ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।। ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ […]
ବୋଲବମ୍ ଯାତ୍ରା ସମୟରେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା । ଦେଓଘର ଜିଲ୍ଲାର ଜାମୁନିଆ ଜଙ୍ଗଲ ନିକଟରେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ସିଲିଣ୍ଡର ବୋଝେଇ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ୧୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ପ୍ରାଥମିକ ରିପୋର୍ଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି । ଏକ […]
ଆସନ୍ତା ଦୁଇଦିନ ଅଧା ଓଡ଼ିଶାରେ ବର୍ଷା । ଭିଜିବ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶା । ଆଜି ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି […]
ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ନାବାଳିକାଙ୍କୁ ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ସ୍କୁଟରରେ ରାଜଗାଙ୍ଗପୁର ନିକଟସ୍ଥ କାନସବାହାଲକୁ ବୁଲାଇବା ନେଇ ନେଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ (ଶିତେଶ) ଓ ତାଙ୍କର ଦୁଇ ସାଙ୍ଗ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ। ନାବାଳିକାଙ୍କ ପରିବାର ଗତକାଲି କାନସବାହାଲ ପୋଲିସ ଆଉଟପୋଷ୍ଟରେ ଏନେଇ […]
ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ୍। କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ କରିନାହାନ୍ତି। ଖୋଦ ଏଏସଆଇ ତଥା ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ନିଜ ଏକ୍ସ୍ ଆକାଉଣ୍ଟରେ ଅପଲୋଡ଼ କରିଛି। ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ […]
ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ […]
ରାୟଗଡ:-ତା.୨୮/୦୭/୨୫ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି,,ଭl.ପ୍ର. ସେ.ଆଜି ପୂର୍ବାହ୍ନରେ ଯୋଗଦନ କରିଛନ୍ତି l ବିଦାୟୀ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଭୁବନେଶ୍ୱରକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ନିର୍ଦ୍ଧେଶକ ଭାବରେ ବଦଳି ହେବା ପରେ ଆଜି ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା କୋଷl ଅଧିକାରୀ ଶ୍ରୀମତୀ […]
ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଘଟଣା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ), ଭୁବନେଶ୍ୱରରେ ଜଣେ ମହିଳା କର୍ମଚାରୀ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।ଏନେଇ ଉକ୍ତ ନର୍ସିଙ୍ଗ ଆଟେଣ୍ଟଡାଣ୍ଟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହେଲେ ଏବେ ଯାଏ ପୋଲିସ ଚୁପ୍ ବସିଥିବାରୁ ଏନେଇ ଏମ୍ସ ପରିସରେ ହସ୍ପିଟାଲ୍ ଆଟେଣ୍ଟଡାଣ୍ଟମାନେ ଧାରଣାରେ ବସିଛନ୍ତି । ଟଙ୍କା ନେଇ ଝିଅକୁ ଚୁପ୍ କରିବା […]
ଚାଇନିଜ୍ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଛି ଏକ ୱେବସାଇଟ । ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । ଯାହାର ମୂଲ୍ୟ […]
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ । ସିବିଆଇ ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ।ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ହୁଏତ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି । ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ ସେଠୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ […]
ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ପାଇଁ ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ଦାବି ରଖିଛନ୍ତି ।ସେ କହିଛନ୍ତି , ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢ଼ୁଛି ଅପରାଧ , ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇଲାଣି ଓଡ଼ିଶା ।ଅପରାଧୀଙ୍କୁ ଦମନ […]
ଗୋପାଳପୁର ଗଣବଳାତ୍କାର ମାମଲାରେ ସୋମବାର ଚାର୍ଜଶିଟ୍ ଦାଖଲ ହୋଇଛି। ଏସ୍ଡିଜେଏମ୍ଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି।ଗତ ଜୁନ ୧୪ ତାରିଖରେ ଗୋପାଳ ପୁର ବେଳାଭୂମି ଅଞ୍ଚଳରେ ଘଟିଥିଲା ଏହି ଗଣ ଦୁଷ୍କର୍ମI ଏଥିରେ ପୋଲିସ ୧୦ଜଣଙ୍କୁ ଗିରଫ କରିଥିଲା I ପରେ ଏହି ମାମଲା ରେଡ ଫ୍ଲାଗ ଭାବେ ନିଆଯାଇ କ୍ରାଇମବ୍ରାଞ୍ଚ୍ କୁ ହସ୍ତାନ୍ତର ହୋଇଥିଲା। ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ […]
