ସରକାରୀ ରେକର୍ଡରେ ଜଙ୍ଗଲ ବଢୁଛି। କିନ୍ତୁ ବାସ୍ତବ ଅଲଗା। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟର ଘୋର ଅଭାବ ଯୋଗୁଁ ଦିନକୁଦିନ ହାତିପଲ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ କିଛି କାମରେ ଆସୁନି। ଲୋକେ ସର୍ବଦା କ୍ଷତି ସହୁଛନ୍ତି। ସୂଚନାମୁତାବକ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ୭ ଦିନ ହେବ ଏକ ୨୪ଟିକିଆ ହାତୀ ପଲ ଅଞ୍ଚଳରେ ଫସଲ ନଷ୍ଟ କରିବା […]
ସମ୍ବଲପୁରମୁହାଁ ହୋଇଛନ୍ତି ଛତିଶଗଡ଼ି ମାଓବାଦୀ! ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି। ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି। ସୂଚନାମୁତାବକ ଛତିଶଗଡରେ ଜୋରଦାର ଅପରେସନ ପରେ ଏବେ ଓଡ଼ିଶା ମୁହାଁ ମାଓବାଦୀ । ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ‘କାଗାର’କୁ ମିଳିଛି ବଡ଼ ସଫଳତା । ଧୀରେ ଧୀରେ ଭୁଶୁଡୁଛି ନକ୍ସଲଙ୍କ ଗଡ଼ […]
କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଏହି ସମୟରେ ହେଲିକପ୍ଟରରେ ୫ ଜଣ ଯାତ୍ରୀ ବସିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ହେଲିକପ୍ଟରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି ଏବଂ ଧକ୍କା ଯୋଗୁଁ ରାଜପଥରେ ଛିଡା ହୋଇଥିବା ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ଜଣାପଡିବା ମାତ୍ରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ବେସାମରିକ […]
ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ । ତେବେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ୍ ।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୭୦ ଟଙ୍କା ରହିଛି । ଗତକାଲି ଏହା ୯୯,୬୦୦ ଟଙ୍କା ଥିଲା । ଏଥିରେ ୧୬୩୦ ଟଙ୍କା ହ୍ରାସ […]
ପିଏମ୍ ଆବାସ ଯୋଜନାରେ ଘର ପାଇଁ ସହଜ ଓ ଶସ୍ତାରେ ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାଲି ଉଠାଣ ପାଇଁ ବ୍ୟବହାର ହେବାକୁ ଥିବା ଗାଡ଼ି ପାଇଁ ଏସଓପି ହୋଇଥିବା କହିଲେ ରାଜସ୍ୱ ମନ୍ତ୍ରୀ ।ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର […]
କଟକର ଏକ ବେସରକାରୀ ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ।ଡାକ୍ତର ପେଟ ଅସ୍ତ୍ରୋପଚାର କରୁ କରୁ ମଳନଳୀ କାଟି ଦେଇଥିବା ନେଇ ଥାନାରେ ଅଭିଯୋଗ । ରାଣୀହାଟ ସ୍ଥିତ ଏକ ଘରୋଇ ନର୍ସିଂହୋମ ଓ ହସପିଟାଲରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନାମୁତାବକ ଗତ ମେ ୨ ତାରିଖରେ ଅସୁସ୍ଥତା କାରଣରୁ କଟକର ରାଣୀହାଟରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ମାହାଙ୍ଗା ଅଞ୍ଚଳର ଜଣେ ମହିଳା। ତେବେ ସମସ୍ତ ପରୀକ୍ଷା ନିରୀକ୍ଷା ସହ ସ୍ତ୍ରୀ ଓ […]
୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ପାଲେଷ୍ଟାଇନରେ ସକ୍ରିୟ ହମାସ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ୫୦ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିସାରିଥିବାବେଳେ ପ୍ରାୟ କୋଡିଏ ଲକ୍ଷ ବାସଚ୍ୟୁତ ହୋଇଛନ୍ତି। ବିଦେଶରୁ ଆସୁଥିବା ମାନବୀୟ ସହାୟତାକୁ ମଧ୍ୟ ଇସ୍ରାଏଲ ସେନା ଅବରୋଧ କରୁଥିବାରୁ ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଭାରତୀୟ ବିସ୍କୁଟ କମ୍ପାନୀ ପାର୍ଲେ ତରଫରୁ ପ୍ରସ୍ତୁତ ୫ ଟଙ୍କିଆ […]
ଆସନ୍ତା ୨୦ ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୧୨ ତାରିଖ ବଦଳରେ ୨୦ରେ ଆସୁଛନ୍ତି ମୋଦୀ । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୦ ରେ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା […]
ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏସ୍ଆଇଟି ହାତରେ ଲାଗିଛି ବଡ଼ ସୂଚନା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା ବେଳେ ବଡ଼ ତଥ୍ୟ ଲାଗିଥିବା କୁହାଯାଉଛି ।ଏସ୍ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍ରୁମ୍ ଯାଇଥିବା ଜଣାପଡ଼ିଛି । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । […]
ବକ୍ରୀ ଇଦ ମୁସଲମାନ ପଞ୍ଜିକା ର ଅନ୍ତିମ ଅର୍ଥାତ ଦ୍ୱାଦଶ ମାସ(ଦୁ ଆଲ ହିଯାଃ) ରେ ପାଳନ କରାଯାଇଥାଏ|ଚନ୍ଦ୍ର ର ଗତି ବିଧି ଅନୁସାରେ ପରିଚାଳିତ ହୁଇଥିବା ମୁସମାଲ ପଞ୍ଜିକା ପ୍ରକୃତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ହିସାବ ରେ ପରିବର୍ତନ ହୋଇଥାଏ |ଏହି ଦିନକୁ ବିଶ୍ୱ ସାରା ମୁସଲାମ ଧର୍ମ ର ଭକ୍ତ ମାନେ ବେଶ ଜୋରଦାର ରେ ପାଳନ କରିଥାନ୍ତି | ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ […]
ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ବା ଇଣ୍ଡିଆନ ବାଇସନ ଗଣନା ଶେଷ ହୋଇଛି । ମେ’ ୧୧ରୁ ୧୩ ତାରିଖ ୩ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା କରାଯାଇଥିଲା । ସମ୍ପୃକ୍ତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।ଚଳିତ ବର୍ଷ ଗଣନାରୁ ଡେବ୍ରିଗଡ଼ରେ ୭୮୮ଟି ଗୟଳ ଥିବା ଜଣାପଡ଼ିଛି। ଏଥିରେ ୨ ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ଟି ନବଜାତ ଅଛନ୍ତି। ଅର୍ଥାତ ଡେବ୍ରିଗଡ଼ରେ ଥିବା ସମୁଦାୟ […]
ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି । ଆଜିଠୁ ଆହୁରି ବଢ଼ିବ ତାତି । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ […]
