ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି । ଏହି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି । ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ ବହି ଯୋଗାଇ ଦିଆଯିବ । ଅନ୍ୟପଟେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଗଣମାଧ୍ୟମରେ ହେଉଥିବା ଉପସ୍ଥାପନାକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତିରେ ଅନ୍ୟ ରାଜ୍ୟର […]
୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ୱର, ଭଦ୍ରକ , ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ୱରକୁ ୨୨.୦୩କୋଟି, ଯାଜପୁରକୁ ୨୦.୨୦ କୋଟି, ଭଦ୍ରକକୁ ୨୦.୧୨ କୋଟି ଟଙ୍କା ଦିଆଯାଇଛି । ଆସନ୍ତାକାଲି ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ ।ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।ଏତଦ୍ […]
ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ସେ ୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଜେଲ୍ ସଜା କାଟୁଥିବା ବେଳେ ଏବେ ଅନ୍ୟପଟେ ତାଙ୍କର ସମ୍ପତ୍ତି ନିଲାମ ହେବାକୁ ଯାଉଛି ।ଶାହଜାହାନପୁରରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁମ୍ବାଇ ଶାଖା ଏକ ନୋଟିସ୍ ପୋଷ୍ଟ କରିଛି। ଯେଉଁଥିରେ ତାଙ୍କର ଦୁଇଟି ପ୍ରମୁଖ ସମ୍ପତ୍ତିର ନିଲାମ ଘୋଷଣା କରାଯାଇଛି। ରାଜପାଲ ଯାଦବଙ୍କ ଉପରେ ୧୬ କୋଟି […]
କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ।ପୂର୍ବ ସରକାର ଏହାକୁ ୫ ଲକ୍ଷକୁ ବଢ଼ାଇଥିଲେ । କିନ୍ତୁ ଏବେ ନୂଆ ସରକାର ଏହି ଯୋଜନାର ରୂପରେଖ ବଦଳାଇ ଏହାକୁ ଆୟୁଷ୍ମାନ ଭାରତ ଯୋଜନାରେ ବିଲୟ କରିବାକୁ ମସୁଧା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ […]
ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ମସିହାରେ ଗୋଆର ଏକ ହୋଟେଲରେ ଜଣେ ସହକର୍ମୀଙ୍କୁ ଦୁଷ୍କର୍ମ ମାମଲାରେ ‘ତେହଲ୍କା’ ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ସୂଚନାଯୋଗ୍ୟ, ୨୦୧୩ ନଭେମ୍ବରରେ ତେହେଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମେ ୨୦୨୧ରେ ଗୋଆର ମାପୁସା ଜିଲ୍ଲା ଓ ଦୌରା […]
ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦରଦାମ ବୃଦ୍ଧି ଚିନ୍ତା ବଢାଇଛି ।ଇରାନ ଯୁଦ୍ଧ କାରଣରୁ ସପ୍ଲାଇ ଚେନ୍ରେ ଅସୁବିଧା ଦେଖାଦେବା ପରେ, ଭାରତ ସରକାର ଦେଶରେ ଗ୍ୟାସ୍ ପାଇଁ ଏକ ଷ୍ଟ୍ରାଟେଜିକ୍ ଫ୍ୟୁଏଲ୍ ରିଜର୍ଭ (Strategic Fuel Reserve Scheme) ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି।ରୟଟର୍ସ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୪୨ ଅରବ ଡଲାର ବା ୪ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା କରୁଛନ୍ତି । ଏହି ଅର୍ଥ […]
ବିନା ଦୋଷରେ ଜେଲରେ କଟିଲା 22 ବର୍ଷ । କେବଳ ସନ୍ଦେହ ଆଧାରରେ, ବିନା କୌଣସି ବିଶ୍ବସନୀୟ ପ୍ରମାଣରେ ଜେଲରେ 22 ବର୍ଷ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଏହି ସାମୂହିକ ବିଫଳତା ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରାଏଲ୍ କୋର୍ଟ ପ୍ରମାଣର ସଠିକ୍ ମୂଲ୍ୟାଙ୍କନ କରିବାରେ ବିଫଳ ହୋଇଛି ଏବଂ ହାଇକୋର୍ଟ ନୀରବ ଦର୍ଶକ ହୋଇଛି। […]
ଆଜି ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଓ ଗୁରୁଗାଓଁରେ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍ରେ ଓଡ଼ିଶାରେ ଉପଲବ୍ଧ ଶିଳ୍ପାୟନର ସୁଯୋଗ, ନିବେଶ ପାଇଁ ଅନୁକୂଳ ପରିବେଶ ଏବଂ ସରକାରଙ୍କ ବିଭିନ୍ନ ନୀତି ସମ୍ପର୍କରେ ନିବେଶକାରୀଙ୍କୁ ଅବଗତ କରାଯିବ ।ରାଜ୍ୟରେ ନୂଆ […]
ଆଜିଠୁ ଆହୁରି ବଢ଼ିବ ବର୍ଷା । ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ (ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୱାଟ୍ସଆପ୍)ରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ଏବଂ ଡିପଫେକ୍ କଣ୍ଟେଣ୍ଟ ଉପଲବ୍ଧ ହେବା ଘଟଣାରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଭାରତ ସରକାରଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି।ସୂତ୍ର ଅନୁଯାୟୀ, ମେଟା ପ୍ରତିନିଧିମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ କମ୍ପାନୀ ‘ଇଣ୍ଟରମିଡିଆରି’ (Intermediary) ପରିଭାଷା ଅଧୀନରେ ଆସୁନାହିଁ। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଜେ ନିର୍ଦ୍ଧାରଣ କରେ କେଉଁ ଉପଭୋକ୍ତାଙ୍କ ପାଖକୁ କେଉଁ କଣ୍ଟେଣ୍ଟ ପହଞ୍ଚିବ। ତେଣୁ ସୂଚନା […]
ନିଲାମ ହୋଇଥିବା ଦୁଇଟି ଟ୍ରକର ନୂଆ ପଞ୍ଜିକରଣ ପ୍ରମାଣପତ୍ର ପ୍ରକ୍ରିୟାକରଣ ପାଇଁ ୨୬,୦୦୦ ଲାଞ୍ଚ ଦାବି ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି।ଅଭିଯୁକ୍ତମାନେ ହେଲେ ନିରଞ୍ଜନ ସନ୍ଧା, ଡିଲିଂ କ୍ଲର୍କ-କମ୍-ନାଇଟ୍ ୱାଚର ଏବଂ IT କାର୍ଯ୍ୟନିର୍ବାହୀ ଧର୍ମେନ୍ଦ୍ର କୁମାର ବେହେରା। ଉଭୟ RTO ରାଉରକେଲା କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି।ସୂଚନା ଅନୁଯାୟୀ, ଅଭିଯୋଗକାରୀ ସମ୍ପ୍ରତି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ନିଲାମ ମାଧ୍ୟମରେ ଦୁଇଟି […]
