ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି।ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାର୍ଇ କଟକ ଓ ମୟୂରଭଞ୍ଜକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି।ପ୍ରବଳ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି ହୋଇଛି। ଏହାସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର […]
ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
ଭୁବନେଶ୍ବରରେ ବଦଳିବ ଟ୍ରାଫିକ ପୋଷ୍ଟର ରୂପରେଖ। ଟ୍ରାଫିକ ସିଗନାଲରେ ଲାଗିବ କାଉଣ୍ଟ ଡାଉନ ଟାଇମର। ଫଳରେ ଲୋକଙ୍କୁ ଟ୍ରାଫିକ ଛକରେ ବେଶି ସମୟ ଅପେକ୍ଷା କରିବାକୁ ପଡିବନି କି ଲୋକଙ୍କ ସମୟ ନଷ୍ଟ ହେବନି। ଅଧିକ ଭିଡ ଥିବା ପାର୍ଶ୍ବରୁ ଯିବା ପାଇଁ ମିଳିବ ଅଧିକ ସମୟ।ପ୍ରାଥମିକ ଭାବରେ ରାଜଧାନୀର ବିଭିନ୍ନ ଛକରେ ଥିବା ୫୦ ଟି ଟ୍ରାଫିକ ସିଗନାଲ ସିଷ୍ଟମକୁ ଅପଗ୍ରେଡ କରାଯିବ। ଆଡାପଟିଭ ଟ୍ରାଫିକ କଂଟ୍ରୋଲ ସିଷ୍ଟମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଜ୍ଞାନ କୌଶଳ […]
ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶା ଏବେ ନୂଆ ପରିଚୟ ସୃଷ୍ଟି କରୁଛି । ନୂଆଦିଲ୍ଲୀରେ ଆୟୋଜିତ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ସବୁଜ ଶକ୍ତି ରୋଡ୍ ମ୍ୟାପ୍ ଉପସ୍ଥାପନ କରିଛନ୍ତି । ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ହେବାର ଲକ୍ଷ୍ୟ ଉପରେ ଜୋର୍ ଦିଆଯାଇଛି ।ସୌର, ପବନ ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୬୭ […]
ଶେଷ ହୋଇଛି ମହାପ୍ରଭୁଙ୍କ ଚଳିତ ବର୍ଷର ରଥଯାତ୍ରା । ସିଂହଦ୍ଵାର ସମ୍ମୁଖରେ ତିନିରଥ ଏବେ ଦଣ୍ଡାୟମାନ ରହିଛି । ଆଗାମୀ ଦୁଇ ସପ୍ତାହ ପରେ ପ୍ରତିବର୍ଷ ଭଳି ତିନି ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ଚକ, ପ୍ରଭା, ଗୁଜ ଏବଂ ଅସୁଆରୀକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ନିଲାମ କରାଯିବ ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବାକୁ ଥିବା ରଥ ଚକ ଓ ବିଭିନ୍ନ ଅଂଶର ନିଲାମୀରେ ଭାଗ ନେଇ ଏବଂ ନିଲାମୀରେ ସ୍ଥିର ମୂଲ୍ୟ […]
ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରସ୍ଥିତ ‘ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍’ (Integrated Test Range)ରୁ ଆଜି ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଛି। ଅଗ୍ନି-୪ ହେଉଛି ଭାରତର ଅଗ୍ନି କ୍ଷେପଣାସ୍ତ୍ର ଶ୍ରେଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଏକ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଯାହା ପ୍ରାୟ ୪,୦୦୦ କିଲୋମିଟର ଦୂରତାରେ ଥିବା ଲକ୍ଷ୍ୟସ୍ଥଳକୁ ଭେଦ କରିବାର […]
ଉତ୍ତରପ୍ରଦେଶର ନୂଆ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ୍ସପ୍ରେସୱେର ରାସ୍ତାକୁ ବଡ଼ ବଡ଼ ପଙ୍ଖା ଲଗାଇ ଶୁଖାଇବାର ଦୃଶ୍ୟ ଦେଖିବାକୁ ମିଳୁଛି ।ଏକ୍ସପ୍ରେସୱେର ଏକ ଅଂଶ ପ୍ରବଳ ବର୍ଷା ପରେ ଧସିଯିବାରୁ ମରାମତି କାମ ଜାରି ରହିଛି। ରାସ୍ତା ତଳର ମାଟିର ଆର୍ଦ୍ରତା କମାଇବା ପାଇଁ ସେଠାରେ ହାଇ ପାୱାର ଇଲେକ୍ଟ୍ରିକ୍ ପଙ୍ଖା ଲଗାଯାଇଛି।ଘଟଣାସ୍ଥଳର ଦୃଶ୍ୟରେ କ୍ଷତିଗ୍ରସ୍ତ ରାସ୍ତା ଉପରେ ବଡ଼ […]
ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨) ଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ରାଉଣ୍ଡର ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଆଡମିଶନ୍ ପାଇଁ ସମଗ୍ର ରାଜ୍ୟରୁ ମୋଟ ୨୫ ହଜାର ୩୩୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପୋର୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ […]
ବନ୍ୟା, ବାତ୍ୟା ଭଳି ମହାବିପତ୍ତିକୁ ସରକାର ଦୃଢ଼ତାର ସହ ମୁକାବିଲା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଜିରୋ କାଜୁଆଲିଟି ମିଶନ ସାରା ବିଶ୍ୱ ପାଇଁ ମଡେଲ୍ । କିନ୍ତୁ, ବଜ୍ରପାତ ମୃତ୍ୟୁ ଏବେ ବି ରାଜ୍ୟ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ୧୨୨ଟି ଟାୱାରକୁ ଆହୁରି ଅତ୍ୟାଧୁନିକ କରାଯିବ । ସେଥିମଧ୍ୟରୁ ୪୦ଟି ବଡ଼ ଟାୱାରରେ ସାଇରନ୍ ସିଷ୍ଟମ୍ ଲାଗିଥିବା ବେଳେ ଏବେ ସବୁ ଟାୱାରରେ କ୍ୟାମେରା […]
ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଜବତ ହୋଇଛି।ଯୁବକ ଜଣକ ହେଲେ ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ପ୍ରବୀର କୁମାର ଦାସ (୩୨)।ସୂଚନାଥାଉକି, ମଙ୍ଗଳବାର ଅପରାହ୍ନରେ ତାଙ୍କ ମା’ଙ୍କର ଔଷଧ ଆଣିବା ପାଇଁ ପ୍ରବୀର ସିଂହପୁର ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଘରଲୋକ ମାନପୁର ଘୋଷରା ନିକଟକୁ […]
ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି । ଏହି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି । ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ ବହି ଯୋଗାଇ ଦିଆଯିବ । ଅନ୍ୟପଟେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଗଣମାଧ୍ୟମରେ ହେଉଥିବା ଉପସ୍ଥାପନାକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତିରେ ଅନ୍ୟ ରାଜ୍ୟର […]
୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ୱର, ଭଦ୍ରକ , ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ୱରକୁ ୨୨.୦୩କୋଟି, ଯାଜପୁରକୁ ୨୦.୨୦ କୋଟି, ଭଦ୍ରକକୁ ୨୦.୧୨ କୋଟି ଟଙ୍କା ଦିଆଯାଇଛି । ଆସନ୍ତାକାଲି ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ ।ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।ଏତଦ୍ […]
