ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’।ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଜାନୁୟାରୀ ବୁଧବାର ତାଙ୍କ ‘ଏକ୍ସ’ରେ ଏକ ଭଜନ ସେୟାର କରିଛନ୍ତି ଓ ଲେଖିଛନ୍ତି ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱାଗତରେ ମନ୍ତ୍ରମୁଗ୍ଧ କରିଦେବା ପରି ଏହି ଭଜନ। ଏହି ଭଜନର ବୋଲ ରହିଛି ରାମ ଆୟେଙ୍ଗେ..। ପ୍ରଧାନମନ୍ତ୍ରୀ ମୋଦି […]
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ ଦିଆଯାଇଛି।ଭାଜପା ନେତା ରା. ଅର୍ଜୁନମୂର୍ତ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତାଙ୍କୁ ନିମନ୍ତ୍ରଣ […]
ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ହାଜର ହେବାକୁ ଗଲେ ନାହିଁ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି […]
ନୟାଗଡ଼ ଜିଲ୍ଲା କଣ୍ଟିଲୋର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜାତୀୟ ମାନ୍ୟତା (GI Tag)I ଏହି ମର୍ଯ୍ୟାଦାଜନକ ମାନ୍ୟତା ଚେନ୍ନାଇ ଠାରେ ଥିବା କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ପ୍ରଦାନ କରାଯାଇଛି I ଏହା ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବର ବିଷୟ।
ଫେବ୍ରୁଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀକୁ ଆଧାର କରି ଓଡିଆ ଭାଷାର […]
ବୁଧବାର ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨ ହଜାର ୭୨୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସହ ୨୫ଶହ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିବେ ।୫ହଜାର ୨୮୪ କିମି ବିଶିଷ୍ଟ ଦୀର୍ଘ ଜଳସେଚନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର […]
ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ ବୋଲି କୁହାଯାଇଛି । ତେବେ ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ […]
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ।୨୦୨୩ ଡିସେମ୍ବର ୨୯ ତାରିଖ ବ୍ୟବସାୟ ବନ୍ଦ ହେବା ପୂର୍ବରୁ ଆଉ ମାତ୍ର ୯,୩୩୯ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ ପଡ଼ି ରହିଛି ବୋଲି ଆର୍ବିଆଇ କହିଛି।୧୯ ମେ ୨୦୨୩ରେ ପ୍ରଥମେ ୨୦୦୦ ଟଙ୍କିଆ ନୋଟ୍ […]
ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ ମଧ୍ୟ ସନସନି ମଚାଇ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ‘ଜାଲକ ଦିଖଲା ଜା ୧୧’ ରେ ବିଚାରପତି ଭାବରେ ଦେଖିବାକୁ ମିଳିଛି। ଲାଟେଷ୍ଟେ ଏପିସୋଡ୍ର ଏକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଫରାହ ଅଭିନେତ୍ରୀଙ୍କୁ ତାଙ୍କ […]
ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍ଟିଆର୍। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଅଭିନେତା ନିଜେ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଜାପାନ ଛୁଟି ବିଷୟରେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ସେ X ରେ ଏକ ବିବୃତ୍ତି ସେୟାର କରି କହିଥିଲେ ଯେ […]
ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ମହିଳା ଟିମ୍ ଭାରତକୁ ୩-୦ରେ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ମଙ୍ଗଳବାର ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ୧୯୦ ରନ୍ରେ ବିଜୟ ହାସଲ କରିଛି ।ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ।୩୩୯ ରନ୍ ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୪୮ […]
ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ ହୋଇଛି। ଉଭୟ ଜହ୍ନବୀ କପୁର ଏବଂ ଖୁସୀ କପୁର କରଣଙ୍କ ସହ ଏହି ମଞ୍ଚରେ ଥିଲେ । ସୋ’ର ରାପିଡ୍ ଫାୟାର ରାଉଣ୍ଡରେ କରଣ […]