author

ଜାତିସଂଘରେ ଭାରତର ’ମୟୂର କୂଟନୀତି’ ! ଜେନେଭାସ୍ଥିତ ଜାତିସଂଘକୁ ପାଞ୍ଚଟି ମୟୂର ଉପହାର ଦେଲା ଭାରତ

ଜାତିସଂଘରେ ଭାରତର ’ମୟୂର କୂଟନୀତି’। ଭାରତ ପକ୍ଷରୁ ଜାତିସଂଘର ଜେନେଭାସ୍ଥିତ କାର୍ଯ୍ୟାଳୟକୁ ଦିଆଯାଇଛି ପାଞ୍ଚଟି ମୟୂର ଉପହାର। ଏହି ପାଞ୍ଚଟି ମୟୂର ମଧ୍ୟରେ ଚାରିଟି ନୀଳ ମୟୂର ଥିବା ବେଳେ ଗୋଟିଏ ବିରଳ ଧଳା ମୟୂର ରହିଛି।ଗତ ଶୁକ୍ରବାର ଦିନ ଆୟୋଜିତ ଏକ ବିଶେଷ ସମାରୋହରେ ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଅରିନ୍ଦମ ବାଗଚି ୟୁଏନଓଜିର ମହାନିର୍ଦ୍ଦେଶକ ତାତ୍ୟାନା ବାଲୋବାୟାଙ୍କୁ ଔପଚାରିକତାର ସହ ଏହି ମୟୂର ହସ୍ତାନ୍ତର କରିଛନ୍ତି । ଏହି ଉପହାର ପ୍ରଦାନ ଦେଶର […]

ନରେନ୍ଦ୍ର ନାମକୁ ଘୃଣା କରେ…. ପାକିସ୍ତାନୀ ବକ୍ସରଙ୍କ କଥା ଶୁଣି ହସିଲେ ମୋଦି

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପଦକ ବିଜେତା ଖେଳାଳିମାନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ, ରୌପ୍ୟ ପଦକ ଜିତିଥିବା ଭାରତୀୟ ବକ୍ସର ନରେନ୍ଦ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଜଣେ ପାକିସ୍ତାନୀ ବକ୍ସରଙ୍କ ସହ ଜଡିତ ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଥିଲେ। ଯାହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ହସିଥିଲେ ।ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ […]

ଗୁଣିଆ କଥା ମାନି ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ

ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି । ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ । ନାଗ ସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ । ସୂଚନା ଅନୁସାରେ, ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ, ସାପ କାମୁଡ଼ିଲେ ସାପକୁ ମଧ୍ୟ କାମୁଡ଼ିଦେଲେ ବିଷ ରୁହେ ନାହିଁ। ଏହି କଥାକୁ ବିଶ୍ୱାସ କରି […]

ଆଗ୍ରିଷ୍ଟାକ୍ ନଥିଲେ ବିକି ପାରିବେ ଧାନ

ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ସ୍ପଷ୍ଟ କରାଯାଇଛି ।ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି।ଆଗ୍ରିଷ୍ଟାକ ଏକ ସମ୍ୱନ୍ୱିତ କୃଷକ ପ୍ଲାଟଫର୍ମ ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ […]

ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ

ନୟାଗଡ଼,(ଓଡ଼ିଶା ଦର୍ପଣ): ସର୍ବଭାରତୀୟ ଆହ୍ଵାନ କ୍ରମେ ଟ୍ରେଡ୍ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ନୟାଗଡ଼ରେ ଆଇନ ଅମାନ୍ୟ କରି ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗିରଫ ହୋଇଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୪୨୦୦୦କୁ ବୃଦ୍ଧି କରିବା, ଆଶା ଓ ପାଚିକା ଭଳି ସ୍କଇମ୍ ଶ୍ରମିକଙ୍କୁ ସରକାରୀ ମାନ୍ୟତା ସହିତ ପେନସନ ସୁବିଧା କରିବା, ସ୍ଵାମୀନାଥନ୍ କମିସନଙ୍କ ସୁପାରିଶ […]

ନୟାଗଡ଼ ଜିଲ୍ଲାର ପ୍ରଥମ ଆଇଏଫଏସ ଅଧିକାରୀ ତଥା ଅବସରପ୍ରାପ୍ତ ପିସିସିଏଫ୍ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରଥମ ଭାରତୀୟ ବନ ସେବା  ଅଧିକାରୀ ତଥା ରାଜ୍ୟର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ  ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଆଜି ବାଙ୍ଗାଲୋରଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଏହି ଦେହାବସାନରେ ଜିଲ୍ଲା ତଥା ବନ ବିଭାଗରେ ଶୋକର ଛାୟା ଖେଳିଯାଇଛି।ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମିଶ୍ର। ସେ ୧୯୬୮ ମସିହାରେ ଭାରତୀୟ ବନ […]

DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା

ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।୧୯୯୪ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା । ଓଡ଼ିଶା ପୋଲିସର ଅଧିକାରିକ […]

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରସଙ୍ଗ: ଲୋକସଭାରେ ଉତ୍ତର ଦେବେ ଶାହ

ସଂସଦର ମୌସୁମୀ ଅଧିବେଶନରେ ଗୃହକାର୍ଯ୍ୟ ଲଗାତାର ପ୍ରଭାବିତ ହେବାରେ ଲାଗିଛି। ଗତ କିଛି ଦିନ ହେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗୃହରେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ସମ୍ପର୍କିତ ମାମଲା ଉପରେ ବୟାନ ଦେବା ପାଇଁ ଦାବି ହେଉଛି। ଏହି କାରଣରୁ ଲୋକସଭାରେ ଚାଲି ପାରୁନି ଗୃହକାର୍ଯ୍ୟ।ତେବେ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ ସୋମବାର କହିଛନ୍ତି ଯେ ସଂସଦରେ ଛାତ୍ର ପ୍ରତିବାଦ ଉପରେ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିରୋଧୀଙ୍କ ଦାବିକୁ ଗ୍ରହଣ କରି, ସରକାର […]

ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସମେଣ୍ଟ ଟିମ ।ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍‌ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍‌ ସାର ଡିଲରମାନଙ୍କୁ ଦିଆଯାଇଥିବା […]

ଭିତରକନିକା ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍

ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ନଦୀ ନାଳରେ ବୁଲେଇବା ପାଇଁ ୨୧ଟି ସରକାରୀ ବୋଟ୍ ଥିବାବେଳେ ୬୦ଟି ଘରୋଇ ବୋଟ୍ ରହିଛି । ଭିତରକନିକା ନଦୀରେ ଡିଜେଲ ଓ ପେଟ୍ରୋଲ ଦ୍ଵାରା ଚାଲୁଥିବା ବୋଟରୁ […]

ଏଗ୍ରିଷ୍ଟେକ୍ ID ପାଇଁ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ, ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର

ରାଜ୍ୟର ଚାଷୀଙ୍କୁ ଏବେ ମିଳିବ ଏକ ନୂଆ ପରିଚୟ । ଆଧାର କାର୍ଡ ଭଳି ପ୍ରତ୍ୟେକ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଏଗ୍ରିଷ୍ଟେକ (Agristack) ID’ ପ୍ରସ୍ତୁତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି ।ଯେଉଁ ଚାଷୀମାନେ ସମବାୟ ସଂସ୍ଥାକୁ ଆସିପାରିବେ ନାହିଁ, ସେମାନଙ୍କ ଘରେ ପହଞ୍ଚି ଅଧିକାରୀମାନେ ID ପ୍ରସ୍ତୁତ କରିବେ।ଏହି ପ୍ରକ୍ରିୟାରେ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ସହଯୋଗ କରିବେ। ଏଗ୍ରିଷ୍ଟେକ୍ ID ଜେନେରେଟ୍ ହେବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଚାଷୀ […]

 ଅଭିନେତ୍ରୀ ଲୋପାମୁଦ୍ରାଙ୍କ ଘରୁ ଚୋରି , ବିହାରରୁ ଧରାପଡ଼ିଲା ଅଭିଯୁକ୍ତ

ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷୀୟ ଚନ୍ଦନ କମଲେଶ ମୁଖିଆ ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁସାରେ, ଲୋପାମୁଦ୍ରା ୨୦ ଜୁନ୍‌ରୁ ୨୭ ଜୁଲାଇ ମଧ୍ୟରେ ସହର ବାହାରେ ଥିବା ସମୟରେ ତାଙ୍କ ଫ୍ଲାଟ୍‌ରେ ଚୋରି ହୋଇଥିଲା । ଚୋର ଘରୁ […]