author

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ , ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଛନ୍ତି । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ଏସଡିଜେଏମ୍‌ଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସଂଗ୍ରାମ ଜିଲା ଓ ଦୌରାଜଜଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଅଦାଲତରେ ଆଇନଗତ ପ୍ରକ୍ରିୟା ଜାରି ରହିଛି।ଉଲ୍ଲେଖଯୋଗ୍ୟ ଯେ, […]

ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସ ସସପେଣ୍ଡ୍

ଛାତ୍ରଙ୍କ ଉପରକୁ AK-47 ବନ୍ଧୁକରୁ ଗୁଳି କରିଥିବା ପୋଲିସ କର୍ମଚାରୀ ସସପେଣ୍ଡ୍। ବିହାର ସିଓ୍ୱାନ୍ ପୋଲିସ ପକ୍ଷରୁ ଗୁଳି ଚଳାଇଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। କ୍ୟାମେରାରେ କଏଦ ହୋଇଥିଲା AK-47 ବନ୍ଧୁକରୁ ଗୁଳି କରାଯାଇଥିବାର ଦୃଶ୍ୟ । ତେବେ ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲାରେ ପୋଲିସ ଅନ୍ଦୋଳନକାରୀଙ୍କ ଉପରେ ଫାୟାରିଂ କରିଥିଲା ଅନ୍ୟପକ୍ଷେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ପେଲେଟ ଗନ ବ୍ୟବହାର ଏବଂ ବିହାରରେ AK-47 ରାଇଫଲରୁ ଫାୟାରିଂକୁ ବିରୋଧ କରି ଲୋକସଭାରେ […]

ବଢ଼ିଲା ଜଳସ୍ତର: ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ ଯିବା ରାସ୍ତାରେ ପାଣିର ସ୍ରୋତ ବିପଦଜନକ ହୋଇପଡ଼ିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଗେଟ୍‌ରେ ତାଲା ପକାଯାଇଛି । ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଫଳରେ ଦର୍ଶନ ପାଇଁ […]

୧୮୦,୦୦୦ର ସର୍ବୋଚ୍ଚ ମୂଲ୍ୟରୁ ସୁନା ୩୭,୦୦୦ ଟଙ୍କା ହ୍ରାସ

ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି ।ଜାନୁଆରୀରେ ଭାରତରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ପ୍ରାୟ ୧୮୦,୦୦୦ର ଶୀର୍ଷରେ ପହଞ୍ଚିଛି । ବର୍ତ୍ତମାନ ସୁନା ମୂଲ୍ୟ ୧.୪୩ ଲକ୍ଷକୁ ହ୍ରାସ ପାଇଛି । ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରୁ ୩୭ ହଜାରକୁ ହ୍ରାସ ପାଇଛି । ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି । ଆମେରିକା ଫେଡେରାଲ ରିଜର୍ଭର ସୁଧ […]

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ପାଠ୍ୟପୁସ୍ତକରେ ଅନେକ ଗୁରୁତର ତ୍ରୁଟି ରହିଛି ଏବଂ ଏହା ପାଇଁ ସରକାର ନୈତିକ ଦାୟିତ୍ୱ ନେବା ଉଚିତ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଇସ୍ତଫା ଦେଇ ଏକ ଉଦାହରଣ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ […]

କକ୍ରୋଚ୍ ପରେ E-20 ଜନତା ପାର୍ଟି : ରଖିଲେ ବଡ଼ ଦାବି

କକରୋଚ୍ ଜନତା ପାର୍ଟି ପରେ ଏବେ ଇ୨୦ ଜନତା ପାର୍ଟି ।କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ଦାବି ନେଇ ସେମାନେ ଧାରଣା ଦେବାକୁ ଯାଉଛନ୍ତି । ଜନତାଙ୍କୁ କିପରି ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବ ସେଦିଗରେ ଏହି ଆନ୍ଦୋଳନ କରାଯିବ ବୋଲି ନୂଆ ପାର୍ଟି କହିଛି ।ଏହି ଆନ୍ଦୋଳନକୁ ଦିଲ୍ଲୀର ଟାକ୍ସି ଏବଂ ଟୁରିଷ୍ଟ୍ ଟ୍ରାନ୍ସପୋର୍ଟର୍ସ ଏବଂ ଟୁର୍ ଅପରେଟର ଆସୋସିଏସନ ସମର୍ଥନ ଦେଇଛି । ସେମାନେ ପାର୍ଲିଆମେଣ୍ଟ ଅଭିମୁଖେ ଯାତ୍ରା କରିବେ […]

ପୁରୀ ବେଳାଭୂମିରେ ବାଲୁକା କଳାରେ ପାଳିତ ହେଲା ରସଗୋଲା ଦିବସ

ଆଜି ହେଉଛି ରସଗୋଲା ଦିବସ । ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ପାଳିତ ହେଲା ରସଗୋଲା ଦିବସ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜେ ଅବସରେ ରସଗୋଲା ଦିବସ ପାଳନ କରାଯିବ । ଏହି ଉତ୍ସବ ପୂର୍ବରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳାକାର ତଥା ପଦ୍ମଶ୍ରୀ ସମ୍ମାନିତ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ୭ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଛନ୍ତି । […]

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୋହନ ଓ ନବୀନ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂଙ୍କ ଦେହାନ୍ତ […]

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ସିଂହ ବିଜେଡିର ଜଣେ ଆଗଧାଡ଼ିର ନେତା ଥିଲେ। ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ […]

ସୃଷ୍ଟି ହେଲା ଗଭୀର ଅବପାତ ।ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଅପରାହ୍ନ ସୁଦ୍ଧା ଏହି ଗଭୀର ଅବପାତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇଛି । […]

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’, ନୀଳକନ୍ଦରକୁ ବାହୁଡ଼ିବେ ନୀଳମଣି

ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ପ୍ରବେଶ କିମ୍ବା ଆସନ ଗ୍ରହଣ କରିବା । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପର୍ବ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଏକ ଚିତ୍ତାକର୍ଷକ ପ୍ରତୀକ । ରଥଯାତ୍ରା ଆରମ୍ଭରେ ହେଉଥିବା […]

ଆଜିର ରାଶିଫଳ(୨୭ ଜୁଲାଇ, ୨୦୨୬)

ମେଷ:ଆଜି ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ ସହ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର […]