ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ବଢ଼ିବାରେ ଲାଗିଛି ବନ୍ୟା ବିପଦ । ଏହାରି ଭିତରେ ଆସିଛି କୁମ୍ଭୀର ଆତଙ୍କର ଖବର । ଖରାସ୍ରୋତା ନଦୀରେ ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି । ଯାଜପୁର ବ୍ଲକ ଛତିଶଦେବିଲି ଷୋଳବାଟି ଗାଁର ନିକଟ ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଅଞ୍ଚଳର ୫୫ ବର୍ଷୀୟ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି […]
ଜାପାନର କୁମାମୋଟୋର କ୍ୟୁଶୁ ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ସଂସ୍ଥା ଏହି ସୂଚନା ପ୍ରକାଶ କରିଛି। ଜେଏମଏ ବା ଜାପାନ ପାଣିପାଗ ବିଭାଗର କହିବାନୁସାରେ, କ୍ୟୁସୁ ଦ୍ୱୀପର କୁମାମୋଟୋରେ ଭୂମିକମ୍ପ ଅନୁଭୂତ ହୋଇଛି ।ଝଟକା ଲାଗିବା ପରେ ଜାପାନ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକାରେ ଲୋକଙ୍କୁ […]
ଲଗାଣ ବର୍ଷା ପରେ ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରେସମିଟ୍ କରି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ସରକାର ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସହ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଜୋରଦାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ […]
CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଟକ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ । କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି,ପ୍ରଥମେ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ପରେହିଂସା ଆରମ୍ଭ ହୋଇଥିଲା। ଏହାର […]
ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତିl ଦ୍ଵିତୀକୃଷ୍ଣ ପଟ୍ଟନାୟକ ଡେଲାଙ୍ଗ ଅରାଗଡ଼ ଅପର ପ୍ରାଇମେରୀ ସ୍କୁଲରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଯୋଗୁଁ ପିଲାମାନେ ଅସୁସ୍ଥ ହେଇଥିବା ଜଣାପଡିଛି l ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡାକି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ […]
ବଲିଉଡର ଲୋକପ୍ରିୟ ରାପର ବାଦଶାହ ଓ ଅଭିନେତ୍ରୀ ଇଶା ରିଖିଙ୍କ ବୈବାହିକ ଜୀବନକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ବିବାହର ମାତ୍ର କିଛି ମାସ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଅଟକଳ ଚାଲିଛି ।ବାଦଶାହଙ୍କ ସହିତ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ମଧ୍ୟରେ, ଈଶା ରିଖି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ସେ ଆଉ ଚୁପ୍ ରହିବେ […]
ସିଏମ୍ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ କମିସନ୍ ଫାଇଲ୍ ଗାଏବ ଘଟଣା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାକୁ ପୁନଃ ରୁଜୁ କରାଯାଇ ‘ସିଆଇଡି ସିବି ପିଏସ୍ କେସ୍ ନଂ ୦୯/୨୦୨୬, ତାରିଖ ୨୮.୦୭.୨୦୨୬’ ଭାବେ ରୁଜୁ କରାଯାଇଛି । ଏହି ମାମଲାରେ ବିଏନଏସ୍ ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ଏବଂ ୬୧(୨)(ବି) ଅନ୍ତର୍ଭୁକ୍ତ କରାଯାଇଛି । କଟକ ସିଆଇଡି କ୍ରାଇମବ୍ରାଞ୍ଚର […]
ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । ଭାରତୀୟ ଆର୍ଥିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ (RBI) ପକ୍ଷରୁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ ପାଇଁ କ୍ଷେତ୍ରୀୟ ପରୀକ୍ଷା କରାଯିବ I ଏନେଇ ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।ଯଦି ପରୀକ୍ଷଣ ସଫଳ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଏକ ସେଲ୍ଫି ମୋଡରେ ଭିଡିଓ ରେକର୍ଡ କରି ଯୁବପିଢ଼ିଙ୍କୁ ସମ୍ବୋଧନ କରିଥିଲେ। ତେବେ ଆଜି କିଛି ସମୟ ପାଇଁ ଉପଲବ୍ଧ ନଥିଲା । ଭିଡିଓ ଖୋଲିବାକୁ ଚେଷ୍ଟା କରିଥିବା ବ୍ୟବହାରକାରୀଙ୍କୁ ଏହା ଦେଖିବାକୁ ମିଳୁନଥିଲା । ପରେ ମେଟା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଭୁଲବଶତଃ କଣ୍ଟେଣ୍ଟ ହଟିଯାଇଥିଲା, ବର୍ତ୍ତମାନ […]
ରାଜଧାନୀରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ମଞ୍ଚନାଥ ବିହାରରୁ ଆସିଛି ଏହି ଅଭିଯୋଗ । ପାରିବାରିକ କଳହ ଯୋଗୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ବାପାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି। ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ପିତୃହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ […]
ସେପ୍ଟେମ୍ବର ୩୦ରେ ହେବ OSSTET ପରୀକ୍ଷା । ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ତାରିଖ ଘୋଷଣା କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ସେପ୍ଟେମ୍ବର ୩୦ ତାରିଖରେ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ହେବ । ଗୋଟିଏ ସିଟିଂରେ ହେବ ପେପର-୧ ଓ ପେପର୍-୨ ପରୀକ୍ଷା ।ବୋର୍ଡ ସୂଚନା ଦେଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ ଏବଂ ଅନଲାଇନ ଆବେଦନ ପଞ୍ଜିକରଣର ସମୟସୂଚୀ ଖୁବ୍ଶୀଘ୍ର ପ୍ରକାଶ […]
ଲକ୍ଷାଧିକ ଭକ୍ତଙ୍କୁ ଛାଡ଼ି ବିଧିବିଧାନକୁ ମହତ୍ତ୍ୱ ଦେଇ ମହାପ୍ରଭୁ ବାହୁଡ଼ିଗଲେ । ନୀଳାଚଳରେ ବିଜେ କଲେ ନୀଳାଦ୍ରିନାଥ । ଆର ବର୍ଷକୁ ଅପେକ୍ଷା କରି ବଡ଼ଦାଣ୍ଡରେ ରହିଗଲେ ତାଙ୍କର ଅସଂଖ୍ୟ ଭକ୍ତ । ୧୨ ଦିନ ଧରି ଶ୍ରୀକ୍ଷେତ୍ରରେ ଚାଲିଥିବା କାଳିଆ ସାଆନ୍ତଙ୍କ ଦିବ୍ୟଲୀଳା ସରିଲା ।ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ […]
