ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ବହୁ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ କେମିତି ହଜିଲା ଫାଇଲ୍ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ସୋମବାର) କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଏନେଇ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା […]
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ […]
ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡୁଛି | ମେ ଏବଂ ଜୁନ୍ ମାସରେ ଲଗାତାର ବୃଦ୍ଧି ପରେ, ଜୁଲାଇ ପ୍ରଥମ ସପ୍ତାହରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଫଳସ୍ୱରୂପ, ଆଗାମୀ ଅଗଷ୍ଟ ମାସରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଆହୁରି ପରିବର୍ତ୍ତନ ହୋଇପାରେ । IOCL, HPCL, ଏବଂ ଭାରତ ଗ୍ୟାସ୍ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ […]
ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।। ସମଗ୍ର ଶିକ୍ଷା ଯୋଜନା (Samagra Shiksha Scheme) ଅଧୀନରେ ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ (PAB) ଓଡ଼ିଶାରେ ୭୧ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ଅନୁମୋଦନ ଦେଇଛି । ଏଥିପାଇଁ ୧୪୦.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ […]
ରାମନାଗୁଡା / ଗୁଣପୁର / ରୟାଗଡ଼। ୨୭/୦୭/୨୦୨୬ତାରିଖ ସୋମବାର ଦିନ ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସତ୍ୟକୁମାର ନନ୍ଦ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା […]
ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଡ୍ୟାମକୁ ଆସୁଥିବା ଜଳପ୍ରବାହରେ ହ୍ରାସ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଏକାଧିକ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ କେବଳ ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି । ଡ୍ୟାମର ବର୍ତ୍ତମାନ ଜଳସ୍ତର ୬୧୧.୩୩ ଫୁଟ୍ ରହିଛି । ଜଳପ୍ରବାହ ଓ ଜଳସ୍ତରକୁ […]
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ ମେଟା, ଗୁଗଲ୍ ଏବଂ ଏକ୍ସ କୋର୍ଟ ରୁମରେ ଦେବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ସବୁ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟ ଗଡ଼କରୀଙ୍କୁ […]
କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ତିଆରି କରିଛନ୍ତି । ଯାହା ତାଙ୍କ ଜୀବନ ସହ ଆଧାରିତ ।ଦାନ ମାଝୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ […]
ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୈଠକ। ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା […]
ଦିଲ୍ଲୀ ଜନ୍ତରମନ୍ତର ଛାତ୍ର ଆନ୍ଦୋଳନରେ ପୁଲିସର ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। କୋର୍ଟ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। ଏହାକୁ କୌଣସି ପରିସ୍ଥିତିରେ ଅମାନ୍ୟ କରିହେବନି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ଲାଠିଚାର୍ଜ କରିବା କିମ୍ଵା ଅତ୍ୟଧିକ ବଳ ପ୍ରୟୋଗ କରିବା ଠିକ୍ ନୁହେଁ। ଶୁଣାଣି ସମୟରେ, କିଛି ପୁଲିସ କର୍ମଚାରୀଙ୍କ ପରିବାର ଦ୍ୱାରା ଦାଖଲ ଏକ ଆବେଦନର ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ […]
