author

ରଥଯାତ୍ରାରେ ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍

ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ AC ନାହିଁ ସେଠାରେ କୁଲର୍ ବ୍ୟବସ୍ଥା କରାଯାଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬ ବେଡେଡ୍ ,ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ୬ ବେଡେଡ,ଜଗନ୍ନାଥ ବଲ୍ଲଭ ପାର୍କିଂରେ ୧୦ ବେଡେଡ୍, ଅବକାଶ ପୋଲିସ […]

ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଈଁ ହେବ ମାଗଣା ଅଟୋସେବା

ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଓଡ଼ିଶାର ପୁରୀରେ ବସ୍‌ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ପୁରୀରେ ଚାଲିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ […]

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ଆସନ୍ତା ବୁଧବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ। । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ […]

ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ ।

ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା […]

ବେଆଇନ ଭାବେ ଗର୍ଭନିରୋଧକ ବଟିକା ବିକ୍ରି ନେଇ ରେଡ୍ ।

ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମର ରେଡ୍ । ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି।ନୟାପଲ୍ଲୀରେ ତିନୋଟି ଟିମର ରେଡ୍‌ ଚାଲିଛି । ରୋଜ ଡ୍ରଗ ହାଉସ ସମେତ ବିଭିନ୍ନ ମେଡ଼ିସିନ ଷ୍ଟୋରରେ ଯାଞ୍ଚ କରୁଛି ଡ୍ରଗସ୍‌ କଣ୍ଟ୍ରୋଲ ଟିମ୍‌ ।ଆଜିକା ସମୟରେ ଗର୍ଭପାତ କରିବା ଏକ ସାଧାରଣ କଥା ହୋଇ ଗଲାଣି। ଲୋକେ ଛୁଆ ଆବଶ୍ୟକ କରୁନଥିଲେ […]

ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ପିଶାଚ ସ୍ବାମୀ

ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କ ମୃତଦେହ ଘରେ ପଡ଼ିରହିଛି। ସୂଚନାମୁତାବକ ଗତ ୫ ବର୍ଷ ତଳେ ମୋନିକା କେରଡ଼ାଗଡ଼ର ନରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟେ ଶ୍ବଶୁର ଘରେ ଗାଇବା ଗ୍ରାମରେ ରହୁଥିଲେ । ସ୍ବାମୀ ନରେନ୍ଦ୍ର ବାହାର […]

ଲାଞ୍ଚ ନେଇ ଗିରଫ ହେଲେ ଆଇଏଏସ ଅଫିସର

କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ୨୦୨୧ ବ୍ୟାଚର ଆଇଏଏସ୍‌ ଅଫିସର ହେଉଛନ୍ତି ଧୀମାନ ଚକମା । ଆଇଏଏସ୍ ୪୮୨ […]

ହସ୍ପିଟାଲରେ ପ୍ରାଣ ହାରିଲେ ଅତିରିକ୍ତ ଏସପି

ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଆଇଡି ବିସ୍ଫୋରଣ । ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋୌଇ ହସ୍ପିଟାଲରେ ଭର୍ତ୍ତି। ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ […]

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ ; ୫ ମୃତ

ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍‌ରୁ ଖସି ପଡିଛନ୍ତି । ଟ୍ରେନ୍‌ରେ ଅତ୍ୟଧିକ ଭିଡ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାରକାରୀ […]

ଜାତିସଂଘ ସାସାକାୱା ପୁରସ୍କାର ଜିତିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ।୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ ସମୁଦାୟ ପାଇଁ ନବସୃଜନ ଓ ପ୍ରଯୁକ୍ତିବିଦ୍ୟାରେ ପ୍ରବେଶାଧିକାରକୁ ଗଣତାନ୍ତ୍ରିକ କରିବା”—ଡକ୍ଟର ମହାପାତ୍ରଙ୍କର ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଜନିତ ମୃତ୍ୟୁହାର ହ୍ରାସ କରିବାରେ ଅଗ୍ରଣୀ କାର୍ଯ୍ୟକୁ ଆଲୋକପାତ କରେ। […]

ଜନନାୟିକା ନନ୍ଦିନୀ ଶତପଥୀ ଜନ୍ମ ଜୟନ୍ତୀ

ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଜନ୍ମଗ୍ରହଣ କରିଥିଲେ।କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା […]

ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର

ଭଦ୍ରକ ଜିଲ୍ଲା ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର । ଧାମରା ଉପକୂଳ ଚନ୍ଦନିପାଳରେ ଏହି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେବ । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ ଅଞ୍ଚଳର ଉଭୟ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ।ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଅନ୍ୟାନ୍ୟ ପ୍ରକଳ୍ପ ସକାଶେ ଅଧିକ […]