ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ଏକ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହେଲା । ଚାବି ହଜିବା କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ସରକାର ବାଧ୍ୟ ନୁହଁନ୍ତି ।ଚାବି ହଜିବା ଘଟଣାର ତଦନ୍ତ କରୁଥିଲେ ଜଷ୍ଟିସ ରଘୁବିର ଦାସ କମିଶନ । ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି କମିଶନ । ଚାବି […]
ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଲୋକଙ୍କ ଭିଡ଼ ଦେଖି ହାତୀଟି କୁମାରୀ ପାଟ ଦେଇ ଜାରକା ବଜାର ଭିତରକୁ ପଶି ଆସିଥିଲା । ଫଳରେ ଜନ […]
ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ପିନାକ ମିଶ୍ରଙ୍କଠାରୁ ଦାୟିତ୍ବ ନେଲେ ମୀନା ।ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ । ନବନିଯୁକ୍ତ କନେଷ୍ଟବଳକୁ […]
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟନ୍ତୀ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେବେ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସ ରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ […]
ସୁନା ଦର ଲଗାତାର ବୃଦ୍ଧି ହେବା ଏବେ ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି। ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ। ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ହେଉଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । […]
ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ୫ […]
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଭଳିସ୍ଥିତିରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର ମୁଣ୍ଡ ଭାଙ୍ଗି ନେଇଥିବା ଦେଖାଦେଇଛି। ଏହି ଘଟଣା ମାହାଙ୍ଗା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।ବିରୋଧୀ ଦଳ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସରକାରୀ କ୍ୟାଲେଣ୍ଡରରେ ଛୁଟି […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିଭାବେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଜୟଦେବ ଭବନରେ ସଂଧ୍ୟା ୭ଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାଜ୍ୟ ସରକାର । ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତେବେ ବର୍ତ୍ତମାନ ସୁଦ୍ଧା ନବୀନଙ୍କ ପ୍ରତିକି୍ରୟା ଆସିନାହିଁ । ନବୀନ ଆସନ୍ତାକାଲି […]
ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ।ଏଥିପାଇଁ ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ।ଏହି ପଦବି ମଧ୍ୟରେ ରହିଛି ଷ୍ଟେଟ ଆର୍ମଡ କ୍ୟାଡରରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି।ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରି ଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳସାମାଜିକ ସମାଲୋଚନାରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପ୍ରତାପ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି […]
