ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ।ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ ଓ […]
ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ‘ଲକ୍ଷପତି ଦିଦି’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ସଫଳ କରିବା ଲାଗି ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପ୍ରତ୍ୟେକ ଜିଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ଉପସ୍ଥିତ ରହିବେ।ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ […]
ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି।୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ […]
ମାର୍ଚ୍ଚରେ ୪୦ ଟପିବ ତାପମାତ୍ରା । କିଛି ଦିନ ପାଗ ସାମାନ୍ୟ ଥଣ୍ଡା ରହିବା ପରେ ତାତି ପୁଣି ବଢ଼ିଛି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବ ବୋଲି ପାଣିପାଗ […]
ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀରେ ଜାଗୃତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ଆଜି ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ।ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିଛି। ୨୦୧୯ରେ […]
ନୂଆଗାଁ: (ପୁଷ୍ପଲତା ପ୍ରଧାନ)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟ,ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାଶ,ନୂଆଗାଁ ବିଡ଼ିଓ ଅମୃତ କୁମାର ରାଉଲ୍, ନୂଆଗାଁ ଅତିରିକ୍ତ ତହସିଲଦାର କବିରାଜ ସେଠୀ,ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ […]
ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । […]
ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବାରୁ ପୁଣି ମୁମ୍ବାଇ ଫେରିଛି । ଏୟାର ଇଣ୍ଡିଆର ବୋଇଂ ୩୫୦ ବିମାନ ଅଜରବୈଜନା ଉପରେ ଯାଉଥିବା ବେଳେ ବିମାନର କ୍ରୁ ସଦସ୍ୟଙ୍କୁ ବୋମା ଧମକ ମିଳିଥିଲା । ବିମାନଟି ମୁମ୍ବାଇ ଫେରିବା ପରେ ବୋମା ବିଷୟରେ ସନ୍ଧାନ କରାଯାଇଥିଲା ।ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହା କେବଳ ଏକ ମିଥ୍ୟା ଧମକ ଥିଲା। […]
ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ତଥ୍ୟ ଚିନ୍ତାଜନକ ବୋଲି ଜଣାପଡିଛି।ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ? ଢାକାରୁ କୋଲକାତା ଆସିବା ପରେ କେଉଁ ଗଳାବାଟ ଦେଇ ଓଡ଼ିଶାକୁ […]
ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍ ମିଳିଛି। ଭୁଲ୍ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ୍ ଶୁଣାଣି ମଧ୍ୟ ଶେଷ ହୋଇଛି।ହଂସିତାଙ୍କ ନାଁରେ ଇନଫୋସିଟି ଥାନାରେ ଦୁଇଟି ମାମଲା ହୋଇଥିଲା। ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ । ୪୦ ହଜାର ଟଙ୍କାର ଜଣେ ଜାମିନଦାରଙ୍କ ଦ୍ଵାରା ଯାଇ […]
ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ତଦନ୍ତ ସମୟରେ କମିଶନ ୫୨୫ଟି ସତ୍ୟପାଠ ଯାଞ୍ଚ କରିଛନ୍ତି ଏବଂ ଅତି କମରେ ପାଞ୍ଚ ଜଣଙ୍କୁ ପଚରାଉଚରା କରିଛନ୍ତି। ସୂଚନାମୁତାବକ ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା […]
ଭାଗ୍ୟ ଭଲ ଥିଲେ ବଡ଼ ବଡ଼ ବିପଦ ବି ଟଳିଯାଏ। ଇଏ ତାର ଜ୍ୱଳନ୍ତ ଉଦାହରଣ। ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି […]
