ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ […]
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜାରି ରହିଛି ବୈଠକ। ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ବୈଠକ ବସିଛି ।କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ । ଏଇ ପରିପ୍ରେକ୍ଷୀରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଚଢାଉ କରଣ ,ଦେଉଳ କରଣ,ଭଣ୍ଡାର ମେକାପ, ଏଏସଆଇ ଅଧିକାରୀ ମାନଙ୍କୁ ନେଇ ଡକାଯାଇଛି […]
ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା । ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ […]
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ରାମଲୀଳା ପରିବେଷଣ ହେଉଥିବାବେଳେ ସେହି ନିକଟରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଯାଇଥିଲା l ଫଳରେ ଘଟଣା ସ୍ଥଳରେ ନିକଟସ୍ଥ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)ଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ […]
ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ତେବେ ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି exit permit ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ପଡ଼ି […]
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି । ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆଖି ଥିବା ନେଇ ପୂର୍ବରୁ ଗୁଇନ୍ଦା ସତର୍କ କରାଇଛି । ତେଣୁ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ରଖିବା ପାଇଁ ପୁଲିସକୁ ସଜାଗ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ […]
ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଭାଟିକାନ୍ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା […]
ରାଜ୍ୟରେ ଶନିବାର ତାତିର ପ୍ରକୋପ ଜାରି ରହିବ। ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ। ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିବ। ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ରବିବାର ୨୭ ତାରିଖରେ କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ କାଳବୈଶାଖୀ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ […]
ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ।୨୦୨୨ ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଶାଶୁଘରେ ତାଙ୍କୁ ପାରିବାରିକ ହିଂସାର ଶିକାର […]
ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ନବ ନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ୩ ଜଣ ରାଜ୍ୟ ସୂଚନା ଆୟୁକ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମନୋଜ କୁମାର ପରିଡ଼ା, ରାଜ୍ୟ ସୂଚନା ଆୟୁକ୍ତଭାବେ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଳ ଏବଂ କଳ୍ପନା ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।ଏହା […]
ଛତିଶଗଡ଼ରୁ ଶେଷ ହେବ ନକ୍ସଲ ସମସ୍ୟା । ମୁଖ୍ୟସ୍ରୋତରେ ସାମିଲ୍ ହେବେ ମାଓବାଦୀ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆହ୍ବାନ ପରେ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମାଓ ସଂଗଠନ । ପୂର୍ବରୁ ସଂଗଠନ ଏକ ପ୍ରେସ୍ ରିଲିଜ୍ ଜାରି କରି ହିଂସା ଛାଡ଼ିବା କଥା କହିଥିଲେ । ଏବେ ପୁଣି ଥରେ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଯୁଦ୍ଧ ବିରତି ଓ ଶାନ୍ତି ବାର୍ତ୍ତା ପ୍ରସ୍ତାବ ମଧ୍ୟ ଦୋହରାଇଛନ୍ତି । […]
