author

ଏକ ତରଫା ପ୍ରେମକୁ ନେଇ ଫଟୋ ଭାଇରାଲ୍, ମାନସିକ ନିର୍ଯାତନା ସହିନପାରି ବିଷ ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି, ବିଷ ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲରେ ଡାକ୍ତର ଫେରାଇ ଦେବାପରେ ଘରେ ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ । ସୂଚନା ଅନୁସାରେ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଫଟୋ ଭାଇରାଲ କରିବାରୁ ଘରେ ଥିବା କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ । ତାଙ୍କ […]

୬୨ ବର୍ଷ ପରେ ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍-୨୧

ଖୁବଶୀଘ୍ର ମିଗ-୨୧ ଯୁଗର ଅନ୍ତ । ଭାରତୀୟ ବାୟୁସେନାରୁ ବିଦାୟ ନେବ ଲଢୁଆ ଯୁଦ୍ଧ ବିମାନ ମିଗ-21 । ଦୀର୍ଘ ୬୨ ବର୍ଷ ସେବା ଯୋଗାଇବା ପରେ ଆସନ୍ତା ୧୯ ସେପ୍ଟେମ୍ବର ୨୦୨୫ରେ ବାୟୁସେନାରୁ ସବୁଦିନ ପାଇଁ ସର୍ବପୁରାତନ ଯୁଦ୍ଧ ବିମାନ ମିଗ-୨୧କୁ ବିଦାୟ ଦିଆଯିବ । ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ […]

ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ । BMC ଅଫିସ୍‌ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ।ଭିଜିଲାନ୍ସ ଟିମ୍‌ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଏକ ଫାର୍ମ ହାଉସ୍‌, ରାୟଗଡ଼ାର ଗୁଣୁପୁର ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରର ବିଏମସିରେ ଥିବା ତାଙ୍କ ଅଫିସ୍‌ ରୁମ୍‌ରେ ଚଢାଉ କରିଛି । ଭିଜିଲାନ୍ସର […]

IAS ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ଜିଲ୍ଲାପାଳ

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ଆଇଏ ଏସ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି ସରକାର | ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ […]

ଆଜିର ରାଶିଫଳ(୨୩ ଜୁଲାଇ, ୨୦୨୫)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]

ରାୟଗଡ଼ା ବିଧାୟକ ଆଜି ରାଜ୍ୟର ସୀମାନ୍ତ ଗାଁ କେରେଡା ସରକାରୀ ଉଚ୍ଚ ଏସ ଏସ ଡି ବିଦ୍ୟାଳୟକୁ ଯାଇ

ରାୟଗଡ଼ା ବିଧାୟକ ଆଜି ରାଜ୍ୟର ସୀମାନ୍ତ ଗାଁ କେରେଡା ସରକାରୀ ଉଚ୍ଚ ଏସ ଏସ ଡି ବିଦ୍ୟାଳୟକୁ ଯାଇ ଗଣିତ ପାଠ ପଢିଛନ୍ତି। ଶ୍ରେଣୀ ଗୃହରେ ୨୫ ମିନିଟ ଧରି ଛାତ୍ରଛାତ୍ରୀ ଗହଣରେ ବସି ଗଣିତ ପାଠର ସରଳରେଖା ଉପରେ ପିଲାମାନଙ୍କ ସହ ପାଠ ପଢିଛନ୍ତି। ହଟାତ ସ୍କୁଲ ମାନଙ୍କର ଶିକ୍ଷା ବ୍ୟବସ୍ଥା କିଭଳି ରହିଛି ତାହା ପରଖିବା ପାଇଁ ବିଧାୟକ କାଡ୍ରାକା ଆପଲାସ୍ବାମି ପହଞ୍ଚି ଥିଲେ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗାଁ କେରେଡା ସ୍କୁଲରେ। ରାୟଗଡା […]

ରାଜ୍ୟରେ ମହିଳା ଅସୁରକ୍ଷିତ, ମା’ ଓ ଭଉଣୀଙ୍କ ସୁରକ୍ଷାକୁ ଚିନ୍ତିତ ନବୀନ

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରାସ୍ତା ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି । ସ୍କୁଲ, କଲେଜ ଓ ଟ୍ୟୁସନରୁ ଫେରୁଥିବା ଛାତ୍ରୀ ଅସୁରକ୍ଷିତ ମଣୁଛନ୍ତି । ବିପଦ ଏବେ ଦୈନନ୍ଦିନ ସାଧାରଣ ସ୍ଥାନଗୁଡ଼ିକରେ ଲୁଚି […]

ପୁଣି ଭୟଙ୍କର ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ଲାଗିଗଲା ନିଆଁ

ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍‌ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅବତରଣ ପରେ, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI 315) ର ପଛ ଭାଗରେ ଛୋଟ ଇଞ୍ଜିନ (APU – ସହାୟକ ପାୱାର ୟୁନିଟ) ରେ ନିଆଁ ଲାଗିଗଲା।ଯାତ୍ରୀମାନେ […]

ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିମାନଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ । ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ।ଆଇଆଇଏମ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଏହି ସୁଭଦ୍ରା ସମୀକ୍ଷା କରାଯିବ ।ଆସନ୍ତା ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ମହିଳା ପାଇବେ […]

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା, ବେଜେଡି, କଂଗ୍ରେସକୁ ହାଇକୋର୍ଟଙ୍କ ନୋଟିସ

ବାଲେଶ୍ଵର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜଳିଯିବା ଘଟଣାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟରେ ଆଜି ଆଡ଼ଭୋକେଟ ଜେନେରାଲ ପକ୍ଷ ରଖିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବେଜେଡି ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ହାଇକୋର୍ଟ […]

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ।୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ

ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |୨୩ରୁ ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୩ରେ କଟକ ଓ ନୟାଗଡ଼ରେ […]

ଆଜି ହେଉଛି ‘ବିଶ୍ୱ ମସ୍ତିଷ୍କ ଦିବସ’

ଆଜି ହେଉଛି ‘ବିଶ୍ୱ ମସ୍ତିଷ୍କ ଦିବସ’ । ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ସ୍ନାୟୁଗତ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 22 ତାରିଖରେ ‘ବିଶ୍ୱ ମସ୍ତିଷ୍କ ଦିବସ’ ପାଳନ କରାଯାଏ । ଚଳିତବର୍ଷର ବିଷୟବସ୍ତୁ ରହିଛି “ସମସ୍ତ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ” । ଆଜିକାଲି ବଦଳୁଥିବା ଦୈନନ୍ଦିନ ଜୀବନଶୈଳୀ ଯୋଗୁଁ ଆମ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡୁଛି । ଡାଇବେଟିସ, ବ୍ରେନ ଷ୍ଟ୍ରୋକ, କୋଲେଷ୍ଟ୍ରୋଲ, ହୃଦଘାତ ବୟସ୍କ ବ୍ୟକ୍ତିଙ୍କ […]