author

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ |ରାଜ୍ୟରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି ।ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ […]

୨୦୨୭ ପାଇଁ ଆଜିଠୁ ପରୀକ୍ଷାମୂଳକ ଡିଜିଟାଲ ଜନଗଣନା

୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା ।ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା ।ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ […]

ମହଙ୍ଗା ପଡ଼ିଲା ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ! ଗିରଫ ହେଲେ ବିଲ୍ଡର

ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ […]

ଓଡ଼ିଆ ପୋଷ୍ୟ କନ୍ୟାଙ୍କୁ ଆମେରିକାରେ ନିର୍ଯାତନା, ଏବେ ଓଡ଼ିଶା ଫେରିଯିବା ପାଇଁ ବିନତି

ପ୍ରାୟ ସାତ ବର୍ଷ ପୂର୍ବେ ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶାର ଜଣେ ଯୁବତୀ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପୀଡ଼ିତା ବାଲେଶ୍ବରର ମୂଳ ବାସିନ୍ଦା ପୂଜା ଓରଫ ସେଜଲ। ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି, “ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ। ମୁଁ ବହୁତ ଯନ୍ତ୍ରଣା ପାଉଛି।”ସେଜଲ୍‌ଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର […]

୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ, ସେ ଦଶଟି ପୁସ-ଅପ ‘ଦଣ୍ଡ’ ପୂରଣ କରିଥିଲେ। ଏହି ଦଣ୍ଡ ବାବଦରେ କଂଗ୍ରେସ ଟ୍ରେନିଂ ବିଭାଗର ମୁଖ୍ୟ ସଚିନ ରାଓ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶିକ୍ଷଣ ଶିବିରରେ ଅନୁଶାସନ ପାଳନ ନକଲେ ଦଣ୍ଡ […]

ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ ! ଦ୍ୱନ୍ଦ୍ୱରେ ଭୋଟର

ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏଥର ନୂଆପଡ଼ା ୨୮ ବର୍ଷ ପରେ ପୁଣି ଉପନିର୍ବାଚନ ଦେଖୁଛି । ନିର୍ବାଚନରେ ଘମାଘୋଟ୍‌ ଭୋଟ୍‌ ଲଢ଼େଇ ଚାଲିଛି । ଅନ୍ୟପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ମଳ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଉଦ୍ୟମ […]

ଏକାଥରରେ ୩ଟି ସନ୍ତାନ ପ୍ରସବ କଲେ ଜଣେ ମହିଳା

ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଜଣେ ମହିଳା ଏକାଥରରେ ୩ଟି ସନ୍ତାନ ପ୍ରସବ କରିଛନ୍ତି । ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଏକ ଅଟୋରେ ପୁଲିନାଙ୍କୁ ବିରିକୋଟ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋରେ ଜନ୍ମ ଦେଇଥିଲେ। ପରେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ ଆଉ ଏକ କନ୍ୟା […]

ରାଜ୍ୟରେ ଆହୁରି ବଢିବ ଶୀତ, ୩ରୁ ୪ ଡିଗ୍ରୀ ଖସିବ ପାରଦ

ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭ ଡିଗ୍ରୀ, ଫୁଲବାଣୀ ୧୨ଡିଗ୍ରୀ, ରାଉରକେଲା ୧୩.୨ଡିଗ୍ରୀ, ଭଦ୍ରକ ୧୪ଡିଗ୍ରୀ ଏବଂ କୋରାପୁଟ, କେନ୍ଦୁଝରଗଡ଼ ଓ ଅନୁଗୋଳରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ […]

ଆଜିର ରାଶିଫଳ(୧୦ ନଭେମ୍ବର, ୨୦୨୫)

ମେଷଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]

ନୂଆଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମିଳନୀ ଅନୁଷ୍ଠିତ

ନୂଆଗାଁ,(ଓଡ଼ିଶା ଦର୍ପଣ):ନୂଆଗାଁ  ଖଣ୍ଡରେ ୫ଟି ମଣ୍ଡଳ ଅନ୍ତର୍ଗତ ୨୨ ପଞ୍ଚାୟତରୁ  ୨୦୦ ରୁ  ଅଧିକ  ଯୁବକ ବିଦ୍ୟାର୍ଥୀ  ବ୍ୟବସାୟୀ  କର୍ମକର୍ତ୍ତାଙ୍କୁ  ନେଇ  ଯୁବ ସମ୍ମିଳନୀ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ସମୟରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ ଚନ୍ଦ୍ର ପ୍ରଧାନ  ,ସହ ବିଭାଗ ପ୍ରମୁଖ  ଭଗବାନ ଦେହୁରୀ  ଓ ପ୍ରାନ୍ତ ପ୍ରଜ୍ଞା ପ୍ରବାହ ପ୍ରମୁଖ   ରବିନାରାୟଣ ପଣ୍ଡା ପ୍ରମୁଖ  ଉପସ୍ଥିତ ଥିଲେ। ଯୁବକମାନଙ୍କ ମଧ୍ୟରେ ଭାରତର ଅତୀତ ବର୍ତ୍ତମାନ ଓ […]

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୬ରେ  ଦଶପଲ୍ଲା ଅଡିସନ

ଦଶପଲ୍ଲା,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୧୬ ତାରିଖ ରବିବାର ଦିନ ଦଶପଲ୍ଲା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଦଶପଲ୍ଲା ସ୍ବପ୍ନ ମହାବୀର ମନ୍ଦିର ଠାରେ  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ […]

ଆଜିର ରାଶିଫଳ(୯ ନଭେମ୍ବର, ୨୦୨୫)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]