author

ବାଘୁଣୀ ରୂପାର ଅଢେଇ ମାସର ଧଳା ଛୁଆ ମୃତ୍ୟୁ

ବାଘୁଣୀ ରୂପାର ଧଳା ଛୁଆ କିଛିଦିନ ହେବ ଅସୁସ୍ଥ ଥିଲା । ମା’ ଠାରୁ ଅଲଗା ହୋଇ ଅଢେଇ ମାସର ଛୁଆ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପରେ ମୃତ୍ୟୂ ଘଟିଥିଲା।ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ କରାଯିବ। ସୂଚନାମୁତାବକ ୧୨ ଜାନୁୟାରୀ ୨୦୨୫ରେ, ବାଘ ଶାବକ ଧଳା ବାଘୁଣୀ ଅସୁସ୍ଥ ଥିବା ଦେଖାଯାଇଥିଲା। ଶାବକଟି ବସି ରହୁଥିଲା ଏବଂ ଖାଇବାକୁ […]

ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ ।

ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସୂଚନା ଦେଲେ ବିଏସଇ ଉପସଭାପତି ନିହାର ରଂଜନ ମହାନ୍ତି । ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ । ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର ।ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ । ଅନ୍ୟପଟେ ଚଳିତ […]

ଜାନୁଆରୀ ୩୧ ତାରିଖରୁ କଟିଯିବ ଏହିମାନଙ୍କ ରାସନ କାର୍ଡ ।

ଫେବ୍ରୁଆରୀ ୧ ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ । ରାସନ କାର୍ଡରେ ଯେଉଁମାନେ eKYC କରିନାହାନ୍ତି ସେମାନଙ୍କର କାର୍ଡ କାଟିଦିଆଯିବ । ଆଉ ଆଗକୁ eKYC କରିବା ପାଇଁ ସୁଯୋଗ ମିଳିବ ନାହିଁ ।ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ekyc ନକଲେ କଟିଯିବ ରାସନ କାର୍ଡ । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ଯଦି ସେମାନେ […]

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ତୁଳା ବେହେରାଙ୍କ ଫଟୋ

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ସୂଚନାମୁତାବକ ତୁଳା ଭିକ୍ଷାବୃତ୍ତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଏକ ଆଲୋଚନାର ଖବର ହୋଇଥିବା ବେଳେ ସାଧାରଣ ନିର୍ବାଚନ ସମୟରେ […]

୩ ବିଧ୍ୱଂସକ ଯୁଦ୍ଧପୋତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ନୌସେନା ପାଇଁ ଆଜି ଐତିହାସିକ ଦିନ । ୩ଟି ଯାକ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ । ବିସ୍ତାରବାଦ ନୁହେଁ ବିକାଶ ଭାବନାରେ କାମ କରୁଛୁ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି ।ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାକୁ ନୂତନ ଶକ୍ତି ମିଳିଛି। ଆମେ ନୌସେନାକୁ ସୁଦୃଢ଼ କରିବା […]

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ହତ୍ୟା ମାମଲା : ୯ ଜଣଙ୍କୁ ଫାଶୀ ବଦଳରେ ଆଜୀବନ ଜେଲ୍

ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ | ୯ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ |ମୃତ୍ୟୁଦଣ୍ଡ ପରିବର୍ତ୍ତେ ହାଇକୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି | ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିନ୍ତୁ ଗାଁରେ ଘଟିଥିଲା ଅଘଟଣ । ଗୋଟିଏ ପରିବାରରେ ତିନି ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ […]

୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି ।ତେବେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ। ଦୁଇ ଦିନ […]

ବାଘୁଣୀ ରୂପାର ଧଳା ଛୁଆ ଅସୁସ୍ଥ ।

ନନ୍ଦନକାନନରେ ଅସୁସ୍ଥ ହେଲା ବାଘୁଣୀ ରୂପାର ଧଳା ଛୁଅ। ମା’ ରୂପା ଠାରୁ ଅଲଗା ହେଲେ ଅଢେଇ ମାସର ଛୁଆ । ଜନ୍ତୁ ଲାଳନ ପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି ।ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସାନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ୨୦୨୪ ନଭେମ୍ବର ୨ ତାରିଖରେ ବାଘୁଣୀ ରୂପା ଜନ୍ମ ଦେଇଥିଲା ୪ ଶାବକ । ସେଥି ମଧ୍ୟରୁ ଦୁଇଟି ଧଳା ଏବଂ ଦୁଇଟି ସାଧାରଣ ରଙ୍ଗର ହୋଇଥିଲେ

ଏହି ଦିନଠୁ ଅଧିକ ବଢିବ ଥଣ୍ଡା:୨ରୁ ୩ଡିଗ୍ରୀ ହ୍ରାସ ହେବ ତାପମାତ୍ରା

ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖାଯାଇଛି । ଆଜି କଳାହାଣ୍ଡି, କନ୍ଧମାଳ ଏବଂ ଭଦ୍ରକରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିପରି ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

ଆଜିଠୁ ବୟସ୍କକୁ ମିଳିବ ୩୫ ଶହ ଟଙ୍କା ଭତ୍ତା

ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି ।ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦% କିମ୍ବା ତା’ଠାରୁ ଅଧିକ ବିକଳାଙ୍ଗ ଥିବା ଦିବ୍ୟାଙ୍ଗ ଏହାଦ୍ୱାରା ଉପକୃତ ହେବେ । ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । […]

ଆଜି ଦେଶ ପାଳୁଛି ୭୭ତମ ଭାରତୀୟ ସେନା ଦିବସ

ଆଜି ହେଉଛି ‘ଆର୍ମି ଡେ’ (Army Day 2025) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ ।ଏହି ଦିନ ସେନା ଦିବସ ପାଳନ କରିବାର କିଛି ଖାସ କାରଣ ବି ରହିଛି । କାରଣ ଏହି ଦିନ ଅର୍ଥାତ ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ପରେ କୌଣସି ଭାରତୀୟ ପ୍ରଥମଥର […]

ଆଜିର ରାଶିଫଳ(୧୫ ଜାନୁଆରୀ, ୨୦୨୫)

ମେଷଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ […]