ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ (ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୱାଟ୍ସଆପ୍)ରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ଏବଂ ଡିପଫେକ୍ କଣ୍ଟେଣ୍ଟ ଉପଲବ୍ଧ ହେବା ଘଟଣାରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଭାରତ ସରକାରଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି।ସୂତ୍ର ଅନୁଯାୟୀ, ମେଟା ପ୍ରତିନିଧିମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ କମ୍ପାନୀ ‘ଇଣ୍ଟରମିଡିଆରି’ (Intermediary) ପରିଭାଷା ଅଧୀନରେ ଆସୁନାହିଁ। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଜେ ନିର୍ଦ୍ଧାରଣ କରେ କେଉଁ ଉପଭୋକ୍ତାଙ୍କ ପାଖକୁ କେଉଁ କଣ୍ଟେଣ୍ଟ ପହଞ୍ଚିବ। ତେଣୁ ସୂଚନା […]
ନିଲାମ ହୋଇଥିବା ଦୁଇଟି ଟ୍ରକର ନୂଆ ପଞ୍ଜିକରଣ ପ୍ରମାଣପତ୍ର ପ୍ରକ୍ରିୟାକରଣ ପାଇଁ ୨୬,୦୦୦ ଲାଞ୍ଚ ଦାବି ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି।ଅଭିଯୁକ୍ତମାନେ ହେଲେ ନିରଞ୍ଜନ ସନ୍ଧା, ଡିଲିଂ କ୍ଲର୍କ-କମ୍-ନାଇଟ୍ ୱାଚର ଏବଂ IT କାର୍ଯ୍ୟନିର୍ବାହୀ ଧର୍ମେନ୍ଦ୍ର କୁମାର ବେହେରା। ଉଭୟ RTO ରାଉରକେଲା କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି।ସୂଚନା ଅନୁଯାୟୀ, ଅଭିଯୋଗକାରୀ ସମ୍ପ୍ରତି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ନିଲାମ ମାଧ୍ୟମରେ ଦୁଇଟି […]
ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ହେବ ଓଭରବ୍ରିଜ୍ । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ମାଟି ପରୀକ୍ଷଣ ହୋଇଛି ।ରାଜଧାନୀର ୫ଟି ଜାଗାରେ ୪୫ ଦିନ ପାଇଁ କମିଶନରେଟ ପୋଲିସର କଟକଣା।ଆଜି କଳିଙ୍ଗ ହସ୍ପିଟାଲ ଛକର ୨ଟି ସ୍ଥାନରେ ଆରମ୍ଭ ହୋଇଛି କାମ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଟ୍ରାଫିକ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ଆଗାମୀ ଦେଢ଼ ମାସ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ରୋଟାରୀ କ୍ଲବ ଓ ସାମ୍ବାଦିକ ଭବନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି […]
ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତିରେ ଠକେଇ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୋଟା ଅଙ୍କର ଅର୍ଥ ନିଆଯାଇ କିଛି ଅସାଧୁ ବ୍ୟକ୍ତି ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଥାଇ ଏକ ନକଲି ନିଯୁକ୍ତି ପତ୍ର ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣା ଜଣାପଡ଼ିବା ପରେ ତତ୍ପର ହୋଇଉଠିଛି ଶ୍ରୀମନ୍ଦିର ପ୍ରଶାସନ।ଏହାପଛରେ କିଏ ମାଷ୍ଟର ମାଇଣ୍ଡ ତାର ତଦନ୍ତ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି। ତାଙ୍କ ଗସ୍ତ କାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ପୂର୍ବରୁ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନରେ ଆଜି ସକାଳୁ ଆର୍ମି ଏୟାର ଡିଫେନ୍ସ କଲେଜରୁ ବାହାରି ପ୍ରାୟ ଏକ କିଲୋମିଟର ଚାଲି ଚାଲି ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। […]
ବ୍ରହ୍ମପୁର ମେଡିକାଲ୍ ପିଜି ପରୀକ୍ଷା ପେପର ଲିକ୍ ଘଟଣା। ଏମକେସିଜିରେ ତଦନ୍ତ ପାଇଁ ପହଞ୍ଚିଲେ ୩ ଜଣିଆ ତଦନ୍ତକାରୀ ଟିମ୍। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୩ ଜଣିଆ ତଦନ୍ତକାରୀ ଟିମ୍ ଗଠନ ହୋଇଛି । ଏହି ଟିମ୍ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି । ପିଜି ପରୀକ୍ଷା ଭଳି ଏକ […]
ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲାରେ ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ । SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢ଼ୀ।ସୂଚନାଥାଉକି, କିଛିଦିନ ତଳେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ତାହା ପୂର୍ବରୁ ମନୋଜଙ୍କୁ ତୁହାକୁ ତୁହା ଜେରା କରାଯାଇଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା […]
ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା, ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୧୧ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପର୍ଯ୍ୟାପ୍ତ ପ୍ରମାଣ ପାଇବାରେ ସଫଳ ହୋଇଛି ।ଅନ୍ୟପକ୍ଷରେ, ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କୁ […]
ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ । ଶିକ୍ଷା, ଦକ୍ଷତା ଓ ନବସୃଜନର ମହାକୁମ୍ଭରେ ସାମିଲ ହେବେ ବିଭିନ୍ନ ଦେଶର ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ କରାଯିବ ମନ୍ଥନ ।ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷା ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ ଗ୍ରହଣ କରିବେ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଯୋଗ […]
ରେଭେନ୍ସା ଚିଫ ୱାର୍ଡେନ-କଟକ ସଦର ବିଧାୟକ ବିବାଦ ଘଟଣା । ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ ପ୍ରକାଶ ସେଠୀ । ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ସୁଦର୍ଶନ ମିଶ୍ରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଏବଂ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ପତ୍ର ଲେଖିଛନ୍ତି ବିଧାୟକ। ସେ ଲେଖିଛନ୍ତି, […]
ପ୍ରଥମ ଶ୍ରେଣୀରେ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ ବହିରେ ବର୍ଣ୍ଣମାଳା ‘ଅ’ ବଦଳରେ‘ଟ’ରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର ‘ଚ’ । ‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି । ଏହା ପରକୁ ରହିଛି ଟ, ମ, ଗ ଓ ର । ଏହା ପରେ ଯାଇ […]
