ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଛୋଟ ଗାଁ ବେଲଡାଙ୍ଗ ବାସିନ୍ଦା ଜଣେ ୧୬ ବର୍ଷୀୟ ବାଳକକୁ ନେଇ ସବୁଠି ଚର୍ଚ୍ଚା । ଇକବାଲ ଶେଖ ନାମକ ଏହି ବାଳକ ଦିନ-ରାତି ପୋଖରି ଭିତରେ ରହୁଛନ୍ତି । ଇକ୍ବାଲଙ୍କ କହିବା ଅନୁସାରେ, ପାଣିରୁ ବାହାରକୁ ଆସିଲେ ତାଙ୍କ ଶରୀରରେ ଜଳାପୋଡ଼ା ଭଳି ଅସୁବିଧା ଅନୁଭବ ହୁଏ। ଅନ୍ୟପଟେ ପାଣି ଭିତରକୁ ଗଲେ ସେ ଆରାମ ଅନୁଭବ କରନ୍ତି। ସର୍ବଦା ପାଣିରେ ବୁଡ଼ି ରହୁଥିବାରୁ ଗାଁ ଲୋକେ ଦେଉଥିବା ଚୁଡ଼ା ଓ […]
ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଝିଅର ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ସନ୍ତୋଷୀଙ୍କୁ ଗତକାଲିଠାରୁ ସାଧାରଣ ଜ୍ୱର ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ […]
ଦକ୍ଷିଣ ଆମେରିକୀୟ ରାଷ୍ଟ୍ର କଲମ୍ବିଆ ସୋମବାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ତେବେ କଲମ୍ବିଆ ଭୂବୈଜ୍ଞାନିକ ସେବା ପକ୍ଷରୁ ଏହାର ପ୍ରାରମ୍ଭିକ ତୀବ୍ରତା ୬.୭ ଥିବା କୁହାଯାଇଛି। ଦେଶର ରାଜଧାନୀ ବୋଗୋଟରୁ ପ୍ରାୟ ୪୦୦ କିମି ପଶ୍ଚିମରେ ପାଲମାର ଅଞ୍ଚଳରେ ଏହା ସୃଷ୍ଟି ହୋଇଥିଲା। ପ୍ରାୟ ୧୦୭ କିମି ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଥିଲା। ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ […]
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ସଭାପତି ଗାଙ୍ଗୁଲି ତାଙ୍କ କୋଲକାତା କାର୍ଯ୍ୟାଳୟରେ ଏହି ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ଏହି ଧମକ କେବଳ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ସହିତ କାମ କରୁଥିବା ସମସ୍ତଙ୍କୁ ମଧ୍ୟ ମିଳିଛି।ପ୍ରାୟ ୬ ମାସ ଧରି ଧମକ ଆସୁଥିବା ଅଭିଯୋଗ ହୋଇଥିବା ବେଳେ ଥାନାରେ ଏତଲା […]
ପାଣିପାଗ ବିଭାଗର ଆକଳନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।୧୪-୧୫ ତାରିଖ ବେଳକୁ ବର୍ଷା ପ୍ରଭାବ ଉତ୍ତର ଓଡ଼ିଶାରେ ବେଶି ରହିବ। ଉତ୍ତର ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ଏବଂ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ […]
ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ। ସେହିପରି କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ସୁରେଶ ପୂଜାରୀ –କଟକ,ମନ୍ତ୍ରୀ ରବି ନାରାୟଣ ନାୟକ- ଅନୁଗୁଳ,ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ- ମାଲକାନଗିରି,ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର- ସମ୍ବଲପୁର,ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହରିଚନ୍ଦନ- ଗଞ୍ଜାମ,ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ- ରାୟଗଡା,ମନ୍ତ୍ରୀ ବିଭୁତି ଭୂଷଣ ଜେନା- କନ୍ଧମାଳ,ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର- […]
ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]
ସମସ୍ତ କୃଷକଙ୍କୁ ମିଳିବ ଟୋକନ। ରାଜ୍ୟର ସମସ୍ତ କୃଷକଙ୍କ ରେଜିଷ୍ଟ୍ରେସନ୍ କରାଯିବ। କାହାର ବି ଟୋକନ ବ୍ରେକ ହେବ ନାହିଁ। ସରକାର ସମସ୍ତ କୃଷକଙ୍କ ଠାରୁ ଧାନ କ୍ରୟ କରିବେ। କୃଷକମାନଙ୍କୁ ହଇରାଣ କରିବା ଆମ ସରକାରଙ୍କ ମନ୍ତ୍ର ନୁହେଁ।ଜମି ମାଲିକ ଏବଂ ଭାଗ ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମାଧ୍ୟମରେ ସେମାନେ ଫେସ୍ ଅଥେଣ୍ଟିକେସନ୍ ମାଧ୍ୟମରେ ନିଜର ରେଜିଷ୍ଟ୍ରେସନ୍ କରିପାରିବେ। ରେଜିଷ୍ଟ୍ରେସନ୍ ପାଇଁ ଆସନ୍ତା ଅଗଷ୍ଟ ୩୧ […]
ନୀଳଗିରି ବ୍ଲକ ମଛୁଆ ଓ ବେଗୁନିଆ ପଞ୍ଚାୟତରେ ଚାଷୀଙ୍କୁ ନକଲି ସରକାରୀ ସାର ବଣ୍ଟନ କରାଯାଇଥିବା ନେଇ ଆସିଛି ଅଭିଯୋଗ । ଓରମାସ ପକ୍ଷରୁ ଏପିଓଙ୍କ ଜରିଆରେ କୃଷିମିତ୍ରଙ୍କ ଦ୍ବାରା ବେଗୁନିଆର ୧୫ ଓ ମଛୁଆର ୧୪ ଚାଷୀଙ୍କୁ ଡିଏପି, ୟୁରିଆ ଓ ପଟାସ ସାର ବଣ୍ଟନ କରାଯାଇଥିଲା। ବିନା କାଗଜପତ୍ରରେ ୧୩୪ ବସ୍ତା ସାର ପାଇଁ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ନିଆଯାଇଥିଲା। ପରେ ଚାଷୀ ବିଲରେ ସାର ପକାଇବାରୁ ସତ ସାମ୍ନାକୁ ଆସିଛି। […]
ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚଳିତବର୍ଷ ଏକ ଐତିହାସିକ ଘଟଣା ଦେଖିବ ଦେଶ। ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲ କିଲ୍ଲା ପ୍ରାଚୀରରୁ ପ୍ରଥମ ଥର ପାଇଁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ।ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଦେଶର ସ୍ୱାଧୀନତା ଆନ୍ଦୋଳନ ସହ […]
ଆମେରିକାରେ ୧୯ ବର୍ଷୀୟା ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ଯୁବକ ଗିରଫ। ଆମେରିକାର ଆରିଜୋନାରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ହତ୍ୟା ପରେ ଆମେରିକାରୁ ଖସି ପଳାଇବା ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ତାଙ୍କର ନାଁ ବରୁଣ ବାଚିଗାରୀ।ଅଭିଯୋଗ ଅନୁସାରେ, ଆରିଜୋନାର ଟକ୍ସନ୍ରେ ଘଟଣା ଘଟିବା ପରେ ସନ୍ଦିଗ୍ଧ ଆମେରିକା ଛାଡ଼ି ଜର୍ମାନୀ ଯାଇଥିଲେ ଏବଂ ସେଠାରୁ ଭାରତ ଫେରିବାକୁ ଯୋଜନା କରୁଥିଲେ । ମୃତ ଯୁବତୀଙ୍କ ନାମ ଜୁଲିସା ରୁବି ସାଲାଜାର । ସେ ୟୁନିଭର୍ସିଟି ଅଫ୍ […]
ଜାତିସଂଘରେ ଭାରତର ’ମୟୂର କୂଟନୀତି’। ଭାରତ ପକ୍ଷରୁ ଜାତିସଂଘର ଜେନେଭାସ୍ଥିତ କାର୍ଯ୍ୟାଳୟକୁ ଦିଆଯାଇଛି ପାଞ୍ଚଟି ମୟୂର ଉପହାର। ଏହି ପାଞ୍ଚଟି ମୟୂର ମଧ୍ୟରେ ଚାରିଟି ନୀଳ ମୟୂର ଥିବା ବେଳେ ଗୋଟିଏ ବିରଳ ଧଳା ମୟୂର ରହିଛି।ଗତ ଶୁକ୍ରବାର ଦିନ ଆୟୋଜିତ ଏକ ବିଶେଷ ସମାରୋହରେ ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଅରିନ୍ଦମ ବାଗଚି ୟୁଏନଓଜିର ମହାନିର୍ଦ୍ଦେଶକ ତାତ୍ୟାନା ବାଲୋବାୟାଙ୍କୁ ଔପଚାରିକତାର ସହ ଏହି ମୟୂର ହସ୍ତାନ୍ତର କରିଛନ୍ତି । ଏହି ଉପହାର ପ୍ରଦାନ ଦେଶର […]
