author

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ପୁଲିସ-ଯବାନ ଗିରଫ

ଖାକିରେ ଦାଗର ଅଭିଯୋଗ । ଧାର୍ମିକ ସ୍ଥଳ ବୁଲାଇବା ନାଁରେ ହରିୟାଣାର ୨୩ ବର୍ଷୀୟା ଯୁବତୀଙ୍କୁ ଅମରୋହାର ଏକ ଫାର୍ମହାଉସରେ ଗଣଦୁଷ୍କର୍ମ ଅଭିଯୋଗ ।ଘଟଣାରେ ୨ ଜଣ CRPF ଯବାନ, ଜଣେ ପୋଲିସ ଓ ଜଣେ କନଷ୍ଟେବଳଙ୍କ ନାଁ ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି।ସୂଚନା ଅନୁଯାୟୀ, ଫତେହବାଦ ଅଞ୍ଚଳର ଯୁବତୀଙ୍କୁ ଅମରୋହାର ଧର୍ମପୀଠ ବୁଲାଇବା ପାଇଁ ଜଣେ ମହିଳା ପରିଚିତ ସିଆରପିଏଫ୍ ଇନ୍ସପେକ୍ଟର ମୋହିତଙ୍କ ସହ ପରିଚିତ କରାଇଥିଲେ […]

ଏହି ଦିନ କାମ କରିବନି UPI !QR ସ୍କାନ୍ କରି ପେମେଣ୍ଟ କରିବାରେ ହୋଇପାରେ ସମସ୍ୟା । 

ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି।ବ୍ୟବସାୟୀ ସଂଗଠନଗୁଡ଼ିକର ଅସନ୍ତୋଷର ମୁଖ୍ୟ କାରଣ ହେଉଛି Merchant Discount Rate (MDR) ଫି । ବ୍ୟବସାୟୀମାନଙ୍କ ଦାବି ଅନୁସାରେ, ପେଟ୍ରୋଲ୍-ଡିଜେଲ୍, କିରାଣା, […]

ଲଗାଣ ବର୍ଷାରେ ସ୍କୁଲ ବନ୍ଦ, ଆଗକୁ ବଢ଼ିବ ଛୁଟି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ 

ବର୍ଷା ଥମିବାର ନାଁ ନେଉନି। ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏପଟେ ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି। ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ। ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ଯେଉଁଭଳି ଭାବରେ ବର୍ଷା ହେଉଛି, ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ […]

ଟ୍ରକ୍ ପଛରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ! ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ଝିଅ

ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ପୋଲିସର କହିବାନୁସାରେ, ଦୋମୁହାଣୀ ନିକଟରେ କାର୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହା ଏତେ ତୀବ୍ର ଥିଲା ଯେ […]

ସମସ୍ତିପୁରରେ ନାବାଳିକାଙ୍କୁ ଦୁର୍ବ୍ୟବହାର, ଭିଡିଓ ଭାଇରାଲ୍ ପରେ ୪ ଗିରଫ

ଜମୁଇ ପରେ ଏବେ ସମସ୍ତିପୁରରେ ସମାନ ଘଟଣା । ନାବାଳିକାଙ୍କୁ ଘେରିଯାଇ ଟଣାଘୋଷଡ଼ା କରୁଥିବା ଭିଡିଓ ଭାଇରାଲ୍ ପରେ ଆକ୍ରୋଶ ଦେଖା ଦେଇଛି ।କର୍ପୁରୀଗ୍ରାମ ପୁଲିସ ଷ୍ଟେସନ ଅଧୀନସ୍ଥ ଜଗତସିଂହ ପୁର ଗାଁ ଡାମ ବାଇପାସ ରୋଡରେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତୁରନ୍ତ ୪ ଜଣଙ୍କୁ ସେମାନଙ୍କ ଘରୁ ଗିରଫ କରିଛି ବୋଲି ସୂଚନା ଦେଇଛି।ପୁଲିସର ସୂଚନା ଅନୁସାରେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ଦୃଶ୍ୟରେ ଦଳେ […]

ନୟାଗଡ ଜିଲ୍ଲାସ୍ତରରେ ନୂତନ ମହିଳା କଂଗ୍ରେସ ସଭାନେତ୍ରୀଙ୍କୁ ଦାୟୀତ୍ବ ପ୍ରଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସୁପାରିଶକ୍ରମେ ସମଗ୍ର ନୟାଗଡ ଜିଲ୍ଲାସ୍ତରରେ ସଭାନେତ୍ରୀଙ୍କ ନାମ ଘୋଷଣା ସହ ସେମାନଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି।ନୟାଗଡ ଜିଲ୍ଲା ମହିଳା କଂଗ୍ରେସର ଉପ ସଭାନେତ୍ରୀ ଭାବେ ସୁଷମା ବେହେରା,ମମତା ସାହୁ,ଚପଳା ସାମନ୍ତରାୟ, ସୁଚିତ୍ରା ମହାଳିକ,ସୁଜାତା ଦାସ,ବାସନ୍ତୀ ପ୍ରଧାନ,ମମତାରାଣୀ ବାରିକ,ସୁଷମା ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଅହଲ୍ୟା ସାହୁ,ସରୋଜିନୀ ମହାନ୍ତି,ରଶ୍ମିତା ମହାନ୍ତି, ସରୋଜିନୀ ପରିଡା,କୁମୁଦିନୀ ମହାରଣା,ଖୁସି ବେଗମଙ୍କ ନାମ ଘୋଷଣା କରାଯାଇଛି।ସେହିପରି ସମ୍ପାଦକ ଭାବେ […]

ବିଧାନସଭା ମୌସୁମୀ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ତେବେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ଆଜି ବିଧାନସଭାକୁ ପୁଣି ମୁଲତବୀ ରଖାଯାଇଛି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି ।ଏମଏମଡିଆର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହ ଭିତରେ ହଲ୍ଲାବୋଲ କରୁଥିବା ବେଳେ, ବହିରେ ତ୍ରୁଟି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧ ଜାରି ରଖିଛି ବିଜୁ ଜନତା ଦଳ। ଗୃହ ଭିତରେ ଓ ବାହାରେ ଉଭୟ ଦଳର […]

ଏବେ ଖାଇବା ତେଲ ହେବ ଶସ୍ତା! ଆଜିଠୁ ଲାଗୁ ହେବ ନୂଆ ଦର

ଏଥର ପର୍ବ ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସୋୟାବିନ୍‌, ପାମ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ କମାଇ ଦିଆଯାଇଛି। ଫଳରେ ଆଗାମୀ ଦିନରେ ବଜାରରେ ଖାଇବା ତେଲର ଦାମ କମିପାରେ ବୋଲି ଆଶା କରାଯାଉଛି।  ପର୍ବ ଋତୁରେ ଖାଇବା ତେଲର ଚାହିଦା ବଢ଼ିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବେସିକ୍‌ କଷ୍ଟମ୍‌ ଡ୍ୟୁଟି (BCD)ରେ ବଡ଼ ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିଫିକେସନ୍‌ ଅନୁଯାୟୀ, କଚ୍ଚା […]

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ବଳି ବାମନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ।ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ […]

ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟକଲ ଭାଙ୍ଗି ଚୀନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ଟ୍ରମ୍ପ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ ବୁଧବାର ଆମେରିକାର ୱାଶିଂଟନରେ ପହଞ୍ଚିଛନ୍ତି। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ବିମାନବନ୍ଦରରେ ପହଞ୍ଚିଥିଲେ। ଆମେରିକାର ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ବିଦେଶୀ ନେତାଙ୍କୁ ଏଭଳି ଭାବେ ଏୟାରପୋର୍ଟରେ ସ୍ୱାଗତ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ବିରଳ ବୋଲି ମନେ କରାଯାଏ। ଆମେରିକୀୟ ସେନାର ଜେଟ୍ ବିମାନ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲା। […]

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା ଆରମ୍ଭ 

ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’ । ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ଉପକୂଳରେ ହାଇଆଲର୍ଟ । ​ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ ।ଗୁରୁବାର ଭୋର ୪ଟାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପବନର ବେଗ କମ୍ ଥିଲେ ହେଁ ଲଗାଣ ବର୍ଷା ଜାରି ରହିଛି। ଦିନ ତମାମ୍ ନିର୍ଧୁମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି।ଆସନ୍ତାକାଲି […]

ଆଜିର ରାଶିଫଳ(୨୪ ସେପ୍ଟେମ୍ବର, ୨୦୨୬)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]