author

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ପ୍ରଭାସ। ତାଙ୍କର ଉତ୍କୃଷ୍ଟ ଅଭିନୟ-ଆକ୍ସନ ସମସ୍ତଙ୍କ ହୃଦୟ ଜିତିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍‌ ପ୍ରସଙ୍ଗ ହୋଇ ରହିଥାଏ। ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ ଝିଅଙ୍କ ସହ ପ୍ରଭାସଙ୍କ ବିବାହ ନିଶ୍ଚିତ ହୋଇଥିବା କୁହାଯାଉଛି। ଅଭିନେତାଙ୍କୁ ୪୫ ବର୍ଷ ହେଲାଣି। ଏଣୁ ଘର ଲୋକେ ଶୀଘ୍ର ବିବାହ କରିନେବାକୁ ଚାହୁଁଛନ୍ତି। ଏବେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।ତେବେ ପ୍ରଭାସଙ୍କ ବିବାହକୁ ନେଇ […]

ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ-ଗଣଶିକ୍ଷା ମନ୍ତ୍ରୀ

ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ଏବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ ୭୭,୭୨୨ ଛାତ୍ରୀ ପଢୁଛନ୍ତି । […]

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ

ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।ଭିଯୁକ୍ତଙ୍କ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା […]

ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଆଜି ଅର୍ଥାତ୍‌ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ୨୪ କ୍ୟାରେଟ ୧୦ ଗ୍ରାମ ସୁନା ୮୯,୮୫୦ ଟଙ୍କାରେ କାରବାର ହେଉଛି। ସେହି ସମୟରେ, ୨୨ କ୍ୟାରେଟ ୧୦ ଗ୍ରାମ […]

୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ,ସୃଷ୍ଟି ହେବ ୫୧,୯୩୯ ରୁ ଅଧିକ ନିଯୁକ୍ତି

ଓଡ଼ିଶା ହେବ ଶିଳ୍ପ ହବ୍‌ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସବୁଜ ଶକ୍ତି ଉପକରଣ ସମେତ ପ୍ରମୁଖ କ୍ଷେତ୍ରକୁ ବ୍ୟାପିଛି। ଏହା ରାଜ୍ୟରେ ୫୧,୯୩୯ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ […]

କିଟକୁ ଦାୟୀ କଲେ ଏନଏଚଆରସି (ନ୍ୟାଶନାଲ ହ୍ୟୁମାନ ରାଇଟ୍ସ) ।

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି କହିଲା ଏନଏଚଆରସି । ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଇଥିଲେ କର୍ତ୍ତୃପକ୍ଷ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିଥିଲେ ୨ ଜଣିଆ ଏନଏଚଆରସି ଟିମ୍ ।କିଟ୍‌ ବିଶ୍ୱବିଦ୍ୟାଳୟର […]

କଂଗ୍ରେସ ଆନ୍ଦୋଳନକାରୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ ପୋଲିସ କର୍ମଚାରୀ ଆହତ ଘଟଣା । କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ରାଗିଗଲେ ପୋଲିସ ଡିଜି । ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକଙ୍କୁ ଛଡ଼ାଯିବନି । ଖୋଜି ଖୋଜି ଧରା ଯିବ। ତାଙ୍କୁ ଜେଲରେ ପୂରାଯିବ। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି।ଆନ୍ଦୋଳନର ନାଁରେ ହିଂସା ଓ ପୋଲିସ ଉପରେ ଆକ୍ରମଣ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। […]

ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ ,ଜାଣନ୍ତୁ କେଉଁ କେଉଁ ସହରର ରହିଛି ନାଁ

ରାଜ୍ୟ ସରକାର ଆଉ ୮ ସହରରେ ‘ଆମ ବସ୍’ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦ୍ରୁତ ଗାଡ଼ିଚାଳନା […]

ଆଜିର ରାଶିଫଳ(୨୮ ମାର୍ଚ୍ଚ, ୨୦୨୫)

ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]

Ekyc କୁ ନେଇ କ’ଣ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ?

ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା ଯେଉଁମାନଙ୍କ ନାଁରେ କାର୍ଡ ଅଛି ସେମାନେ ଫେରାଇ ଦିଅନ୍ତୁ।୪ ଲକ୍ଷ ୩୧ ହଜାର ୮୪୬ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି। ୯୧ ହଜାର […]

୫୦,୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ଅଙ୍ଗନୱାଡି ସୁପରଭାଇଜର

କୋରାପୁଟ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛନ୍ତି ଓଡ଼ିଶା ଭିଜିଲାନ୍ସ ଟିମ୍।ନୂଆ ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ କୋରାପୁଟ ଲକ୍ଷ୍ମୀପୁର ବ୍ଲକ ସୁପରଭାଇଜର ରେଣୁକା ପଟ୍ଟନାୟକ। ସେ ଯେଉଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ସେ ନିକଟରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପରଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ ରେଣୁକା । ତେବେ ଆଜି ଲାଞ୍ଚ ନେବାବେଳେ […]

ଏଣିକି ସକାଳେ ଓ ସନ୍ଧ୍ୟାରେ ବଣ୍ଟାଯିବ ରାସନ ସାମଗ୍ରୀ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳ ୭ରୁ ୧୦ଟା ଯାଏଁ ରାସନ ବଣ୍ଟନ ହେବା ନେଇ ନିଷ୍ପତ୍ତି ହୋଇଛି।ଏହାସହ ସନ୍ଧ୍ୟା ୫ରୁ ୮ ମଧ୍ୟରେ ମଧ୍ୟ ରାସନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପଦକ୍ଷେପ ନେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।ଏ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବିଭାଗ […]