“ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ସ୍ତ୍ରୀଙ୍କ ପ୍ରତି ଆଗ୍ରହ ଦେଖାଇବେ”, ଏପରି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ପୁନେ ଜିଲ୍ଲା କୋର୍ଟ । ବାସ୍ତବରେ ଏକ ଛାଡପତ୍ର ମାମଲାର ଶୁଣାଣିବେଳେ ଏପରି ଏକ ଅଜବ ବୟାନ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ପୁଣେର ଓକିଲ ଅଙ୍କୁର ଆର ଜାହାଗିରଦାରଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଲିଙ୍କଡଇନ ପୋଷ୍ଟରେ କୁହାଯାଇଛି […]
ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ ୧୨.୪ କିମି ରୋପୱେ ନିର୍ମାଣ କରାଯିବ।ଏଥିପାଇଁ ୨୭୩୦କୋଟି ଟଙ୍କା ଖର୍ଚ୍ଚ ହେବ।ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ […]
ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ‘ଆଇ ଲଭ ୟୁ’ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି । ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ […]
ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ ବ୍ରାହ୍ମଣଙ୍କ ଦ୍ବାରା ପୂଜା ପାଠ, ହୋମ ଯଜ୍ଞ ପରେ ପ୍ରଥମେ ଘରେ ପ୍ରବେଶ କରିଥିଲେ ଗୋମାତା ନନ୍ଦା, ନନ୍ଦିନୀ । ଏହାପରେ ମୋହନ ମାଝୀ ନିଜ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ […]
Anganwadi କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ପାର କରିଛି । ସୁଭଦ୍ରା ସଫଳତାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଟଙ୍କା ଏବଂ ସହାୟିକା ମାନଙ୍କୁ ୫ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି […]
ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ଓ୍ବାଟର ମାର୍କ ଓ କ୍ୟୁାଆର୍ […]
ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ ପାଇଁ ବ୍ୟାରେଲ ପିଛା $70 ରହିଛି। ଅନ୍ୟପକ୍ଷରେ, ଆମେରିକୀୟ ଅଶୋଧିତ ତୈଳ ମୂଲ୍ୟ ଦୁଇ ଦିନ ପାଇଁ ବ୍ୟାରେଲ ପିଛା $66 ରେ କାରବାର ହେଉଥିବା ଦେଖାଯାଉଛି।ଆମେରିକାର ଶୁଳ୍କ ଏବଂ ଟ୍ରମ୍ପଙ୍କ ଡ୍ରିଲ କାର୍ଯ୍ୟକ୍ରମ ପରେ, ବଜାରରେ […]
ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସେ ଏମ୍ଭି-୧୦୧ ଗାଁରୁ ସ୍କୁଟିରେ ପାଣ୍ଟ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଆସୁଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି।ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ହେଲେ ତାପସ ସରଦାର । ସେପଟେ ଆଜି ମାଟ୍ରିକର ଶେଷ ପରୀକ୍ଷା ଥିଲା । ସୂଚନାନୁଯାୟୀ, ପଦ୍ମଗିରି ବିଦ୍ୟାଳୟ […]
ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସିବିଆଇ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ବର,ନୟାଗଡ,ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରାଯାଇଛି। ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, […]
ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ଯେପରି […]
ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ସହିତ ବିମାନ ଯୋଗେ ସଂଯୋଗ ହେବ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଏହା ପ୍ରକାଶ କରାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
