author

ମନ୍ତ୍ରୀଙ୍କ ଘରକୁ ଆସିଲେ ୨ ନୂଆ ଅତିଥି

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରକୁ ଆସିଛନ୍ତି ୨ ନୂଆ ଅତିଥି। ଆନ୍ଧ୍ର ପ୍ରଦେଶର ଚିତୁରରୁପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମନ୍ତ୍ରୀ। ପ୍ରାୟ ୮୦ ହଜାର ଟଙ୍କା ଏହାର ଦାମ। ଏହା ଏକ ଇଣ୍ଡିଆନ ବ୍ରିଡର ଗାଈ, ଯାହାର ଉଚ୍ଚତା କମ୍ ବିଶିଷ୍ଟ ଏହି ଗାଈର ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ଦୀର୍ଘ ବର୍ଷ […]

ଅବସର ପରେ ଚନ୍ଦ୍ରଚୂଡଙ୍କୁ କ’ଣ ମିଳିବ ସୁବିଧା

ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍‌ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ ନୁହେଁ, ବରଂ ଏହା ସହିତ ବିଶେଷ ଅଧିକାର ମଧ୍ୟ ବହନ କରେ,ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ଜାରି ରହେ।ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେବେ । ୧୦ ତାରିଖ ରବିବାର ଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଶେଷ କାର୍ଯ୍ୟଦିବସ ଥିଲା । ସିଜେଆଇଙ୍କୁ […]

ଶୀତକୁ ଉଡାଇ ନେଲା ବାତ୍ୟା ଦାନା ।

ଓଡ଼ିଶାରେ ଏଯାଏଁ ଶୀତ ଅନୁଭୂତ ହେଉନାହିଁ । ଦିନ କେଇଟା ପରେ କାର୍ତ୍ତିକ ମାସ ସରିଯିବ । ହେଲେ ଶୀତର ଦେଖା ମିଳିନାହିଁ । ଦୁଇ ଦିନ ହେଲା ସକାଳୁ ସକାଳୁ ହାଲକା ଶୀତ ଅନୁଭବ ହେଉଛି । ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ […]

ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ।

ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତ ବର୍ଷ ୫ ଦିନ ନୁହେଁ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ […]

୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଏହି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟରେ […]

ପଞ୍ଚକ, ବଡଓଷା ସମୟରେ ଟ୍ରାଫିକ କଟକଣା

ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଞ୍ଚକ ଓ ବଡଓଷା ପାଳନ କରାଯିବ। ଏହି ସମୟରେ ବିିଭିନ୍ନ ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବେ।ଏଥି ପାଇଁ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଞ୍ଚକ ଓ ବଡଓଷାରେ ଅସମ୍ଭାଳ ଭିଡକୁ […]

ଆଜିର ରାଶିଫଳ(୯ ନଭେମ୍ବର, ୨୦୨୪)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।  ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

କାର୍ଯ୍ୟକାଳର ଶେଷ ଦିନରେ ଭାବୁକ ହେଲେ ଚନ୍ଦ୍ରଚୂଡ

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ କରୁଥିବା ବେଳେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ […]

୩ ଦିନ ହେଲା ରାଜ୍ୟର ସବୁ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌

ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌। ଏ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। ୩ ଦିନ ହେଲାଣି ଲିଙ୍କ ଫେଲ ଯୋଗୁ ପୋଷ୍ଟାଲ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ ଫେଲ୍‌ ବୋଲି ସାଇନ ବୋର୍ଡ ମରାଯାଇଥିବା ବେଳେ କର୍ମଚାରୀମାନେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଆଉ କିଛି ଚେୟାର ଖାଲି ପଡ଼ିଛି। ଦୂର ଦୁରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା […]

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କଣ ଓଡ଼ିଶାରେ ବର୍ଷା ହେବକି ?

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବଡ଼ କଥା ହେଲା, ରାଜ୍ୟରେ ଏଯାଏ ଶୀତ ଅନୁଭୂତ ହୋଇନାହିଁ । ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା ତାମିଲନାଡ଼ୁ କିମ୍ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଏହାର ପ୍ରଭାବ ଓଡ଼ିଶା […]

୫୫ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ। ତେବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ […]

ରାଉରକେଲା-ଚକ୍ରଧରପୁର ମଧ୍ୟରେ ଚାଲିବ ୨ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍‌

ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଦୁଇଟି ଟ୍ରେନ୍‌ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍‌ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୩ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍‌ ରାଉରକେଲା-ଚକ୍ରଧରପୁର ମଧ୍ୟରେ ଜରେଇକେଲା, ମନୋହରପୁର ଓ ପୋସୋଇତା ଷ୍ଟେସନରେ ରହିବ। ତେବେ ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ […]