ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର । ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । […]
ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍ ସହିତ ଅପଗ୍ରେଡ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ଆରାମ ପ୍ରଦାନ କରିବ। ତେବେ, ଏଲଏଚବି କୋଚ୍ ସହିତ ନିୟମିତ ସେବା ପୁରୀରୁ ଏପ୍ରିଲ ୨୯ ତାରିଖରୁ ଏବଂ ବାଙ୍ଗିରିପୋଷିରୁ ଏପ୍ରିଲ ୩୦ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଟ୍ରେନଟି ପାରମ୍ପରିକ ଆଇସିଏଫ (ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରୀ) କୋଚ୍ ସହିତ […]
ମେ’ ୧ରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ ସରକାର ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଏକୀକୃତ କରି ଗ୍ରାମୀଣ ବ୍ୟାଙ୍କିଂ ବ୍ୟବସ୍ଥାକୁ ଦକ୍ଷ କରିବା ପାଇଁ ଏହାର ଅଭିଯାନକୁ ଆହୁରି ଆଗକୁ ବଢାଇଛନ୍ତି ।ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏଟିଏମ ଇଣ୍ଟରଚେଞ୍ଜ ଫି’ରେ ବୃଦ୍ଧିକୁ […]
ଏଥର ଖାଲି ଖରା ନୁହେଁ, ବର୍ଷା ଦିନରେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ କୁଆ ପଥର ହୋଇପାରେ ବୋଲି ଆଇଏମଡି ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।ସେହିପରି, ଏପ୍ରିଲ ୩୦ ତାରିଖରେ ବାଲେଶ୍ୱର, […]
ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ। ମିଥୁନଆଜି ଆକସ୍ମିକ ଭାବରେ […]
ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃଦ ଭଦ୍ରକର ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦ ତାରିଖରେ ଏକାଦଶାହ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ପ୍ରଶାନ୍ତଙ୍କ ବଡ଼ ଭାଇ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭେଟ ନପାଇ ନିରାଶ ହୋଇ ଫେରିଛନ୍ତି । ସେପଟେ ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ ।ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ବଡ ଭାଇ […]
ଲୁଣି କୁମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଋତୁ ଯୋଗୁ ମେ’୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ;କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରୀ ୨୦୨୫ ସୁଦ୍ଧା, ଭିତରକନିକା ଜାତୀୟ ଉଦ୍ୟାନରେ ୧୮୨୬ଟି ଲୁଣାପାଣି କୁମ୍ଭୀର ଅଛନ୍ତି। ପ୍ରଜନନ ସ୍ଥଳକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିଛି।ବନରକ୍ଷୀମାନେ ପ୍ରତି ବସା ପାଇଁ ୫୦ ରୁ ୬୦ ଟି ଅଣ୍ଡା ଦେଉଥିବା ମା’କୁମ୍ଭୀରମାନଙ୍କ ଉପରେ ନଜର ରଖିବେ […]
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଅନିୟମିତତା ମାମଲାରେ ରାଜା ଚକ୍ର ଓ ଅନ୍ୟ ସହଯୋଗୀଙ୍କ ବିରୁଦ୍ଧରେ ଖୁବଶୀଘ୍ର ଦାଖଲ ହେବ ଅନ୍ତରୀଣ ଚାର୍ଜସିଟ । ଏବେ ସୁଦ୍ଧା ୬୦ ଟି ବ୍ୟାଙ୍କ ଆକାଉଣ୍ଟ ଓ ବହୁ ସଂଖ୍ୟକ କାଗଜ ପତ୍ରର ଯାଞ୍ଚ ଚାଲିଛି । ଆଉ କିଛି ଲୋକ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସୋମବାର କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ପୂର୍ବରୁ ହେଇଥିବା ଅଭିଯୋଗ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ମୋଟ ୧୮୫ କୋଟି ଟଙ୍କାର […]
ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ୍ ସଂଗ୍ରହ କରିବା ପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଏବଂ ଏହାର କାରଣ ହେଉଛି ପୁରୁଣା ସରକାରୀ ରେକର୍ଡ। ୧୦ ବର୍ଷ ପୂର୍ବରୁ ସ୍ୱାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ୍ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। […]
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଦେଇଛନ୍ତି। ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି।ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି’ । ଏନେଇ ଖୁବ୍ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ’ । ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ […]
ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।୨୮ ଏପ୍ରିଲ ସୋମବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଡାକି କିଛି କହିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସିଦ୍ଧରମୈୟା ତାଙ୍କ ହାତ ଉଠାଇ ଚାପୁଡ଼ା ମାରିବାର ଇଙ୍ଗିତ କରୁଥିବା ଦୃଶ୍ୟ […]
ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ।ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିପରି ଏଭଳି ଘଟଣା ଘଟିଲା, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଆଉ ଏହାକୁ ଟିକିନିଖି କରିବା ଦେଖିବା ପରେ ରୂପାଲି ଛକର ଉଭୟ […]
