ସୁନ୍ଦରଗଡ଼ରେ ପୁଣି କଳା ବାଘ ଠାବ ହୋଇଛି । ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି କଳା ବାଘ। ଟ୍ରାପ କ୍ୟାମେରାରେ କଏଦ ହୋଇଛି ଚିତ୍ର। ଗତ ୨୦୨୩ ଡିସେମ୍ବର ମାସରେ ମଧ୍ୟ ହେମଗିରି ଫରେଷ୍ଟ ରେଞ୍ଜରେ କଳା ବାଘ ଠାବ ହୋଇଥିଲା । ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଇ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବନ ବିଭାଗ ଯୋଜନା କରୁଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ କଳା ସମାଜ ଆନୁକୁଲ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡକ୍ଟର ବିଜୟ କୁମାର ଚୈ।ଧୁରୀ ଯୋଗ ଦେଇ ‘ଗାନ୍ଧୀ ବିଚାର;ସମକାଳ ପ୍ରାସଙ୍ଗିକତା’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସମାଜରେ ଗାନ୍ଧୀ ଚେତନାର ଉପଯୋଗିତା ତଥା ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉପରେ […]
ରାଜଧାନୀ ଭୁବନେଶ୍ୱରରେ ଛନକା। ସବୁଠାରୁ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ ହୋଇଛି। ଶିଭମ୍ କେମିକାଲ୍ସ ନାମକ ଫ୍ୟାକ୍ଟ୍ରିରୁ କ୍ଲୋରିନ ଗ୍ୟାସ୍ ଲିକ୍ ହୋଇଛି। ଖବର ପାଇଁ ଅଗ୍ନିଶମ ବାହିନୀର ୫ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍ର ଉଦ୍ୟମ କରୁଛନ୍ତି। ସଂପୃକ୍ତ ଅଞ୍ଚଳରେ କମିସନରେଟ୍ ପୁଲିସ ରାସ୍ତାଘାଟ ବନ୍ଦ କରିଛି। ପଟିଆରୁ ଇନ୍ଫୋସିଟି ରାସ୍ତାକୁ ବନ୍ଦ ରହିଛି।
ଭୁବନେଶ୍ୱର , ଅକ୍ଟୋବର ୫ : ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶନିବାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ପର୍ଯ୍ୟାପ୍ତ ସୁଯୋଗ […]
ଆଳୁ ମିଶନ୍ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍। ଏହି ଟିମ୍ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍ ସିଷ୍ଟମ୍କୁ ଅନୁଧ୍ୟାନ କରିବ। ତେବେ ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ […]
ରାଜସ୍ବ ନିରୀକ୍ଷକ (ଆରଆଇ) ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ କରିଛନ୍ତି। ଏହି ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ସେ ରିପୋର୍ଟ ମାଗିଛନ୍ତି। ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ […]
୯କୋଟି ୫୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରର ୱାସିମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ୨୦ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି।ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ […]
ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏସ୍ସିବି ମେଡିକାଲରେ ଭେଟିଛନ୍ତି। ଏଥିସହିତ ସେ ସରୋଜଙ୍କୁ ଫଳ ବଣ୍ଟନ କରି ମହାନତା ଦେଖାଇଛନ୍ତି।ସୂଚନାଯୋଗ୍ୟ, କନଷ୍ଟେବଳ ସରୋଜଙ୍କୁ ହାଣି ପାପୁଲି ଛିଡ଼ାଇ ଦେଇଥିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟଣା ଶୁକ୍ରବାର ସମ୍ବଲପୁର ଜିଲା ବୁର୍ଲା ଥାନା ଝରାପାଲି ଗାଁରେ ଘଟିଥିଲା। ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ କରାଯିବ।ଓଡ଼ିଶାର ସର୍ବକନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯିବ । ତାଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।
ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ ।ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ […]
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି।ନୂଆ ସରକାର ଗଠନ ହେବା ପରେ ଜୁଲାଇ ମାସ ପ୍ରଥମ ସୋମବାର ଅର୍ଥାତ୍ ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରୁଛନ୍ତି। ଭୁବନେଶ୍ୱରର ୟୁନିଟ-୫ […]
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଘଟଣା ସଂପର୍କରେ ଜାଣିଥିଲେ ସତ୍ୟପାଠ ଜରିଆରେ ମତ ରଖିପାରିବେ । ସର୍କିଟ ହାଉସରେ ଏକ ବକ୍ସ ରଖାଯାଇଛି । ଯିଏ ଚାହିଁବେ ଏହି ବକ୍ସରେ ମତ ରଖିପାରିବେ । ଇ-ମେଲ୍ […]
