ଖୋର୍ଦ୍ଧା, (ଓଡିଶା ଦର୍ପଣ): ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଠାରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଭାସ୍କର ମହାପାତ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୁରୁପୂର୍ଣ୍ଣିମା ମହତ୍ତ୍ୱ ସମ୍ପର୍କିତ ଆଲୋଚନା ଆଧାରରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜନିଜର ଭାବନାକୁ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ମହୋଦୟ ଭଗବାନ କୃଷ୍ଣ ଏବଂ ସନ୍ଦିପନି ଋଷିଙ୍କ ସଂପର୍କିତ […]
ଆଇଏଏସ ମନୋଜ କୁମାର ମହାନ୍ତି ଓପିଏସସି ସଦ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୨ ନମ୍ବର ଖୁଆଡ଼ରେ ଏକ ଭାରତୀୟ ଗୟଳ ଶାବକ ଜନ୍ମଲାଭ କରିଛି। ଶାବକଟି ଜୁଲାଇ ୯ ତାରିଖ ଅପରାହ୍ନ ୫ଟା ୨୫ ମିନଟରେ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା’ ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର ୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା। ଏହି ନବଜାତକର ଜନ୍ମପରେ ଚିଡ଼ିଆଖାନାରେ ମୋଟ୍ ଗୟଳସଂଖ୍ୟା ୧୪ ରେ […]
ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥସାରଥୀଙ୍କୁ ଗିରଫ କଲା ଭୁବନେଶ୍ବର ବଡ଼ଗଡ଼ ଥାନା ପୋଲିସ । ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ଏବଂ ଆଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ । ପୂର୍ବରୁ ପାର୍ଥଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ JMFC କୋର୍ଟ ।ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ […]
ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଲୋକ ଆସୁଛନ୍ତି । ସବୁ ସମସ୍ୟା ଉପରେ ଲୋକଙ୍କୁ ନେଇ ଜନଜାଗରଣ କରିବା ଦିଗରେ ସାଧୁତାର ସହିତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ରାହୁଲଙ୍କ ସମାବେଶକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଛି। ଡ୍ରାଇଭରଙ୍କ […]
ନୂଆ ଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ବିଧାୟକ ରାଗିଯାଇ ଫାଇଲ ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୂଆ ଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ସମୀକ୍ଷା ନେଇ ପଞ୍ଚାୟତ ସମିତି ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା । ତେବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଳମ୍ବିତ ବିକାଶମୂଳକ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅଫିସିଆଲ୍ ଫାଇଲ୍ ଚିରି […]
ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଚଳିତ ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଇ ଦିଆଯିବ। ରାଜ୍ୟରେ ଉପଲବ୍ଧ ଗହମ ତୁରନ୍ତ ଖାଉଟିଙ୍କୁ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଦ୍ୱିତୀୟ ପଯ୍ୟାୟ ସ୍ଥଗିତ ରଖାଯାଇଛି । ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ ।ସେ ଜଣାଇଛନ୍ତି ଯେ, ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ଏଣିକି […]
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ, ଆଉ ଆଜି କଂଗ୍ରେସରେ ସୁନୀତା ମିଶିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା […]
ସ୍ୱାଭାବିକ ତୁଳନାରେ ଦ୍ରୁତ ଘୂରିଛି ପୃଥିବୀ । ଫଳରେ ଦିନରୁ କିଛି ସମୟ କମିଛି । ଆସନ୍ତା ୨୨ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଅପେକ୍ଷାକୃତ ଦ୍ରୁତ ଘୂରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ରର ସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରିବ, ଯାହା ଫଳରେ ପ୍ରତ୍ୟେକ ଦିନ ସାଧାରଣ ତୁଳନାରେ ୧.୩ରୁ ୧.୫୧ ମିଲିସେକେଣ୍ଡ୍ ମଧ୍ୟରେ ଛୋଟ ହେବ ।ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ୨୪ […]
ଖୁବ୍ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଏବେ ବି ମନ୍ତିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବାବେଳେ, ନିଗମ, ବୋର୍ଡରେ ମଧ୍ୟ ନିଯୁକ୍ତି ହୋଇନି । ତେଣୁ ବିଜେପି ସଭାପତି ନିର୍ବାଚନ ପରେ ଏବେ ଚର୍ଚ୍ଚା ହେଉଛି ରାଜ୍ୟରେ କାହାକୁ କାହାକୁ ମିଳିବ କ୍ଷମତା ମୁଆଁ ? ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେବେ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରେସରେ ଥିବା ନେତାଙ୍କ ଭିତରେ ଆଗରେ […]
ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କଣ? । ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । କଟକ ଛତ୍ର ବଜାରରେ ଆକାଶ ଛୁଆଁ ପରିବା ଦର ହୋଇଛି । କଟକ ଛତ୍ରବଜାରେ ଆଳୁ- କିଲୋ ୨୦, ପିଆଜ – କିଲୋ ୨୫, କଖାରୁ – କିଲୋ […]
ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ରାଜ୍ୟ ସରକାର ମାନି ନେବେ । ରାଜ୍ୟରେ ପେଟ୍ରୋଲ- ଡିଜେଲ ଅଭାବ କରାଇ ଦେବୁ ନାହିଁ । କେହି ପାନିକ ହୁଅନ୍ତୁ ନାହିଁ । ଟାଙ୍କିରେ ତେଲ ମହଜୁତ ଅଛି । ଯଦି କେହି କଳାବଜାର କରେ […]
