କର୍ଣ୍ଣାଟକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍ଆଇଭି ସଂକ୍ରମଣକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ କଲେଜରେ ଏଚଆଇଭି ପରୀକ୍ଷା ଓ କାଉନସେଲିଂକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ସୁପାରିଶ ପରେ ସରକାର ନିଷ୍ପତ୍ତି ନେଇ ଏବେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ […]
ରାଜ୍ୟର ଯୁକ୍ତ ଦୁଇ (Plus two) ନାମଲେଖା ପାଇଁ ୨୦୨୬-୨୭ ଶିକ୍ଷାବର୍ଷର ଫେଜ୍-୧ ଅନଲାଇନ୍ ସ୍ପଟ୍ ନାମଲେଖା ନିମନ୍ତେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। SAMS ଇ-ଆଡମିଶନ ବ୍ୟବସ୍ଥାରେ ଏହି ପ୍ରକ୍ରିୟା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ଯେ, ସ୍ପଟ୍ ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ରେ ହେବ। ପ୍ରତ୍ୟେକ ଆବେଦନକାରୀ ସର୍ବନିମ୍ନ ଗୋଟିଏ ଏବଂ ସର୍ବାଧିକ ୧୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚୟନ କରିପାରିବେ। […]
ରାୟଗଡ଼ା, ୨୯/୭: ଉତ୍କଳ ଆଲୁମିନା, (ୟୁଏଆଇଏଲ୍) ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପାରିପାର୍ଶ୍ୱିକ ଗ୍ରାମର ନଅଜଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ବେଙ୍ଗାଲୁରୁ ସ୍ଥିତ ଅଗ୍ରଣୀ ଗୃହ ଉପକରଣ ଓ ପ୍ରିସିଜନ୍ ଇଞ୍ଜିନିୟରିଂ ଉପାଦାନ ନିର୍ମାତା ସଂସ୍ଥା ଆଇଏଫ୍ବି (IFB) ରେ ୱେଲ୍ଡର ଟେକ୍ନିସିଆନ୍ ଭାବେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ବାଗ୍ରିଝୋଲା ଗ୍ରାମର ୬ ଜଣ ଏବଂ ସନାମାଟିକଣା, ପିଣ୍ଡକାପଦର ଓ ବଦଲିଝରଣ ଗ୍ରାମର ଜଣେ ଲେଖାଏଁ […]
ରାଜ୍ୟରେ ଭୟଙ୍କର ରୂପ ନେଇଛି ବନ୍ୟାସ୍ଥିତି । ବନ୍ୟାର କରାଳ ରୂପ ରାଜ୍ୟର 6ଟି ଜିଲ୍ଲାରେ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁ ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ […]
ବନ୍ୟା ବିପଦକୁ ବଢ଼ାଉଛି ପୂର୍ଣ୍ଣିମା । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଆସୁଥିବାରୁ ନଦୀଗୁଡ଼ିକରୁ ଜଳ ନିଷ୍କାସନ ସ୍ବାଭାବିକ ହୋଇପାରୁ ନାହିଁ, ଯାହା ବନ୍ୟା ବିପଦକୁ ଅଧିକ ବଢ଼ାଇ ଦେଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ନିମାପଡା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବ । ଉତ୍ତରରେ କମିବ, ଦକ୍ଷିଣ ଓ ପଶ୍ଚିମରେ ବଢ଼ିବ କହିଲେ ରାଜସ୍ବ ମନ୍ତ୍ରୀ । ରାଜ୍ୟରେ […]
ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ସିବିଆଇ ଏହାର ତଦନ୍ତ ସମାପ୍ତ କରିବା […]
ବଲିଉଡ ଇଣ୍ଡଷ୍ଟ୍ରିର ଭିଲିଆନ୍ ସଞ୍ଜୟ ଦତ୍ତ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାମାନେ ତ୍ରିଶାଳା, ଇକ୍ରା ଏବଂ ଶାହରାନ୍ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବାପାଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।ସଞ୍ଜୟ ଦତ୍ତଙ୍କ ପ୍ରିୟ ପୁଅ, ଶାହରାନ, ଅଭିନେତାଙ୍କ ସହିତ ଏକ ସ୍ୱତନ୍ତ୍ର ଫଟୋ ସେୟାର କରିଛନ୍ତି। ଯେଉଁଥିରେ […]
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ । ଆସନ୍ତା କାଲି ଦିନ ୧୧ଟା ଯାଏଁ ଗୃହ ମୁଲତବି । ଚଳିତ ମୌସୁମୀ ଅଧିବେଶନରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବଂ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଏହି ବିଲ୍କୁ ମଞ୍ଜୁରୀ ମିଳିଛି ।ଏହା ପୂର୍ବରୁ ମଙ୍ଗଳବାର ବିଲ୍ ଉପରେ ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ପରୀକ୍ଷା […]
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଜରୁରୀ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏବଂ ଏହା ବିପଦ ସଙ୍କେତ ଆଡକୁ ଗତି କରୁଥିବାରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୪ ଜଣଙ୍କ ମୃତ୍ୟୁ […]
ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ଆଲୋଚନା ଚାଲିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହକୁ ସମ୍ବୋଧିତ କରୁଛନ୍ତି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ କହିବା ସମୟରେ ‘ଇଡିଅଟ୍’ ଶବ୍ଦ ବ୍ୟବହାରକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ତାଙ୍କ ଭାଷଣ ସମୟରେ, ରାହୁଲ ଗାନ୍ଧୀ କହିଥିଲେ, ‘ତିନି ପ୍ରକାରର ଲୋକ ଅଛନ୍ତି… ଛାତ୍ର, […]
ଓଡ଼ିଶା ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମ୍ମୁଖୀନ ହେଉଥିବା 4 ଜଣଙ୍କୁ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ରେ ସହକାରୀ ନିର୍ଦ୍ଦେଶକ ଓ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ ଓ ଘରୋଇ ପ୍ରକାଶନୀ ସଂସ୍ଥାର ଅନୁପମ ଘୋଷଙ୍କୁ ଆସନ୍ତା ଅଗଷ୍ଟ 3 […]
ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆକ୍ସନରେ ସରକାର ।ସମସ୍ତ ସିଡିଏମଓ ମାନଙ୍କୁ ଅଲର୍ଟ ରହିବାକୁ ନିର୍ଦେଶ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବ । ପାଣି ଘେରରେ ଥିବା ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଯିବ। ସାପ କାମୁଡ଼ା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ୍ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର ଟିମକୁ ଅଲର୍ଟ କରାଯିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯିବ। କୋଭିଡକୁ ସତର୍କତାକୁ ମଧ୍ୟ […]
