ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି। । ସିତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ ମାନହାନୀ ମକଦ୍ଦମା ଦାୟରକ କଲେ ମନମୋହନ ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି […]
ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ । ଏନେଇ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିରେନ୍ଦ୍ର ହୋଟେଲ୍ସ […]
ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପ୍ରବଳ କ୍ରୋଧ ରହିଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ପରେ, ଲୋକଙ୍କ ରକ୍ତାକ୍ତ ହୋଇଛି। ଏହି ସମୟରେ, ଦେଶର ସରକାର ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଦୁଇ ଦେଶ ମଧ୍ୟରେ ଏକ ଭିନ୍ନ ପ୍ରକାରର ଯୁଦ୍ଧ ଚାଲିଛି | ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ […]
ପୂର୍ବ ଘୋଷଣା ଅନୁଯାୟୀ, ପୂର୍ବ ତଟ ରେଳବାଇ (ECoR) ଶୁକ୍ରବାର ଦିନ ଘୋଷଣା କରିଛି ଯେ ତିନୋଟି ପ୍ରମୁଖ ଏକ୍ସପ୍ରେସ୍ ଟ୍ରେନ୍ ୨୦୨୫ ମେ ୧୧ ତାରିଖରୁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ (BBSN) ରୁ ଚାଲିବ।ଏହି ଟ୍ରେନଗୁଡ଼ିକ ହେଉଛି- 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି […]
ସମାଜର ଟାହିଟାପରାକୁ ପାଦରେ ଏଡାଇ ନିଜ ପାଇଁ ଆଗକୁ ଯିବାର ନୂଆ ବାଟ କାଢିଛନ୍ତି । ଭଦ୍ରକ ଚରମ୍ପାର ୯ ଜଣ କିନ୍ନର ଯିଏ ପାସ୍ କରିଛନ୍ତି ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପାସ୍ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା […]
ଭାରତ ଗୌରବ ଡିଲକ୍ସ ଟ୍ରେନରେ ଚାରିଧାମ ଯାତ୍ରା କରିବାର ମଜା ନେବେ ତୀର୍ଥଯାତ୍ରୀ। ୧୭ ଦିନିଆ ଚାରିଧାମ ଯାତ୍ରାରେ ଭାରତ ଗୌରବ ଡିଲକ୍ସ ଟ୍ରେନରେ ଯାତ୍ରା କରିବେ ତୀର୍ଥଯାତ୍ରୀ।ବିଶେଷ କରି ଭାରତରେ ୪ ଧାମ କହିଲେ ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ ଏବଂ ଦ୍ୱାରକାକୁ ବୁଝାଇଥାଏ। ତେବେ ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ପାଇଁ ଆଗେଇ ଆସିଛି ଭାରତୀୟ ରେଳ। ତେବେ ଚଳିତ ବର୍ଷ ୧୭ ଦିନିଆ ଚାରିଧାମ ଭାରତ ଗୌରବ ଡିଲକ୍ସ ଯାତ୍ରା, […]
ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଦାୟିତ୍ଵ ମୁକ୍ତ କରିଛନ୍ତି ।ସେ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ […]
ମେଷ:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ଚିଠି ଲେଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ । ଦୀଘାରେ ‘ଜଗନ୍ନାଥ ଧାମ’ ଲେଖାଯିବା ଅଗ୍ରହଣୀୟ । ଏହା ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ଘଟଣାର କେହି ଦୋଷୀ ଥିଲେ ଦଣ୍ଡ ବିଧାନ ହେଉ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁ […]
ଦରମା ଓ ବ୍ୟକ୍ତିଗତ ଫାଇଲ ଖୋଲିବାକୁ ନବ ନିଯୁକ୍ତ ଅଙ୍ଗନବାଡ଼ି ସହାୟିକାଙ୍କ ଠାରୁ ଲାଞ୍ଚ ନେବା ପଡିଲା ମହଙ୍ଗା । ଦଶମନ୍ତପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶକୁନ୍ତଳା ଦାସ ଓ ମଧ୍ୟସ୍ଥି ଆଡ଼ମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଦେଢ଼ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଅଙ୍ଗନୱାଡି ସହାୟକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର […]
କଟକ ଜଗତପୁରରେ ନକଲି ୱାସିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ପୋଲିସ ସେହି କାରଖାନାକୁ ସିଲ୍ କରି ଚଢାଉ ଜାରି ରଖିଛି । କାରଖାନାରେ ବ୍ୟବହୃତ ମେସିନ, ନକଲି ଓ୍ବାସିଂ ପାଉଡର ଜରି, ଲେବଲ ଷ୍ଟିକର ସବୁ ଜବତ […]
ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆଗାମୀ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି। କାଳବୈଶାଖୀ ଓ ଟ୍ରପଲାଇନର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ତେବେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ […]
