author

ଆଜିର ରାଶିଫଳ(୩୧ ଜୁଲାଇ, ୨୦୨୬)

ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ଓଡ଼ିଶାରେ ବନ୍ୟାର ବିଭୀଷିକା: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ

ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ହେଲେ ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି। । ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଶହ ଶହ ଗାଁ ଜଳବନ୍ଦୀ ହୋଇପଡ଼ିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ସମ୍ବଲପୁର ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଅନେକ ସ୍ଥାନରେ […]

ଲୋଇସିଂହା ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ।ମନ୍ତ୍ରୀ ଜଳମଗ୍ନ ଅଞ୍ଚଳ ପାଦରେ ଚାଲି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ସେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ମାନ୍ୟବର ମନ୍ତ୍ରୀ […]

CJP ଆନ୍ଦୋଳନରେ ପ୍ରଦର୍ଶନକାରୀଙ୍କୁ ବଡ଼ ଆଶ୍ବସ୍ତି, ମାମଲା ବନ୍ଦ କରିବେ ଦିଲ୍ଲୀ ସରକାର

ନିଟ୍‌ -ୟୁଜି ପରୀକ୍ଷାରେ ଅନିୟମିତାକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆଯିବ ନାହିଁ । କେବଳ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ଜୁଲାଇ ୨୦ ତାରିଖରେ ଆୟୋଜିତ ‘ଚଲୋ ସଂସଦ’ ଅଭିଯାନରେ ସାମିଲ ଲୋକଙ୍କ ମାମଲା ନେଇ ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତଦନ୍ତ ପରେ ଯେଉଁମାନଙ୍କ ନାଁରେ […]

ନିଶା ମହାରଣାଙ୍କ ଯାତ୍ରା ପାର୍ଟି ଚଢଉ, ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ

ବାଳକାଟି ସ୍ଥିତ ଭାର୍ଗବୀ ନଦୀ ପଠାରେ ଚାଲିଥିଲା ‘ତାରିଣୀ ଗଣନାଟ୍ୟ’ର ଆଖଡ଼ା ଶାଳା। ବିନା କୌଣସି ବୈଧ ଅନୁମତିରେ ନଦୀ ପଠାରେ ତମ୍ବୁ ଟାଣି ଚାଲିଥିବା ଏହି ଆଖଡ଼ା ଶାଳାକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସବୁଠୁ ବଡ଼ କଥା ତାରିଣୀ ଗଣନାଟ୍ୟର ମାଲିକାଣୀ ହେଉଛନ୍ତି ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ନିଶା ମହାରଣାଙ୍କ ଯାତ୍ରା ପାର୍ଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। […]

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲ୍ୟାଣସିଂହପୁର ଆଜି ତା- ୩୦.୦୭.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କଲ୍ୟାଣସିଂହପୁର ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କଲ୍ୟାଣସିଂହପୁର ସ୍ଥିତ ପଞ୍ଚାୟତ ସମିତି ଅଫିସ୍‌ ପରିସରରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଲ୍ୟାଣସିଂହପୁର, ଶ୍ରୀମତୀ ମନୀଷା ଦାସ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର […]

ଆଜି ୫୩ବର୍ଷରେ ପଦାର୍ପଣ କଲେ ସୋନୁ ନିଗମ

ସୋନୁ ନିଗମଙ୍କ ଆଜି ୫୩ତମ ଜନ୍ମଦିବସ ପାଳନ କରୁଥିବାବେଳେ, ତାଙ୍କ ଜୀବନ ସଂଘର୍ଷ, ସଙ୍ଗୀତ ପ୍ରତି ସମର୍ପଣ ଏବଂ ସଫଳତାର କାହାଣୀ ଆଜି ମଧ୍ୟ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ।ସୋନୁ ନିଗମ ଭାରତର ସବୁଠାରୁ ସଫଳ ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ। ‘ଅଚ୍ଛା ସିଲା ଦିଆ’, ‘କଲ୍ ହୋ ନା ହୋ’, ‘ଅଭି ମୁଝ୍ ମେ କହିଁ’ ଭଳି ଅନେକ ହିଟ୍ ଗୀତ ତାଙ୍କୁ ଆଜି ଘରେ ଘରେ ପରିଚିତ କରାଇଛି । ଗୀତ, ଲାଇଭ୍ […]

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ: ମୁଖ୍ୟମନ୍ତ୍ରୀ

ଦୀର୍ଘଦିନ ଧରି ଚାଲିଆସିଥିବା ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ସୁଦ୍ଧା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏନେଇ ସହମତି ହୋଇଥିବା ସେ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ରହିଥିବା ବିବାଦର ଏକ ଗ୍ରହଣଯୋଗ୍ୟ ଏବଂ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ […]

ବନ୍ୟାଞ୍ଚଳ ଗସ୍ତ ବେଳେ ଅଘଟଣ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟ ନିୟନ୍ତ୍ରଣ ହରାଇଲା

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ନିକଟରୁ ଓରାଳୀ ଗ୍ରାମକୁ ଯିବା ସମୟରେ ଏହି ଘଟଣା ଘଟିଥିଲା।ବୋଟରେ ମନ୍ତ୍ରୀଙ୍କ ସହ ପ୍ରାୟ ୧୨ରୁ ଅଧିକ ଲୋକ ଥିଲେ । କିଛି ବାଟ ଯିବା ପରେ ବର୍ଷା ସାଙ୍ଗକୁ ରେବ ନଦୀର ପ୍ରୋଖର ସ୍ଟ୍ରୋତରେ ବୋଟଟି ନିୟନ୍ତ୍ରଣ ହରାଇ ଏପରି ଏକ ଦୁର୍ଘଟଣା ଘଟିଛି । ପରିସ୍ଥିତି […]

ଟିମ୍ ଇଣ୍ଡିଆର ଗେରୁଆ ଜର୍ସିକୁ ନେଇ ବଢ଼ିଲା ବିବାଦ, ସ୍ପଷ୍ଟୀକରଣ ଦେଲା ହକି ଇଣ୍ଡିଆ

ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ୨୦୨୬ FIH ହକି ବିଶ୍ୱକପ୍ ପୂର୍ବରୁ ହକି ଇଣ୍ଡିଆ ପୁରୁଣା ନୀଳ ଜର୍ସି ବଦଳରେ ପ୍ରମୁଖ ଜର୍ସି ଭାବେ ଗେରୁଆ ରଙ୍ଗର ଜର୍ସି ଉନ୍ମୋଚନ କରିଛି । ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ […]

ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭା ପରେ ଲୋକସଭାରେ ଗୃହୀତ ହେଲା ‘ବନ୍ଦେ ମାତରମ’ ବିଲ୍

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଯାଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ସତ୍ତ୍ୱେ ସଂସଦର ଉଭୟ ସଦନରେ ବିଧେୟକ ପାସ୍ ହୋଇଯାଇଛି। ୨୯ ଜୁଲାଇ ବୁଧବାର ବନ୍ଦେ ମାତରମ ବିଧେୟକକୁ ରାଜ୍ୟସଭାର ମଞ୍ଜୁରୀ ମିଳିଥିଲ। ୩୦ ଜୁଲାଇ ଗୁରୁବାର ବିଧେୟକ ଲୋକସଭାରେ ମଧ୍ୟ ଗୃହୀତ ହୋଇଛି। ଉଭୟ ସଦନରେ ଗୃହୀତ ହେବା ପରେ ଏବେ ଏହାକୁ […]

ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ

ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ରାଜସ୍ବ ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ SRC ରାଜେଶ ପ୍ରଭାକର ପାଟିଲ୍ ମଧ୍ଯ ଉପସ୍ଥିତ ରହି ବନ୍ୟାଞ୍ଚଳ […]