author

ପରଟାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଘଟିଛି ଏକ ଅଲୌକିକ ଘଟଣା । ପରଟା ରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣା ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଗ୍ରାମର ଲିଜାରାଣୀ ପଣ୍ତା ଆଜି ସକାଳେ ରୋଷେଇ ଘରେ ଜଳଖିଆ ପାଇଁ ପରଟା ବନାଉଥିବାବେଳେ ପରଟାରେ ଜଗନ୍ନାଥଙ୍କ ଦୂର୍ଲଭ ବେଶ ଆବିର୍ଭାବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇଯାଇଥିଲେ ।ପ୍ରଥମେ ପରିବାର ଲୋକଙ୍କୁ […]

ଡେଲିଭରୀ ବୟଙ୍କ ପାଇଁ ଖୁସି ଖବର । କମ୍‌ ରୋଜଗାର କରୁଥିବା ଲୋକଙ୍କୁ ବି ମିଳିବ ଫାଇଦା

ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ ଏବଂ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବେ। କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରି ସୀତାରାମନ କହିଛନ୍ତି ଯେ ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି […]

ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି ।

ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ କମ୍‌ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ୧୨୭୬ କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ […]

ଭାରତୀୟ ରେଳ ବୈଦୁତିକ କରଣ ୧୦୦ବର୍ଷ ପୂର୍ତ୍ତି।

ରାୟଗଡ଼ – ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା। ଉକ୍ତ ପଦଯାତ୍ରା ରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ ଶ୍ରୀଯୁକ୍ତ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଳ ବୈଦୁତିକରଣ ୧୦୦ବର୍ଷ ପୂର୍ତ୍ତି ଅବସର ପାଳନର ସଭାଗ୍ୟ ମିଳିଛି। ଏହି ସୁଯୋଗ ମିଳିଥିବା ଯୋଗୁଁ ଭଗବାନ୍ ଙ୍କୁ […]

ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ ।

ସାଧାରଣ ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଇଥିବା ପୋଷାକ ଶସ୍ତା ହେବ। ଏହା ସହିତ, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସାମୁଦ୍ରିକ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ୩୦ରୁ ୫ ପ୍ରତିଶତକୁ ହ୍ରାସ କରାଯିବ। ଏହା ସହିତ, ଫ୍ରୋଜେନ ମାଛ ପେଷ୍ଟ ଉପରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ।ଜୀବନ […]

ବଢିଲା କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ । ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ।

ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ ଘୋଷଣା । ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍‌ । ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ ଜିଲ୍ଲା ସାମିଲ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କୁ ଫୋକସ୍‌ ।। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି […]

୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡିବନି ଇନକମ୍ ଟ୍ୟାକ୍ସ ।

ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଉଛି। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେତେବେଳେ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ୩୦% ଟିକସ ଘୋଷଣା କରାଯାଇଛି।ଏହା ସହିତ, ବରିଷ୍ଠ […]

୫ ହଜାର ମିଳିବ କି ନାହିଁ? ମୋବାଇଲରେ ଏମିତି କରନ୍ତୁ ଚେକ

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣନ୍ତୁ କେବେ ଆସିବ ଟଙ୍କା । କଣ ରହିିଛି ଆପଣଙ୍କ ଷ୍ଟାଟସ…ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ୱା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ […]

କେବିସିରେ ସାଢେ ୧୨ ଲକ୍ଷ ଜିତିଲେ ରାଇରଙ୍ଗପୁର ଝିଅ

ଲୋକପ୍ରିୟ ଟିଭି ସୋ KBC(କୋନ୍‌ ବନେଗା କରୋଡପତି)ରେ ଓଡ଼ିଆ ଝିଅ କରିସ୍ମାଙ୍କ କମାଲ୍‌ । କେବିସିରେ ସଠିକ ଉତ୍ତର ଦେଇ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି କରିସ୍ମା । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ୱାର୍ଡ ନଂ ୬ ର ଏକ ବ୍ୟବସାୟିକ ପରିବାରରେ କରିଶ୍ମାଙ୍କ ଜନ୍ମ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ ରେ ଭାଗ ନେଇ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଯୌଥ […]

ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ । ପାରଦ ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌ ।

ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍‌ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ ଗରମ ଅନୁଭୂତ ହେବ । ସମ୍ଭାବ୍ୟ ଚିତ୍ର ଦେଖାଉଛି, ଉତ୍ତର ଭାରତର କିଛି ଅଂଶ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି […]

ଆଜିଠୁ ସାବଧାନ ଗାଡିରେ ବୀମା ନଥିଲେ ଧରିବ ଟୋଲଗେଟ ?

ଆପଣ ଯେଉଁ ଗାଡି ଚଲାଉଛନ୍ତି ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରର ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ମୋଟର ଯାନ ଆଇନଧାରା ୧୪୬ ଅନୁଯାୟୀ, ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ […]

ବଜେଟ୍ ପର୍ବରୁ ଶସ୍ତା ହେଲା ଏଲପିଜି ସିଲିଣ୍ତର ଦର

୨୦୨୫ ବଜେଟ୍ ଉପସ୍ଥାପନ ହେବାର କିଛି ଘଣ୍ଟା ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କୁ ମିଳିଛି ଆଶ୍ୱସ୍ତି ମିଳିଛି । ସାଧାରଣ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଦିଆଯାଇଛି ଆଶ୍ୱସ୍ତି । ଆଇଓସିଏଲ ତଥ୍ୟ ଅନୁଯାୟୀ, ଲଗାତାର ଦ୍ୱିତୀୟ ମାସ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି । ୧୯ କେଜି ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। […]