ଆଜି ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ। ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହେବ। ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହୋଇଥାଏ। ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ।ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ […]
ସ୍ବଳ୍ପ ବିନିଯୋଗ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲେ ସାଇବର ଠକ । ଆଉ ଅନଲାଇନ୍ ଟ୍ରେଡିଂ ନାଁରେ ବ୍ୟକ୍ତିଙ୍କଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର […]
କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।ଲିଙ୍କଡିନ୍ ପ୍ରୋଫାଇଲରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ ଗତ ସପ୍ତାହଗୁଡ଼ିକ ‘ଚାପପୂର୍ଣ୍ଣ’ ଥିଲା। ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ବାହାରିବାର ଯୁକ୍ତିଯୁକ୍ତ […]
ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଗୁପ୍ତଚର ସୂଚନାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ। ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) […]
ଓଡ଼ିଶାରେ କାମ କରୁଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବରହମପୁର ଆଦି ଅଞ୍ଚଳର ମୁସଲିମ୍ ସମ୍ପ୍ରଦାୟର ଶ୍ରମିକଙ୍କୁ ଆକ୍ରମଣ କରାଯାଉଛି। ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଟିଏମ୍ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ […]
ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ,ଭକ୍ତ,ପର୍ଯ୍ୟଟକଙ୍କ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରଭୁଙ୍କ ଯାତ୍ରା […]
ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା […]
ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ ହେବେ ରାଜ୍ୟବାସୀ ।ସୋମବାର ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, […]
ମେଷଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ […]
ନୟାଗଡ଼,(ଓଡ଼ିଶା ଦର୍ପଣ) :ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା […]
