ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଅଧା ରାସ୍ତାରେ ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ । ଯେପରି ସେ ସୁଇମିଙ୍ଗ ପୁଲର ମଜା ଉଠାଉଛନ୍ତି । ତାଙ୍କ ହରକତ ଦେଖି ଲୋକେ ଛାନିଆ ।ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀ ଛକରେ ଦେଖିବାକୁ ମିଳିଛି ଏପରି ଘଟଣା । ଭାଇଙ୍କ ଏଭଳି ଜଳକ୍ରୀଡ଼ା ଦେଖିବାକୁ ରାସ୍ତା ପୁରା ଜାମ । ବହୁ ସମୟ ପରେ ୨ ଜଣ ଉଦ୍ଧାର ପାଇଁ ବାହାରି ଉଦ୍ଧାର କଲେ ।ଏତେ […]
ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ନବୀନ । ଆଜି ଅଳ୍ପ ଚଲାବୁଲା କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେ କହିଛନ୍ତି ।ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍ର ଚିକିତ୍ସା ପାଇଁ ମୁମ୍ବାଇ […]
ଦିଲ୍ଲୀରୁ ଆସିଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଓଡିଶା ବୁଲିବାକୁ ଆସିଥିବା ବେଳେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିରଜା ପୀଠ ଦର୍ଶଶନ କରି ଫେରୁଥିବା ବେଳେ ଅସଦାଚରଣ ଅଭିଯୋଗ ହୋଇଛି । ସୂଚନାମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ […]
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ପରେ ସରକାରଙ୍କୁ ଲଭର୍ସ ପଏଣ୍ଟ ସୁରକ୍ଷା ଚିନ୍ତା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ବସିଲାଣି ଦୁଇ ଦୁଇ ଥର ବୈଠକ । ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି, ତାହାର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ତେବେ ଗୋପାଳପୁର ଘଟଣାରେ ପ୍ରଥମ ଥର ଲାଗି ରାତିକ ଭିତରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଟିଆଇ ପ୍ୟାରେଡ କରାଯାଇଛି। ଆଇନ ତା […]
ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲ୍ଙ୍କୁ ଚିଠି କରାଯାଇଛି। ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ସଚେତନ କରାଯିବ । ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା । ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜିତ ହେବ ସଚେତନ କାଯ୍ୟକ୍ରମ […]
ରାଜ୍ୟରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୨୫ ତାରିଖ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ । ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରିବେ ଓ ପିକେଟିଂ କରିବେ । । ଓଡ଼ିଶାରେ କୌଣସି ବି ନାରୀ ସୁରକ୍ଷିତ ନୁହଁନ୍ତି । ବିଗତ ବର୍ଷକ ମଧ୍ୟରେ ୩ ହଜାର ଦୁଷ୍କର୍ମ ଘଟଣା ବିଭିନ୍ନ ଥାନାରେ ମାମଲା […]
ରାଜ୍ୟରେ ଡ଼ାଇରିଆ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏହାକୁ ଗୁରୁତର ସହିତ ନେଉଛନ୍ତି ସରକାର । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଡ଼ାଇରିଆର ନୂଆ କେସ ଆସିବା କମିଛି । ନିୟନ୍ତ୍ରଣ କରିବା ପାଇଁ ସଚେତନତା କରାଯାଇଛି । ପରିସ୍ଥିତିରେ ସୁଧାର ଆସୁଛି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ନିବେଦନ କରିଛନ୍ତି ।ଅନ୍ୟପକ୍ଷେ ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ […]
ଉନ୍ମୋଚିତ ହେଲା ‘ଆମରି ଶିଶୁ’ ଓ୍ୱେବ୍ ପୋର୍ଟାଲ୍। ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚନ କରି କହିଛନ୍ତି, ଏହି ପୋର୍ଟାଲରେ ଅଙ୍ଗନଓ୍ବାଡ଼ି କର୍ମୀ ଶିଶୁଙ୍କ ତଥ୍ୟ ଅପଲୋଡ୍ କରିବେ କରିବେ। ଏଥିସହିତ ଏହି ପୋର୍ଟାଲ ଶିଶୁଙ୍କ ଯତ୍ନ ଏବଂ ବିକାଶ ଦିଗରେ କାମ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ପ୍ଲାଟଫର୍ମର ଲକ୍ଷ୍ୟ ଅଙ୍ଗନୱାଡି କର୍ମୀମାନଙ୍କୁ ସେମାନଙ୍କ ଯତ୍ନାଧୀନ ଶିଶୁମାନଙ୍କ ବିଷୟରେ ପ୍ରକୃତ-ସମୟ ସୂଚନା ଅପଲୋଡ୍ କରିବାକୁ ସକ୍ଷମ କରି […]
ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଜୁନ୍ ୨୩ ଅର୍ଥାତ୍ ସୋମବାର ହ୍ରାସ ପାଇଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୦, ୭୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୩୪୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୦, ୭୪୦ ଟଙ୍କା ରହିଥିବା ବେଳେ […]
ବର୍ତ୍ତମାନ ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରୀରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ […]
ଅଦିନିଆ ବର୍ଷାରେ ବେହାଲ ସ୍ଥିତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଉଚ୍ଛୁଳା ନଦୀର ପାଣିରେ ସବୁ ସ୍ୱପ୍ନ ବୋହିଗଲା। ହାତ ଗଣ୍ଠି ପଡ଼ିଲା, ହେଲେ ଫୁଟିଲାନି ବାଣ, ଦୁଲୁକିଲାନି ଗାଁ। ଡଙ୍ଗାରେ ଯାଇ କନିଆର ହାତ ଧରିଲା ବର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ।। ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ […]
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ। ୩୨୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବାବେଳେ ସେମାନଙ୍କ ନିମନ୍ତେ ୯୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଚଳିତ ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଏବଂ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ। ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି […]
