author

ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ  ଫେରିଲା ବିଦ୍ୟାଳୟ

ନୟାଗଡ଼,(ଓଡ଼ିଶା ଦର୍ପଣ ):ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷା ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ତ୍ଵାବଧାନରେ ଅଧାରୁ ପାଠପଢା  ଛାଡୁଥିବା ଛାତ୍ର, ଛାତ୍ରୀଙ୍କୁ ବିଦ୍ୟାଳୟକୁ ପୁଣି ଥରେ ଫେରାଇ ଆଣିବା ପାଇଁ ପଦକ୍ଷେପ ନୀୟl ଯାଉଛିl ନୟାଗଡ଼ ବ୍ଲକ କାଳନ୍ଦୀ ସୁରଜ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ବିରୁଡ଼ା ରେ ଅଧା ରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀ ମାନଙ୍କ ପାଇଁ […]

“ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା

ନୟାଗଡ଼,(ଓଡ଼ିଶା ଦର୍ପଣ ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ “ପୋସ୍ ଅଧିନିୟମ” ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା  | ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ ପୀଡ଼ନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପୋସ୍ ଅଧିନିୟମ ପ୍ରଣୟନ କ୍ଷେତ୍ରରେ ସୁପ୍ରିମ କୋର୍ଟଙ୍କ ମହତ ଉଦ୍ଦେଶ୍ୟ ସମ୍ବନ୍ଧରେ ବରିଷ୍ଠ  ଆଇନଜୀବୀ ଦଣ୍ଡପାଣି ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ସୂଚାଇଥିଲେ | ଜିଲ୍ଲା ଆଇନ ସେବା ପ୍ରାଧିକରଣ […]

ଆର୍ଟେମିସ୍ ମିଶନର ‘ମୁନ୍ ବେସ୍’ ପ୍ରୋଗ୍ରାମରେ ସାମିଲ ହେବ ଭାରତ

ଆମେରିକୀୟ ମହାକାଶ ଏଜେନ୍ସି ନ୍ୟାସନାଲ ଏୟରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ( NASA ) ଭାରତୀୟ ମହାକାଶ ଏଜେନ୍ସି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ( ISRO)କୁ ବଡ଼ା ଅଫର ଦେଇଛି। ଆର୍ଟେମିସ୍ ଆକର୍ଡସ ଅଧୀନରେ ନିଜର ”ମୁନ୍ ବେସ୍ ପ୍ରୋଗ୍ରାମ”ରେ ଯୋଗଦେବା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ”ନାସା” ଭାରତୀୟ ମହାକାଶ ଗବେଷଣା ସଂସ୍ଥା ”ଇସ୍ରୋ”କୁ ଆମନ୍ତ୍ରଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ଏହାସହ ବେସାମରିକ ମହାକାଶ ଅଭିଯାନ […]

ଜୁଲାଇ ୧୮ ତାରିଖରୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଠପ୍

ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ। ଗତ ଜୁଲାଇ ମାସରୁ ଠପ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା। ଆବୁ ଧାବି,ବ୍ୟାଙ୍କକ ,ଦୁବାଇ ଓ ସିଙ୍ଗାପୁର ଭଳି ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି। ଏନେଇ ନିର୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ମଧ୍ୟ ତୈଳ ଦର ବୃଦ୍ଧି ଯୋଗୁଁ ଏପରି ହୋଇଥିବା ଜଣାପଡିଛି।ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବା ବେଳେ […]

ସିରିଆର ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ ମୃତ୍ୟୁ ଦଣ୍ଡ

ସିରିଆର ଏକ କୋର୍ଟ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କୁ ‘ମାନବତା ବିରୋଧୀ ଅପରାଧ’ ଏବଂ ‘ଯୁଦ୍ଧ ଅପରାଧ’ ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ୧୪ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅସଦଙ୍କ ବ୍ୟତୀତ ତାଙ୍କ ସାନ ଭାଇ ତଥା ସିରିଆ ସେନାର ପୂର୍ବତନ ସୈନିକ ଅଲ-ଅସଦଙ୍କୁ ମଧ୍ୟ ଅଦାଲତ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ଏମାନଙ୍କ ଉପରେ ଲାଗିଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ପୂର୍ବପରି କଳ୍ପିତ […]

ଆସନ୍ତା ୧୨ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତା ୧୨ ତାରିଖରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ବାଜିବାର ପ୍ରବଳ ସମ୍ଭାବନା ରହିଛି ।ସୂଚନା ଅନୁଯାୟୀ, ଏହି କ୍ୟାବିନେଟ୍ ବୈଠକରେ ରାଜ୍ୟର ଭୂମିହୀନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାଧାରଣ ପ୍ରଶାସନ ସହ […]

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ ଦର୍ଶନ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ଅନୁଷ୍ଠିତ ହେବ ଏହି ଗୁପ୍ତ ନୀତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା।ଏହି ଅବସରରେ ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହୋଇଥାଏ ରତ୍ନଖଚିତ ସୁବର୍ଣ୍ଣ ଚିତା […]

ଗ୍ରାହକଙ୍କୁ ଝଟକା! ପୁଣି ବଢୁଛି ସୁନା ଓ ରୁପା ଦାମ୍

ଅଗଷ୍ଟ ଆରମ୍ଭରେ ଶସ୍ତା ହୋଇଥିବା ସୁନା ଗତ କିଛି ଦିନ ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର କିଛି ଦିନ ଧରି ସୁନା ମୂଲ୍ୟ (Gold Price) ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସୁନା କିମ୍ବା ରୁପା ଗହଣା କିଣିବା ପୂର୍ବରୁ ଆଜିର ମୂଲ୍ୟ କେତେ ଅଛି ଜାଣନ୍ତୁ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୨୦୦ ଟଙ୍କା ଛୁଇଁଛି । […]

ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଜାରି ରହିବ_ହାଇକୋର୍ଟ

କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ ।ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି ।ଚାମେଲିଙ୍କ ବିରୋଧରେ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ନାଁରେ ଅନାସ୍ଥା ଆଣିଥିଲେ।ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା ଅନୁମତି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି […]

ବିକଟାଳ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ କରୁଛନ୍ତି କି ? ଗାଡ଼ି ନାଁରେ ଦିଅନ୍ତୁ ହ୍ୱାଟ୍ସଆପରେ ଅଭିଯୋଗ

ମୋଡିଫାଏଡ୍ ସାଇଲେନ୍ସର ଲଗାଇ ରାସ୍ତାରେ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଚାଳକଙ୍କ ଉପରେ ଏବେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଏଭଳି ଗାଡ଼ି ବିରୋଧରେ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି ପୋଲିସ।କମିଶନରେଟ୍ ପୋଲିସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସାଧାରଣ ଲୋକମାନେ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବେ। ନିୟମ ଉଲ୍ଲଂଘନକାରୀ ଗାଡ଼ିର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଲୋକମାନେ ସିଧାସଳଖ ପୋଲିସକୁ ପଠାଇ ପାରିବେ। ଏଥିପାଇଁ ପୋଲିସ […]

ନନ୍ଦନକାନନ ଆସିବେ ରେଡ୍ କଙ୍ଗାରୁ ଓ ଆଫ୍ରିକୀୟ ଚିତା; ପ୍ରତିଷ୍ଠା ଦିବସ ପରେ ବହୁ ଜୀବଜନ୍ତୁଙ୍କୁ ଦେଖିବେ ପର୍ଯ୍ୟଟକ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ ହେବ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ପ୍ରାଣୀ ଉଦ୍ୟାନରେ ନୂଆ ଖୁଆଡ଼ ସହିତ ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ […]

ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ । ଲୋକାୟୁକ୍ତ ଗଠନକୁ ନେଇ ଆସିଛି ବଡ଼ ଅପଡେଟ୍ । ଗତକାଲି ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏହା […]