author

ନବ ଦାସ ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଦେଇଛନ୍ତି। ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି।ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି’ । ଏନେଇ ଖୁବ୍‌ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ’ । ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ […]

ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ।

ଅତିରିକ୍ତ ଏସପିଙ୍କୁ ସଭା ମଞ୍ଚକୁ ଡକାଇ ଚାପୁଡ଼ା ମାରିବାକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା।୨୮ ଏପ୍ରିଲ ସୋମବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ମଞ୍ଚ ଉପରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଡାକି କିଛି କହିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସିଦ୍ଧରମୈୟା ତାଙ୍କ ହାତ ଉଠାଇ ଚାପୁଡ଼ା ମାରିବାର ଇଙ୍ଗିତ କରୁଥିବା ଦୃଶ୍ୟ […]

ଭୁବନେଶ୍ୱର ରୁପାଲି ଛକରେ ପାକିସ୍ତାନି ପୋଷ୍ଟର।

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ।ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିପରି ଏଭଳି ଘଟଣା ଘଟିଲା, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଆଉ ଏହାକୁ ଟିକିନିଖି କରିବା ଦେଖିବା ପରେ ରୂପାଲି ଛକର ଉଭୟ […]

ପାକିସ୍ତାନୀ ପାଇଛନ୍ତି ରାସନ କାର୍ଡ- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଏହା ବ୍ୟତୀତ ବର୍ତ୍ତମାନ ୧୨ ଜଣ ପାକିସ୍ତାନୀଙ୍କ ପ୍ରସଙ୍ଗକୁ ନେଇ ଡିଜିପିଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ଯେ, ୧୨ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ଜଣେ ପାକିସ୍ତାନୀ ରାଜ୍ୟ ଛାଡ଼ି ପଳାଇଲେଣି। ଆଉ ଜଣେ ପାକିସ୍ତାନୀଙ୍କ ଭିସା ବିଚାରଧୀନ ରହିଛି।ପହଲଗାମ ଆତଙ୍କବାଦୀ […]

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)

ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ ଏହାର ଅପବ୍ୟବହାର କରାଯାଉଥିବ ତେବେ ସେଠାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ […]

ଜିଲ୍ଲା ଚେସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ: ଭାଗିରଥି ସଭାପତି, ଲକ୍ଷ୍ମୀଧର ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ନୟାଗଡ଼ କେସି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସର୍ବସମ୍ମତି କ୍ରମେ ସଭାପତି ରୂପେ ଭାଗିରଥି ଦାସ ଏବଂ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀଧର ସାହୁ ନିର୍ବାଚିତ ହୋଇଛନ୍ତି।  ସେହିପରି ଉପସଭାପତି ଭାବେ ଵାଲାରସେନ ପାତ୍ର,ସହ ସମ୍ପାଦକ ଉମାକାନ୍ତ ମିଶ୍ର ଏବଂ କୋଷାଧ୍ୟକ୍ଷ ଭାବେ ତାରୁନ ଖାଁ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ ଅଜିତ କୁମାର ମିଶ୍ର, […]

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ

ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ହାଇ ଆଲର୍ଟ । ଆରପିଏଫ୍ ଦ୍ବାରା ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି ।ପହଲଗାମ ଆତଙ୍କୀ ଆକ୍ରମଣ ପରେ ଷ୍ଟେସନରେ ବଢିଲା ସୁରକ୍ଷା। ଭୁବନେଶ୍ୱର ରେଲୱେ ଷ୍ଟେସନରେ RPFର ଫ୍ଲାଗ ମାର୍ଚ୍ଚ। ପଇଁତରା ମାରୁଛନ୍ତି ଦୁଇ ସେକ୍ସନ ଫୋର୍ସ। ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି । ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।

OPSC /SSC ପ୍ରଶ୍ନପତ୍ର ବିଭ୍ରାଟ:ଯିଏ ଦୋଷୀ ଛଡ଼ା ଯିବନି- ଉଚ୍ଚଶିକ୍ଷା ମନ୍ତ୍ରୀ

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାମୁତାବକ ରାଜ୍ୟରେ ଦୁଇଟି ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ […]

ଓଡ଼ିଆ ସିନେମାକୁ ନବେ ବର୍ଷ,ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।

ଓଡ଼ିଆ ସିନେମାକୁ ନବେ ବର୍ଷ ।ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୮୮ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି। ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି […]

ଆଜି ମଧ୍ୟ କମିଲା ସୁନା ଦାମ୍‌

କିଛି ଦିନ ପୂର୍ବରୁ ସୁନା ଦର ଅଚାନକ ଲକ୍ଷେ ଟଙ୍କାରେ ପହଞ୍ଚିଥିଲା । ତାପରେ ଧିରେ ଧିରେ ସୁନା ଦର ଖିସିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା, ସୁନା ଦର କେଉଁଠି କେତେ?ଏପ୍ରିଲ ୨୮ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ […]

ଚେନ୍ ସ୍ନାଚର୍ ଗିରଫ, ଏନକାଉଣ୍ଟର ଭୟରେ କଲା ଆତ୍ମସମର୍ପଣ

ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ଏନକାଉଣ୍ଟର କରିବାକୁ ପ୍ରସ୍ତୁତ ଥିଲା ପୋଲିସ।ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ । ଗତ ୨୨ ତାରିଖରେ ୟୁନିଟ୍-୩ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।ସୂଚନାନୁସାରେ , ଗତ ୨୨ ତାରିଖ […]

ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, କଠୋର ହେଉଛି ଭାରତ । ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । । ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ […]