author

ଖୁବଶୀଘ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ସମାଧାନ ହେବ -ଭିସି

ରେଭେନ୍ସା ବିଶ୍ବବିଦ୍ୟାଳୟ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଗଣମାଧ୍ୟମକୁ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରେଭେନ୍ସା କୁଳପତି ଅର୍କ କୁମାର ଦାସ ମହାପାତ୍ର । ସେ କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏପର୍ୟ୍ୟନ୍ତ କୌଣସି ସହମତି […]

ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି-ବିଭୂତି ଜେନା

ବାଲି ଚୋରା କାରବାର ରୋକିବା ପାଇଁ ସରକାରର ପଦକ୍ଷେପ ନେଇଛନ୍ତି । ଏମଏସପିଠୁ ଅଧିକ ଦରରେ ବିକ୍ରି ହୋଇପାରିବନି ବାଲି କହିଲେ ପରିବହନ ମନ୍ତ୍ରୀ । ବାଲିର ଏମଏସପି ୩୪୦ ଟଙ୍କା ଧାର୍ଯ୍ୟ ହୋଇଛି କହିଛନ୍ତି, ବିଭୂତି ଜେନା । ପ୍ରଥମ ପର୍ଯ୍ୟାୟରେ ଇ- ବଟେରୀ ଜରିଆରେ ନିଲାମ ହେବ ଶହେରୁ ଅଧିକ ଖାଦାନ ।ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ଗୋଟିଏ ଟ୍ରାକ୍ଟର ବାଲି ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାରୁ ସାଧାରଣ […]

ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ନକରିବା ପାଇଁ ସ୍ମାରକପତ୍ର

ନୟାଗଡ,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାରେ ଡାକ ବିଭାଗର ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଗତ ୬ବର୍ଷ ହେଲା କାର୍ଯ୍ୟ କରୁଥିବାବେଳେ ଉକ୍ତ କାର୍ଯ୍ୟାଳୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରହିଛି । କିନ୍ତୁ ମୁଖ୍ୟ ଡାକପାଳ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରଖିବାପାଇଁ ମସୁଧା ଚଳାଇଛନ୍ତି । ତେଣୁ ଶୁକ୍ରବାର ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଳୀ ବିଭାଗୀୟ କେନ୍ଦ୍ର ସଚିବଙ୍କ ପାଖକୁ […]

ଆସନ୍ତା ୩୧ ତାରିଖ ଯାଏଁ ଚାଷୀ ପଞ୍ଜିକରଣର ଶେଷ ତାରିଖ

ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ୨୦୨୬-୨୭ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଆସନ୍ତା ୩୧ ତାରିଖ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା । ସେବା ସମବାୟ ସମିତି କିମ୍ବା www.foododisha.inରେ ନାଁ ପଞ୍ଜିକରଣ କରିପାରିବେ । ଆଧାରକାର୍ଡ ଏବଂ ଧାନ ଜମିର ବିବରଣୀ ଦେଇ ନାମ ପଞ୍ଜିକରଣ କରି ହେବ । ଏନେଇ ଚାଷୀ ନିଜର ଏବଂ ଜମିର ବିବରଣୀ ପ୍ରଦାନ […]

ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଜୋର ଦେଲା ବ୍ରିକ୍ସ ମଞ୍ଚ-କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।। ଦକ୍ଷିଣ ଆଫ୍ରିକାର ବେସିକ ଏଜୁକେସନ ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ ଉପମନ୍ତ୍ରୀଙ୍କ ସହ ବୈଠକରେ ମୌଳିକ ଓ ଉଚ୍ଚ ଶିକ୍ଷା, କୌଶଳ […]

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ!ଆନ୍ଦୋଳନ ଚେତାବନୀ

ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ କରି ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କରୁଛି ରାଜ୍ୟ ସରକାର | ଏହି ଖବର ପ୍ରଘଟ ହେବା ପରେ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।ସେହିପରି ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି କହିଛନ୍ତି, ବହୁତ ସଂଗ୍ରାମ ପରେ ସାମ୍ୱାଦିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା ହୋଇଥିଲ । ଏହାକୁ ଆୟୁଷ୍ମାନ ଯୋଜନା ସହ ଯୋଡ଼ିଲେ ଘାତକ ନିଷ୍ପତ୍ତି […]

ଅଗଷ୍ଟ ୧୩ ଯାଏଁ ମହାପ୍ରଭୁ ଜଗନ୍ନାଥଙ୍କ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍

ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ପୁଣି ଲାଗିଲା ରୋକ। ବଜାୟ ରହିଲା ପୂର୍ବରୁ ଜାରି ହୋଇଥିବା ସ୍ଥିତାବସ୍ଥା। ଅଗଷ୍ଟ ୧୩ ଯାଏଁ ଆନିମେସନ ଫିଲ୍ମ ହୋଇପାରିବନି ରିଲିଜ୍। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କୁ କାର୍ଟୁନ ରୁପରେ ଉପସ୍ଥାପନ କରାଯାଇଛି। ମହାପ୍ରଭୁଙ୍କୁ କାର୍ଟୁନ ରୁପରେ ଦର୍ଶାଇବା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ଆନିମେଟେଡ ସିନେମାରେ ଶାସ୍ତ୍ର ବିରୋଧୀ କାହାଣୀ ରହିଛି। ଗଜପତି ମହାରାଜ ଓ ଶ୍ରୀମନ୍ଦିର କମିଟି ଫିଲ୍ମର କାହାଣୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମ ଟିଜରରେ […]

ବଲାଙ୍ଗିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ , ସେପ୍ଟେମ୍ବର ୧୫ରେ ହେବ ନବାନ୍ନ ଲାଗି

ଆଜି ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ୧୦ ମିନିଟରେ ମଧ୍ୟରେ ମାଆ ପାଟଣେଶ୍ୱରୀ,ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପରେ ବଲାଙ୍ଗିର ଜିଲାର ଲୋକେ ନୂଆ ଖାଇବେ ବୋଲି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି । ଏନେଇ ଶୈଳଶ୍ରୀ ପ୍ୟାଲେସରେ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କୁ ନେଇ […]

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରଧାନମନ୍ତ୍ରୀଙ୍କ ସ୍ବଦେଶୀ ବାର୍ତ୍ତା

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସେ ନାଗରିକମାନଙ୍କୁ “Get […]

ବଢ଼ୁଛି ରେଭେନ୍ସା ବିବାଦ, ବାଚସ୍ପତିଙ୍କ ପାଖରେ ଦାଖଲ ଅଭିଯୋଗ ପ୍ରତ୍ୟାହାର ଦାବି

ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦରେ ଲାଗୁନି ବ୍ରେକ। ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର କାଉଣ୍ଟର। ସଂଘ କହିଛି, ବିଧାୟକ ସିନେଟ ମେମ୍ବର ନୁହଁନ୍ତି। ବିଶ୍ବବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଏଯାବତ୍ ଶେଷ ହୋଇନାହିଁ ଏବଂ ସିନେଟ୍ ଗଠନର ଚୂଡ଼ାନ୍ତ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ । ତେଣୁ ସିନେଟ୍ ସଦସ୍ୟ ବୋଲି କହି ବିଶ୍ବବିଦ୍ୟାଳୟର କାର୍ଯ୍ୟରେ ହସ୍ତକ୍ଷେପ କରିବାର ତାଙ୍କର କୌଣସି ଆଧାର ନାହିଁ। ଏକ ସାମ୍ବାଦିକ ସମ୍ମିଳନୀ କରି ରେଭେନ୍ସା ବିଶ୍ୱବିଦ୍ୟାଳୟ […]

ଫେସବୁକରେ ବନ୍ଧୁତାରୁ ପ୍ରେମ ହେଲା କାଳ । ଦୁଷ୍କର୍ମ ଅଭିଯୋଗରେ ଜଣେ ଡେଲିଭରୀ ବଏ ଗିରଫ

ଫେସବୁକରେ ବନ୍ଧୁତାରୁ ପ୍ରେମ । ଦୁଷ୍କର୍ମ ଅଭିଯୋଗରେ ଜଣେ ଡେଲିଭରୀ ବଏକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ହରେକୃଷ୍ଣ ମହାନ୍ତି ।ଗଞ୍ଜାମ ଜିଲ୍ଲାର ପୀଡ଼ିତା ଯୁବତୀ ଭୁବନେଶ୍ଵରରେ ଚାକିରି ଅନ୍ଵେଷଣରେ ଥିଲେ। ହରେକୃଷ୍ଣ ଏଠାରେ ରହି ଡେଲିଭରୀ ବଏ ଭାବେ କାମ କରୁଥିଲେ। କିଛି ମାସ ପୂର୍ବରୁ ଫେସବୁକ ଜରିଆରେ ଉଭୟଙ୍କ ଚିହ୍ନା ପରିଚୟ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ବନ୍ଧୁତା ଧୀରେ […]

ସୁନା-ରୂପା ଦରରେ ନିଆଁ: ଭୁବନେଶ୍ୱରରେ ରେକର୍ଡ ଛୁଇଁଲା ଅଳଙ୍କାର ମୂଲ୍ୟ

ଆଜି ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ, ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୯,୭୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୭,୨୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଯାଇଛି। କିଲୋଗ୍ରାମ ପିଛା ରୂପା ଦର ୧୦ ହଜାର ଟଙ୍କା […]