଛାତ୍ର […]

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ-କଙ୍ଗନା ରାଣାୱତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି EVM ନୁହେଁ, ଲୋକଙ୍କ ହୃଦୟକୁ ହ୍ୟାକ୍ କରନ୍ତି। ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ ଏପରି କିଛି କହିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କଙ୍ଗନା ରାଣାୱତ ଏହି ବୟାନ ଦେଇଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି ବିରୋଧୀ ଦଳ ଗୃହକୁ ସୁରୁଖୁରୁରେ ଚାଲିବାକୁ ନଦେଇ ସମସ୍ତ ପ୍ରକାରର ଚାଲ ଖେଳିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ଏସ୍‌ଆଇଆର୍‌, ଭୋଟ ଚୋରି ଏବଂ […]

ଆଉ ଦୁଇଦିନ ଶୀତରେ ଥରିବ ସାରା ଓଡିଶା

ଥଣ୍ଡାରେ ଥରୁଛି ସାରା ରାଜ୍ୟ । ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ତୀବ୍ର ହେଉଛି । ଶୀତଲହରୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି ।ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ […]

ୟୁଟ୍ୟୁବ୍ ଦେଖି ଅପରେସନ୍ କଲେ, ଚାଲିଗଲା ମହିଳାଙ୍କ ଜୀବନ

ୟୁଟ୍ୟୁବ ଦେଖି ଅପରେସନ୍ କଲେ, ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବାରବାଙ୍କିରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜିଲ୍ଲାର କୋଠି ସହରରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ ବେଆଇନ କ୍ଲିନିକ୍ ଚଳାଉଥିବା ଜଣେ ମାମୁ ଏବଂ ଭଣଜା ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ମହିଳାଙ୍କ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। […]

ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ,ଅମାନିଆ ହେଲେ ଆକ୍ସନ୍

ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଅମାନିଆ ହେଲେ ନିଆଯିବ ଆକ୍ସନ୍ । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଶିକ୍ଷକମାନେ ଧର୍ଯ୍ୟ ଧରନ୍ତୁ । ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଯାହା ସେମାନଙ୍କ ଦାବି ଅଛି ସରକାର ତାହା ଜାଣନ୍ତି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ସୂଚନା ଅନୁସାରେ, ଗତ ୬ ତାରିଖରୁ ୪୨୦୦ ଗ୍ରେଡ୍‌ […]

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ

ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ କରିବା ଏବଂ ଏକଥା ଅନ୍ୟକାହାକୁ ଜଣାଇଲେ ଚାକିରିରୁ ବହିଷ୍କାର ସହ ଜୀବନ ବରବାଦ କରିଦେବାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। । ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି। ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ […]

ଚେସ ଇତିହାସରେ ପ୍ରଥମ: ଓଡ଼ିଶା ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ ସମାରୋହ

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଓଡ଼ିଶା ଚେସ ଇତିହାସରେ ପ୍ରଥମ ଥର ପାଇଁ ଆଇପିଏଲ ଢାଞ୍ଚାରେ ଜିଲ୍ଲା ଚେସ ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ ସମାରୋହ ୟୁନିଟ-୯ ସ୍ଥିତ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ରୋଟାରୀ କ୍ଳବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଖେଳାଳି ନିଲାମୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜୀବ ସାହୁ ଯୋଗଦାନ କରି ଘଣ୍ଟି ବଜାଇ ଉଦଘାଟନ କରିଥିଲେ। ରୋଟାରୀ କ୍ଳବ ସଭାପତି ସଞ୍ଜୟ […]

ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ଓଡ଼ିଶା ଦର୍ପଣ ):ଗତ ସନ୍ଧ୍ୟା ରେ ଉଚ୍ଚ ନ୍ୟାୟାଳୟର  ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜା ଅର୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ, ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟମୂର୍ତ୍ତିଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟlନ୍ୟ ବିଚାରପତିଙ୍କ […]