ଆସନ୍ତା ଡିସେମ୍ବର ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଜନଗଣନା ପୂର୍ବରୁ ସରିବ । କମିଶନ ବସିବ, ସବୁ କାମ ପାଇଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଜନଗଣନା ଆରମ୍ଭ ହେଲେ ଏହି କାମ ବନ୍ଦ ରହିବ ।ଏହି ପ୍ରକ୍ରିୟାରେ ଜିଲା, ସବଡିଭିଜନ, ତହସିଲ ଓ ରାଜସ୍ୱ ଗାଁର ସୀମାରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗ […]
ସେପ୍ଟେମ୍ବର ୧ରୁ ଟଙ୍କା ଏବଂ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ସରକାର ରୂପା ଉପରେ ନୂତନ ନିୟମ ଆଣୁଛନ୍ତି, ଯାହା ଅଧୀନରେ ଏହାର କ୍ରୟ ଏବଂ ବିକ୍ରୟରେ ଅଧିକ ସ୍ବଚ୍ଛତା ରହିବ। ଏବେ ରୂପା ଅଳଙ୍କାର ଉପରେ ହଲମାର୍କିଂ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି। ସେପ୍ଟେମ୍ବର ୧ରୁ, SBI କାର୍ଡ ବ୍ୟବହାରକାରୀଙ୍କ ପାଇଁ ନିୟମ ପରିବର୍ତ୍ତନ ହେଉଛି। ଏବେ, ବିଲ ପେମେଣ୍ଟ, ଇନ୍ଧନ କ୍ରୟ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ […]
ଚାଷୀଙ୍କୁ ନୂଆଖାଇ ଭେଟି। ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ତୃତୀୟ କିସ୍ତି। ଡିବିଟି ଜରିଆରେ ହେଲା ୧୦୪୧ କୋଟି ଟଙ୍କା ଟ୍ରାନ୍ସଫର୍।ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା ।ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯଦି ଦେଖିବା ଗତବର୍ଷ ୧୭ ଲକ୍ଷ […]
ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଏହା ସହ ସଂଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି । […]
ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନାଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଏଥିସହ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ […]
ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉଲ୍ଲେଖନୀୟ କ୍ୟାରିଅର ହାସଲ କରିବା ପରେ ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ୱିନ୍ । ତେବେ ସେ ଅନ୍ୟାନ୍ୟ ଟି-20 ଫ୍ରାଞ୍ଚାଇଜ୍ ଲିଗ୍ରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଅଶ୍ୱିନ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ […]
ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ଲାଞ୍ଚ ନେଇ ଧରାପଡିବା ପରେ ଗିରଫ କଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ସୂଚନାମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ରାଜ୍ୟ ଟିକସ ବିଭାଗର ସହକାରୀ କମିସନର। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ […]
ସୃଷ୍ଟି ହେଲା ଲଘୁଚାପ। ୩୦ ଯାଏଁ ବର୍ଷା। ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଥିବା ବେଳେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଅଧିକ ରହିବ । ୩୦ ତାରିଖ ଯାଏ ବିଭିନ୍ନ […]
ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ରୁ ସହର ଯାଏ ସବୁଠି ଉତ୍ସବମୁଖର । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ଖଡ଼ି ଛୁଇଁଥାନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ […]
ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]
ଭାରତର ପ୍ରମୁଖ ଯାନବାହନ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ ମାରୁତି ସୁଜୁକି ଖୁବ୍ଶୀଘ୍ର ଏହାର ପ୍ରଥମ ଇଲେକ୍ଟ୍ରିକ୍ SUV ମାରୁତି E Vitara ଲଞ୍ଚ କରିପାରେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି SUVକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଇ-ଭିଟାରା ମାରୁତି ସୁଜୁକିର ପ୍ରଥମ ଗ୍ଲୋବଲ୍ ବୈଦ୍ୟୁତିକ କାର୍ । ଏହା ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ହୋଇଥିବା ବେଳେ ୟୁରୋପ ଓ ଜାପାନକୁ ମଧ୍ୟ ରପ୍ତାନୀ କରାଯିବ । ଏହି କାର୍ ଲଞ୍ଚ କରାଯିବା […]
ଓଡ଼ିଶା ଲୋକସେବା ଆୟୋଗ (OPSC) ୨୦୨୪ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।ସିଏସଇ ପ୍ରିଲିମ୍ସ ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ପ୍ରକ୍ରିୟାରେ ୨୬୫ ପଦବୀ ପୂରଣ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ କମିଶନର ୱେବସାଇଟ୍ opsc.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଓପିଏସସି ୱେବସାଇଟରେ ଅପଲୋଡ୍ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଓପିଏସସି ଦ୍ୱାରା ଚୟନ ପ୍ରକ୍ରିୟାରେ ଏକ […]
