ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡ଼ିଶା ଆସିବା ନେଇ PMO ପକ୍ଷରୁ ସୂଚନା ମିଳିଛି । 12 ତାରିଖକୁ ମୋହନ ସରକାରଙ୍କୁ ପୁରୁଛି ବର୍ଷେ । ଏନେଇ ଜନତା ମଇଦାନରେ ହେବ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । 11 ରୁ 13 ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ ।
ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା।ଆଜିକାଲିର ପରିସ୍ଥିତିରେ ଆମ ପରିବେଶ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ତାହାର କଳ୍ପନା କରାଯାଇ ନ ପାରେ । କିଛି ବର୍ଷ ପୂର୍ବେ ମଣିଷର ପରମାୟୁ ୧୦୦ବର୍ଷରୁ ଉର୍ଦ୍ଧ୍ବ ଥିବାବେଳେ ବର୍ତ୍ତମାନ ତାହା ୬୦ରୁ ୬୫ ବର୍ଷକୁ ଖସିଆସିଛି ।ଅହେତୁକ […]
ପାଗରେ ଅସ୍ବାଭାବିକ ପରିବର୍ତ୍ତନ । ଦିନରେ ଗରମ, ଅପରାହ୍ଣରେ ବର୍ଷା । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବାବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ଆଜି କାଳବୈଶାଖୀ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା ଏବଂ କୋରାପୁଟ […]
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସିତ ହେଉଥିବା ୬ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଘଟଣା। ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି । ସେହିପରି SCBର ଆଉ ଦୁଇ ଜଣ ମେଡିକାଲ ଯିବେ। ତଦନ୍ତ ପରେ ଆଜି ଆସିବ DMETଙ୍କ ଯାଞ୍ଚ ଓ ପୋଷ୍ଟମୋର୍ଟମ […]
ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେକରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସବୁକିଛି ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ […]
ରାୟଗଡ଼ାରେ ମେଧା ପାଟେକର ଅଟକ । ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡ଼ା ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ନିର୍ଜନ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ।ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ […]
ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ […]
ରାୟଗଡ଼ – ରାୟଗଡ଼ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପବିତ୍ର ରେଜାଙ୍ଗାଲା ମାଟି କଳସକୁ ରାୟଗଡ଼ ର କଲେଜ୍ ରୋଡ଼ ନିକଟସ୍ଥ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସ୍ଵାଗତ କରଯାଇଛି। ଏହି ପବିତ୍ର କଳସ କୁ କାଶିପୁର ଠାରୁ ଏକ ସୁସଜ୍ଜିତ ରଥରେ ବିରାଜମାନ କରି ବାଇକ୍ ଓ କାର ରାଲି ମାଧ୍ୟମରେ ରାୟଗଡ଼ ଅଣାଯାଇଥିଲା। ତତପରେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରି, ସଭାସ୍ଥଳରେ ପହଞ୍ଚିଥିଲା। ଅଖିଳ ଭାରତ ଯାଦବ ମହାସଭା, […]
ଆଜିର ଦିନ ଜୁନ୍ ୪ ତାରିଖ। ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହୋଇଥିଲେ । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଥିଲା । ଆଉ ଆଜି ହେଉଛି […]
ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ରେଡ୍ ବେଳେ ଧରାପଡ଼ିଲା । ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ ।ଏହା ସହ ଉକ୍ତ ହୋଟେଲକୁ ସିଜ କରିବା ସହିତ ସେକ୍ସ ରାକେଟରେ ବ୍ୟବହାର ହେଉଥିବା ଏକ ସ୍ବିଫ୍ଟକାର ମଧ୍ୟ ଜବଦ ହୋଇଛି । ତେବେ ସେକ୍ସ ରାକେଟ ଚାଲୁଥିବା ବେଳେ ୧୦ ଜଣ ଦେହଜୀବି , ୬ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କ ସମେତ ମୋଟ ୧୯ […]
ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୂଳପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”। ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ଼ ସୃଜନ ଗୃହରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୪୪ ଏ-୧ କୃତୀ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ପ୍ରଦାନ କଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଦୁଇ ଅତିରିକ୍ତ […]
