ଆଜି ବିଧାନସଭାରେ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, କୌଣସି ପର୍ବ, ଉତ୍ସବ ଓ ମେଳା ଆଦିକୁ ଜାତୀୟ ମାନ୍ୟତା ଦେବା ବ୍ୟବସ୍ଥା ନାହିଁ । ମନ୍ତ୍ରୀଙ୍କ ଉତ୍ତର ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେସମୟ ସୃଷ୍ଟି ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ମନ୍ତ୍ରୀ ମନା କରିଦେବାକୁ ନେଇ ତେଜିଛି ଅସନ୍ତୋଷ ।
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ।ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ପରିଚାଳିତ ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ ପାଖରେ ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେହିପରି ମନ୍ତ୍ରୀ କଟକ […]
ରାୟଗଡ଼ ତା ୦୭/୦୩ ଆଜି ରାୟଗଡ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ଟିମ୍ ରାୟଗଡ ଜିଲ୍ଲା ସଦରମହକୁମା ବିଭିନ୍ନ ହୋଟେଲ ଓ ଇଞ୍ଜିନିୟରିଂ ୱାର୍କସ ଉପରେ ଚଢ଼ାଉ କରି ବ୍ୟବହୃତ ହେଉଥିବା ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ଜବତ କରିଛି । ସୂଚନା ମୁତାବକ ରାୟଗଡ ଜିଲ୍ଲାରେ କିଛି ହୋଟେଲ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ବ୍ୟବହାର କରୁଥିବା ଖବର ପାଇ ଏହି ଚଢ଼ାଉର ନେତୃତ୍ବ ନେଉଥିବା ସହକାରୀ ଯୋଗାଣ ଅଧିକାରୀ […]
ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।ଖବର ମୁତାବକ, ବିମାନ ନଂ ୭୩୩ ହ୍ୟୁଷ୍ଟନରୁ ଫିନିକ୍ସ ଯାଉଥିବା ସାଉଥ ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏଭଳି ଘଟଣା […]
ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ […]
ଦିନକୁ ଦିନ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ୧ଲକ୍ଷ ଟଙ୍କା ଟପିବ ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୧୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୯୦୦ ଟଙ୍କା ଛୁଇଁଛି ।ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ […]
ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ । କିନ୍ତୁ ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ । ଏନେଇ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ […]
ଓଡ଼ିଶା ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଗୁରୁବାର ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ପ୍ରଶ୍ନ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୨୦୨୪ ଜୁଲାଇରୁ ST ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।ବିଭିନ୍ନ ଜିଲ୍ଲାରେ ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି, ସେଥିରୁ ୬ ଆତ୍ମହତ୍ୟା କରିଛନ୍ତି ।୨୦ […]
ବନ୍ଦ ରହିବ ରତ୍ନଭଣ୍ଡାର କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରଖାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଦିନ ସୁନାବେଶରେ ଦର୍ଶନ ଦେବେ ମହାବାହୁ ।ଆସନ୍ତା ୯ ତାରିଖ ଠାରୁ […]
ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ବର୍ତ୍ତମାନ ସମସ୍ୟା ଘେରରେ । ସେହ୍ବାଗଙ୍କ ସାନ ଭାଇ ବିନୋଦ ସେହ୍ବାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି । ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ […]
ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି । କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି । ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ଓଡ଼ିଶା ସରକାର ଖୁବ୍ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ୍ କରିବେ । ତାରିଖ ଏବଂ ଉଦ୍ଦେଶ୍ୟ ସହିତ ଆବେଦନଗୁଡ଼ିକର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ […]
ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ । ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବନ୍ଦ ରଖିଛି OPRB । ଓଡ଼ିଶା ପୋଲିସର ଗ୍ରୁପ-‘ବି’ ଏକ୍ସଜାମକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରିଲିଜ୍ କରି ସୂଚନା ଦିଆଯାଇଛି । ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ […]
