୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ ହେଉଥିଲା ରାସନ । ଲକ୍ଷାଧିକ ଅଯୋଗ୍ୟ ବି ହାତେଇ ଥିଲେ ରାସନ କାର୍ଡ । ନୂଆ ସରକାର ଇ- କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୨ବର୍ଷ ଭିତରେ ୩୪,୯୩୯ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନକାର୍ଡରୁ ବାଦ୍ […]
ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ ।ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ଏକ୍ସରେ ଏକ ବିବୃତିରେ କହିଛି, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଡିଏକ୍ସବି) ନିକଟରେ ଦୁଇଟି ଡ୍ରୋନ୍କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ରୋକା ଯାଇଛି । ଏହି ଘଟଣାରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି । ଏଥିରେ ଆହୁରି କୁହାଯାଇଛି, ବିମାନ ପରିବହନ […]
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି । ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ତୈଳ ଦର ବୃଦ୍ଧି […]
ଚଳନ୍ତା ଟ୍ରେନ୍ ସାମ୍ନାରେ ଛିଡା ହୋଇଗଲେ ଯୁବକ। ଧକ୍କା ଦେଲା ଟ୍ରେନ । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଗଲେ । ହେଲେ ଟ୍ରେନ୍ ଧକ୍କାରେ କଟି ଯାଇଛି ଯୁବକଙ୍କ ଗୋଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବରପାଲି ରେଲୱେ ଫାଟକ ନିକଟରେ।ସେହିପରି ଯୁବକ ଜଣକ ବରପାଲି ଥାନା ରେମତା ଗ୍ରାମର ବୋଲି ଲୋକେ କହୁଛନ୍ତି। ଭାଇରାଲ ଭିଡିଓରୁ ଯାହା ଜଣାପଡୁଛି, ଯୁବକ ଜଣକ ହାତ ଯୋଡ଼ି ଚଳନ୍ତା ଟ୍ରେନ ଆଗକୁ ଯାଇ ଛିଡା ହୋଇ ଥିବାବେଳେ […]
ରାଜ୍ୟସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକି ଥିବାବେଳେ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଶେଷ କରି କ୍ରସ୍ ଭୋଟିଂକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶିବିରରେ ଛନକା ପଶିଛି। ନିର୍ମାଲ୍ୟ ଛୁଆଁରୁ ଡିନର ପାର୍ଟି ଯାଏଁ ସବୁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି । ଖାଲି ସେତିକି ନୁହେଁ, ଏଥର ରାଜ୍ୟସଭା ପାଇଁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କୁ ରିସୋର୍ଟ, ହୋଟେଲରେ ରଖିବାକୁ ଯୋଜନା ଚଳାଇଛନ୍ତି ।ସେହିପରି ପ୍ରଦେଶ […]
ଜୀବନ ଓ ମୃତ୍ୟୁର ସୀମା ରେଖାରେ ୧୩ ବର୍ଷ ଧରି ଛଟପଟ ହେଉଥିବା ଜଣେ ଯୁବକଙ୍କ ପାଇଁ ଶେଷରେ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ମର୍ମାହତ ଶୁଣାଣି କରିଛନ୍ତି । ଗାଜିଆବାଦର ୩୦ ବର୍ଷୀୟ ଯୁବକ ହରିଶ ରାଣାଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି| କୋର୍ଟ କହିଛନ୍ତି ଯେ, ତାଙ୍କୁ ଏମ୍ସରେ ପାଲିଏଟିଭ୍ କେୟାରରେ ଭର୍ତ୍ତି କରାଯିବ ଯାହା ଦ୍ଵାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ । ଭାରତରେ ଏହା ପ୍ରଥମ ମାମଲା । ଯେଉଁଠି […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ୩୦୦ ବିଲିୟନ ଡଲାରର ତୈଳ ବିଶୋଧନାଗାର ଚୁକ୍ତି ଘୋଷଣା କରିଛନ୍ତି। ଏଥିପାଇଁ ସେ ଭାରତୀୟ କମ୍ପାନି ରିଲାଏନ୍ସକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ଏହି ବିଶୋଧନାଗାର ଟେକ୍ସାସର ବ୍ରାଉନ୍ସଭିଲରେ ପ୍ରତିଷ୍ଠା କରାଯିବ। ଏହା ଆମେରିକାରେ ଶକ୍ତି ଉତ୍ପାଦନ ବୃଦ୍ଧି କରିବ। ରିଲାଏନ୍ସ ଏହି ପ୍ରକଳ୍ପରେ ୩୦୦ ବିଲିୟନ ଡଲାର ନିବେଶ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ଯେ […]
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର OAS ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ତଲାସୀ ଆରମ୍ଭ କରାଯାଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି ।ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର , କଟକ […]
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିଶେଷ କରି ଖରା ଦିନେ ପ୍ରାଣୀମାନେ ଗରମ ଯୋଗୁଁ ଅଂଶୁଘାତର ଶିକାର ହେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ଥଣ୍ଡା ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ପଦ୍ଧତି ଗ୍ରହଣ କରିଛନ୍ତି ।ପକ୍ଷୀମାନଙ୍କ ଖୁଆଡ଼ ଚାରି ପାଖକୁ ଥଣ୍ଡା ରଖିବା ପାଇଁ ସ୍ପ୍ରିଙ୍କଲର ମାଧ୍ୟମରେ ଏନକ୍ଲୋଜର ଭିତରେ ପାଣି ସିଞ୍ଚନ କରାଯାଉଛି । ସମସ୍ତ ପକ୍ଷୀ […]
ଭାଷା ଆମ ଗୌରବ, ଆମ ବୈଭବ । ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ । ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ।ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ […]
କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ […]
ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ । ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ।ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ବଜେଟ୍ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି । ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି […]
