ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର […]
ଦେଶର ସବୁଠୁ ବଡ଼ ସାମାଜିକ ସୁରକ୍ଷା ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଏହି ଯୋଜନାରେ ଦେଶର ପ୍ରାୟ ୮୦ କୋଟି ଏବଂ ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ ହିତାଧିକାରୀ ମାଗଣା ଖାଦ୍ୟଶସ୍ୟ ପାଉଛନ୍ତି।ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୨.୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ସବସିଡି ବହନ କରୁଛନ୍ତି। ଓଡ଼ିଶାରେ ୩ କୋଟି ୨୧ ଲକ୍ଷ ୯୩ ହଜାରରୁ ଅଧିକ […]
ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ରାମାୟଣ’ର ଦମଦାର ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି ‘ରାମାୟଣ’ର ପ୍ରଥମ ଟ୍ରେଲର୍ । ଫିଲ୍ମର ଜବରଦସ୍ତ ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି । ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।ଟ୍ରେଲରଟି ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ସମତେ ଅନେକ ଭାଷାରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି ।ଏଥିରେ ଦେଖାଯାଇଥିବା […]
ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝରରେ ବି ଲୋକ ବି ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର […]
୨୪ ଘଣ୍ଟା ପରେ ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ।ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ ।ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ । ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ରାତି […]
ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ ଜୋର୍ଡାନରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଯାହା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଯଦି ଏହି ଅଞ୍ଚଳରେ ଆମେରିକୀୟ ସେନା ଉପରେ ଆକ୍ରମଣ ଜାରି ରଖେ, ତେବେ ଆମେରିକା ତେହେରାନକୁ ଏକ […]
Gen Z ପରେ ଏବେ ଚର୍ଚ୍ଚାରେ Gen Alpha । ଉତ୍ତରପ୍ରଦେଶର ଫତେହପୁରରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଏକ ଆନ୍ଦୋଳନ ଏବେ ସମସ୍ତଙ୍କ ନଜର ଆକର୍ଷଣ କରିଛି ।ଭିଡିଓରେ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ମୌଳିକ ଦାବି ପୂରଣ ଲାଗି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ମାମଲା ଫତେପୁରର ସର୍ବୋଦୟ ଇଣ୍ଟର କଲେଜର । ଭିଡିଓରେ ବିଦ୍ୟାର୍ଥୀଙ୍କୁ କଲେଜ ବିରୋଧରେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଛି ।ଏହି ଘଟଣାକୁ ନେଇ ଏବେ Gen Alphaର ସଚେତନତା ଓ ନିଜ […]
ଭାଙ୍ଗିଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ […]
ହୀରାକୁଦ ଡ୍ୟାମରେ ବଢ଼ୁଛି ଜଳସ୍ତର । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ୍ୟାମକୁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ ଛୁଇଁଛି । ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ହୀରାକୁଦ ଡ୍ୟାମକୁ ପ୍ରାୟ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାର ନିୟନ୍ତ୍ରଣ ପାଇଁ ଡ୍ୟାମରୁ ୬୫ ହଜାର ୨୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର […]
ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେଊଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ ।କିନ୍ତୁ, ଗୁରୁବାର ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । […]
ମେଷଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ […]
ସଂସଦର ଦୁଇ ସଦନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ । ପେପର ଲିକ୍ ଉପରେ କଡ଼ା ଆଇନ ସହ ‘ବନ୍ଦେ ମାତରମ୍’କୁ ମିଳିଲା ସମର୍ଥନ । ରାଜ୍ୟସଭାରେ ‘ବନ୍ଦେ ମାତରମ୍ ବିଲ୍–୨୦୨୬’ ପାରିତ କରିଛି । ଏହି ବିଲ୍ ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ପରିସ୍ଥିତିରେ ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି । ଉଭୟ ବିଲ୍ ବର୍ତ୍ତମାନ ସଂବିଧାନ […]
