author

ତୁଳସୀ ଗଣନାଟ୍ୟ ଯାତ୍ରା ମଞ୍ଚରେ ଜିଅନ୍ତା ସାପ ବ୍ୟବହାର ନେଇ ବିବାଦ

ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ତୁଳସୀ ଗଣନାଟ୍ୟ ଦଳର ‘ଏଇ ବୋଧେ ଶେଷ ଦେଖା’ ନାଟକର ରିହର୍ସାଲ ସମୟରେ ଅଭିନେତା ଶୁଭମ ଏକ ଜୀଅନ୍ତା ଅଜଣା ସାପକୁ ହାତରେ ଧରି ଅଭିନୟ କରୁଥିବା ଭିଡିଓ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ସାପ ଧରିବା ପାଇଁ କଳାକାର ସାଇ କହୁଛନ୍ତି । ସାପକୁ ହାତରେ ଗୁଡାଇ ସଂଳାପ ମଧ୍ୟ କରୁଛନ୍ତି ଅଭିନେତା ସାଇ । ନାଣ୍ଡୁବାବୁଙ୍କ ଯାତ୍ରାର […]

ସବୁ ଗ୍ରାମ ପଞ୍ଚାୟତରେ ଆୟୁଷମାନ ଆରୋଗ୍ୟ ମନ୍ଦିର ହେବ

କଟକ ବଡ଼ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ ଭଳି ବଡ଼ ଡାକ୍ତରଖାନା ଗୁଡ଼ିକରେ ଭିଡ଼ କମାଇବାକୁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେସ ମହାଲିଙ୍ଗ ସୂନା ଦେଇଛନ୍ତି । ସବୁ ଗ୍ରାମ ପଞ୍ଚାୟତରେ ଆୟୁଷମାନ ଆରୋଗ୍ୟ ମନ୍ଦିର ହେବ। ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ । ଏଠାରେ କେଉଁମାନେ ସ୍ବାସ୍ଥ୍ୟ ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା […]

ରାଜ୍ୟର ସବୁ ଚାଷୀଙ୍କ ହେବ ଇ- କେୱାଇସି

ରାଜ୍ୟର ସମସ୍ତ ଚାଷୀଙ୍କର ହେବ ଇ- କେୱାଇସି । ଯାହା ଦ୍ୱାରା ନକଲି ଚାଷୀ ଧରାପଡିବେ । ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ ପାତ୍ର କହିଛନ୍ତି, “ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନଙ୍କର e-KYC କରାଯିବ। ଏହି ପ୍ରକ୍ରିୟାରେ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଆଖି ସ୍କାନ କରାଯିବ, ଯାହା ଦ୍ୱାରା ଅସଲି ଚାଷୀଙ୍କୁ ଚିହ୍ନଟ କରାଯାଇ […]

କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

କୋରାପୁଟ ଜିଲା କୋଟିଆକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳକୁ ଖବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‍ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।କୋଟିଆ ଉପରେ ଆନ୍ଧ୍ର ଆଖି ପକାଇଛି, ପ୍ରତିହତ ପାଇଁ ସରକାର କାମ କରୁଛନ୍ତି। ଏଠାରେ ଖଣି ଖାଦାନ ଭରି ରହିଛି। ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି କହିଛନ୍ତି […]

ରାଜ୍ୟରେ ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି

ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ଓ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି।ମନ୍ତ୍ରୀ ବିଭୂତି ଭୂଷଣ ଜେନା  କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍‌ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି । […]

ଏନ୍‌ସିଆର୍‌ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ଘଟଣା ! ଉଦବେଗ ପ୍ରକାଶ କଲେ ନବୀନ

ପୁଣି NCERTରୁ ବାଦ୍ ପଡିଲା ପାଇକ ବିଦ୍ରୋହ । NCERT ପାଠ୍ୟ ପୁସ୍ତକରୁ ପୁଣି ଏକ ଐତିହାସିକ ବିଷୟକୁ ବାଦ ଦିଆଯାଇଛି । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ସେ ସୋସିଆଲ୍ ମିଡିଆ ଏକ୍ସରେ ଏନେଇ କହିଛନ୍ତି ଯେ, NCERT ପାଠ୍ୟ ପୁସ୍ତକରୁ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ ଦିଆଯିବା ନେଇ ମୁଁ ଚିନ୍ତିତ । ପାଇକ ବିଦ୍ରୋହ ଓଡ଼ିଶା ଇତିହାସର […]

ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର

ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ପୁଣି ଲକ୍ଷେ ଟଙ୍କା ଅତିକ୍ରମ କରିବା ସହ ନିୟମିତ ବଢୁଛି ଦାମ୍‌ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୧.୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ,୮୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୧,୨୯୦ […]

ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ‘ଭୀଷ୍ମ କ୍ୟୁବ୍’

ରୋଗୀ ଡାକ୍ତରଖାନା ଆସିବନି, ଏଣିକି ଡାକ୍ତରଖାନା ପହଂଚିବ ରୋଗୀଙ୍କ ପାଖରେ । ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଯେଉଁଠି ଘଟୁ ନା କାହିଁକି ସେଠି ପହଂଚିଯିବ ଏହି ଡ଼ାକ୍ତରଖାନା । ମାତ୍ର ୮ରୁ ୧୦ ମିନିଟରେ ଯୋଗାଇଦେବ ଚିକିତ୍ସା ସେବା । ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ଗୋଟିଏ କ୍ୟୁବ୍‌ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ […]

ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନମୋହନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ […]

ଏକ ମାସ ମଧ୍ୟରେ ଭୂତଳ ରାସ୍ତା ଆରମ୍ଭ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ l

ମୁନିଗୁଡ଼ା,୨୧/୭ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ଭୂତଳ ରାସ୍ତା ପାଇଁ ସୋମବାର ହେବାକୁ ଥିବା ରିଲେ ହଙ୍ଗର ଷ୍ଟ୍ରାଇକ ସ୍ଥଗିତ ରଖାଯିବ ନେଇ ସମ୍ପାଦକ ଶିମାଞ୍ଚଲ ପଣ୍ଡା ସୂଚନା ଦେଇଛନ୍ତି।ଆଜି ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ରେଲୱେ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ସେ କହିଛନ୍ତି କାର୍ଯ୍ୟ ଆରମ୍ଭ ନିମନ୍ତେ ଏକ ମାସ ସମୟ ସିମା ଦିଆଯାଇଛି,କାର୍ଯ୍ୟ ନହେଲେ ଆନ୍ଦୋଳନ ଜୋରଦାର ପାଇଁ ଚେତାବନୀ ଦିଆଯାଇଥିବା ଜଣାଇଛନ୍ତି।ଏନେଇ ପ୍ରଗତି ମଞ୍ଚ ତରଫରୁ ସଭାପତି ସିଏଚ ଗଣେଶ୍ୱର ରାଓ […]

ଏବେ ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ବିଦ୍ୟାଳୟ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି।ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍‌-ଟାଇମ୍‌ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। […]

ଶେଷରେ ଅମାପ ସମ୍ପତ୍ତିର ମାଲିକ ନିତ୍ୟାନନ୍ଦଙ୍କୁ ବାନ୍ଧିଲା ଭିଜିଲାନ୍ସ

ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । । ଅନୁଗୁଳ ଛେଣ୍ଡିପଦାରେ ତାଙ୍କର ଆଉ ଏକ ଫାର୍ମ ହାଉସ ଠାବ ହୋଇଛି । ୩ ଏକର ଜମିରେ ଥିବା ଫାର୍ମ ହାଉସର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁମାନ କରାଯାଇଛି । ଗତକାଲି ଚଢଉର ଦ୍ବିତୀୟ ଦିନରେ ତାଙ୍କ ଘରୁ […]