ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁଙ୍କୁ ଘାରିଛି ପୋଥି ସଂଗ୍ରହ ନିଶା। ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ସଞ୍ଜୟ। ଉକ୍ତ ପୋଥିକୁ ଭୁବନେଶ୍ୱରରେ ରହୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଏହି […]
ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଦେଶର ଏକାଧିକ ରାଜ୍ୟରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସେଥିପାଇଁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ […]
ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଆଜି ୧୦ଟା ୧୫ମିନିଟରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ପାଇଁ […]
ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି […]
ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା। ଏହାକୁ ସରକାରୀ ଭାବ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ତଥା […]
ନୂଆଦିଲ୍ଲୀ,(ଓଡିଶା ଦର୍ପଣ): କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ […]
ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ ୧ ଲକ୍ଷ ୫ ହଜାର ଟଙ୍କା ଜବତ । ନୟାଗଡ଼ ଅବକାରୀ ପେଟ୍ରୋଲିଂ ସ୍କ୍ୱାର୍ଡ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପଥରଚକଡା଼ ଗ୍ରାମର ଗଦାଧର ଦଳେଇକୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ନମ୍ବର ଓ ଡି ୨୫ – ୯୨୯୬ ପଲସର […]
ସେବା ଯୋଗାଇବାର ଉତ୍ସାହ ହିଁ ସେବା ଉତ୍ସବ ନୟାଗଡ଼,(ଓଡିଶା ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହିଁ ସେବା ଉତ୍ସବ। ଅଭାବ ଅନଟନ ଭିତରେ ଥିବା ନିରୁତ୍ସାହ ଲୋକଙ୍କୁ ସେବା ଯୋଗାଇବାର ଉତ୍ସାହ ହିଁ ସବୁଠୁ ବଡ଼ ଉତ୍ସବ, ଏଣୁ ଗାଁ ଠୁ ସହର ଯାଏଁ ଏହି ଉତ୍ସବ ଏକ ଜନ ଉତ୍ସବରେ ପରିଣତ ହେବା ଦରକାର। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ୧୫ଦିନ ଧରି ଆୟୋଜିତ ଷଷ୍ଠବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ୧୮ବର୍ଷ ବୟସରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ precatuanary Dose or Booster dose ମାଗଣା ଦିଆଯିବାର ବ୍ୟବସ୍ଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର Golden Jubilee Conference Hall ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ ଉଦ୍ଘାଟନ କରିଛନ୍ତି । ଏଥି ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର କର୍ମଚାରୀ, […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୮୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪ ଜଣ ଅଛନ୍ତି। ତେବେ କେଉଁ ଜିଲ୍ଲାରୁ କେତେ ଚିହ୍ନଟ ପଢନ୍ତୁ… ବାଲେଶ୍ଵର ଜିଲ୍ଲାରୁ- ୨୦ ବରଗଡ […]